No Result
View All Result
ରାଜସୁନାଖଳା ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ଦୀର୍ଘ ଦିନ ହେବ ଦାବି ହେଉଛି । ରାଜସୁନାଖଳା ଫାଣ୍ଡି ଅଧୀନରେ ଆଠଟି ପଞ୍ଚାୟତ ଥିବା ବେଳେ ୬୫ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି ।
ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ରାଜସୁନାଖଳା :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଏକ ବୃହତ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ବେଳେ ବିଭିନ୍ନ ପ୍ରକାର ପନିପରିବା ଓ ଶୁଖୁଆ ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଛି । ରାଜସୁନାଖଳା ପଞ୍ଚାୟତରେ ଦଶ ହଜାରରୁ ଅଧିକ ଲୋକ ବାସ କରଛି । ଉଲ୍ଲେଖଯୋଗ୍ୟ, ଉକ୍ତ ଗ୍ରାମ ଦେଇ ଯାଇଥିବା ରାସ୍ତାରେ ଦୈନିକ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଯାତାୟାତ କରିଥାନ୍ତି ।
ରାଜସୁନାଖଳା ଦେଇ ଯାଇଥିବା ଏଁ ବଲାଙ୍ଗୀର ୫୬ ନମ୍ବର ଜାତୀୟ ରାଜପଥକୁ ଚାନ୍ଦପୁର ବ୍ରହ୍ମପୁର ଜାତୀୟ ରାଜପଥ ରାସ୍ତା ସଂଯୋଗ କରୁଥିବାରୁ ଯାତ୍ରୀମାନଙ୍କ ସଂଖ୍ୟା ଉକ୍ତ ରାସ୍ତାରେ ବୃଦ୍ଧି ପାଇବାକୁ ଲାଗିଛି । ଏହି ଦୁଇ ଜିଲ୍ଲାରୁ ଏହି ଏହି ସଂଖ୍ୟାରେ ବ୍ୟବସାୟୀ ବ୍ୟବସାୟ ଉଦ୍ଦେଶ୍ୟରେ ଏଠାକୁ ଆସିଥାନ୍ତି । ରାଜସୁନାଖଳା ପଞ୍ଚାୟତ ଦୁଇ ପ୍ରମୁଖ ଜତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ଅନେକ ଛୋଟବଡ଼ ଦୁର୍ଘଟଣା ଘଟୁଛି । ସୂଚନାଯୋଗ୍ୟ, ଦେଶ ପରାଧୀନ ଥିବା ସମୟରେ ଏଠାରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା ।
ପୂର୍ବାପେକ୍ଷା ବା ଇନସଂଖ୍ୟା ବୃଦ୍ଧି ହେବା ସହିତ ଦିନ ବିଗ୍ରହରେ ବଜାର ଭିତରେ ମଦ ବିକ୍ରି, ଚୋରି, କଳୟତି, ଲୁଟ୍, ରାହାଜାନି, ଅପହରଣ ଓ ମଦୁଆଙ୍କୁ ପ୍ରାଦୁର୍ଭାବ ବୃଦ୍ଧି ଯୋଗୁ ଅପରାଧ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁନାହିଁଜ୍ଝ ବର୍ତ୍ତମାନ ଫାଣ୍ଡିରେ ଜଣେ ଏସ୍ଆଇ, ଜଣେ ଏଏସ୍ଆଇ, ତିନି ଜଣ ଚିହ୍ନା କନେଷ୍ଟବଳ ଓ ଜଣେ ଓଏସ୍ପିଙ୍କୁ ନେଇ ଫାଣ୍ଡି ଚାଲିଛି । ରାଜସୁନାଖଳାଠାରୁ ରଣପୁର ଥାନା ୧୩ କିମି ହୋଇଥିବା ବେଳେ ହଠାତ୍ କୌଣସି ଅଘଟଣ ଘଟିଲେ ଆବଶ୍ୟକ ସଂଖ୍ୟକ ପୁଲିସ ପହଞ୍ଚିବାରେ ବିଳମ୍ବ ହେଉଛି, ଯାହା ଫଳରେ ଆଇନଶୃଙ୍ଖଲା ବିଗିଡ଼ି ଯାଇଥାଏ । ଏ ସବୁକୁ ଆଖି ଆଗରେ ରଖି ରାଜସୁନାଖଳା ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ଦୀର୍ଘ ଦିନ ହେବ ଦାବି ହେଉଛି ।
ସୂଚନାଯୋଗ୍ୟ, ରାଜସୁନାଖଳା ଫାଣ୍ଡି ଅଧୀନରେ ଆଠଟି ପଞ୍ଚାୟତ ଥିବା ବେଳେ ୬୫ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଏତେ କମ୍ ସଂଖ୍ୟକ କର୍ମଚାରୀରେ ଫାଣ୍ଡି ଚାଲୁଥିବାରୁ ଆଇନଶୃଙ୍ଖଳା ରକ୍ଷା କରିବା ଓ ଅପରାଧ ନିୟନ୍ତ୍ରଣ ହୋଇ ପାରୁନଥିବା ଜଣାପଡ଼ିଛି । ଅଞ୍ଚଳର ଗୁରୁତ୍ଵ ଦୃଷ୍ଟିରୁ ବର୍ତ୍ତମାନ ରାଜସୁନାଖଳା ଫାଣ୍ଡିକୁ ଥାନା ଭାବେ ପ୍ରତିଷ୍ଠା କରାଇବାର ଆବଶ୍ୟକତା ରହିଛି । ପର୍ୟ୍ୟାପ୍ତ ଭିତିଭୂମି ଥାଇ ସୁଦ୍ଧା କାହିଁକି ସରକାର ରାଜସୁନାଖଳାକୁ ଥାନାର ମାନ୍ୟତା ପ୍ରଦାନ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର, ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି ।

No Result
View All Result