No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ତହସିଲ ଅନ୍ତର୍ଗତ ସୋରଡ଼ା ଅଞ୍ଚଳରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ ମାଟି କାମ ବହୁ ଦିନ ଧରି ସ୍ତଗିତ ଥିବା ବେଳେ ଆଜି ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରିବା ସହ ଆଜିଠାରୁ କାର୍ଯ୍ୟ ତ୍ଵରାନିତ କରାଯାଇଛି । ସୂଚନା ଅନୁଯାୟୀ ସୋରଡ଼ା ମୌଜା ର ଖାତା ନମ୍ୱର୍ ୧୬୪ର ପ୍ଲଟ ନମ୍ୱର ୧୮୧୭,୧୮୧୯,୧୮୨୦, ୧୮୨୧,୧୮୨୩,୧୮୨୫ ରେ ୧୫ ତାରିଖ ରବିବାର ସନ୍ଧ୍ୟା ୬ ଘଟିକା ଠାରୁ ଆସନ୍ତା ୧୯ ତାରିଖ ଗୁରୁବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ଆଜି ଘଟଣା ସ୍ଥଳରେ ନୟାଗଡ ଜିଲ୍ଲାପାଳ ଡ଼.ପେମା ଟୁଡୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ୍ ପଣ୍ଡା, ଏସ ଡି ପିଓ ଶୁଭେନ୍ଦୁ ସିନା,ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ, ରେଲୱେ ଡେପୁଟି ଚିଫ୍ ଇଞ୍ଜିନିୟର ତତ୍ତ୍ଵଦର୍ଶି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତ୍ବରାନ୍ବିତ କରିଥିବା ଦେଖିବାକୁ ମିଳିଛି । ଖବର ସଂଗ୍ରହ ହେବା ପର୍ଯ୍ୟନ୍ତ କୌଣସି ଅପ୍ରୀତିକର ପରିସ୍ଥିତି ହୋଇ ନଥିବା ସୂଚନା ମିଳିଛି ।

No Result
View All Result