ଓଡ଼ିଶା ତାଜା ନ୍ୟୁଜ୍ /୧୪ ମଇ ଶନିବାର/ ବୈପାରିଗୁଡା :- ବୈପାରିଗୁଡା ବ୍ଳକ କୋଲାର ଗ୍ରାମପଂଚାୟତ ର ବିଭିନ୍ନ ବିଦ୍ୟାଳୟକୁ ଆଜି ସ୍କୁଲ ସମୟରେ କୋଲାର ସରପଂଚ ଜୟନ୍ତି ନାୟକ ଟାଙ୍ଗିଣିଗୁଡା ସ୍ଥିତ ସରକାରୀ ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ପହଂଚି ପରିଦର୍ଶନ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ରନ୍ଧା ଶାଳକୁ ଯାଇ ନିରୀକ୍ଷଣ କରିବା ସହ ସ୍କୁଲ ପିଲାମାନଙ୍କ ସହ ଠିକ ଭାବରେ ଭୋଜନ ଦିଆଯାଉଛି କି ନାହିଁ ପଚାରି ବୁଝିଥିଲେ । ଏଥିସହ ଶ୍ରେଣୀ ଗୃହକୁ ଯାଇ ପାଠପଢା ସମ୍ବନ୍ଧରେ ଶିକ୍ଷକ ଓ ଶିକ୍ଷୟିତୀ ମାନଙ୍କ ସହ ଆଲୋଚନା କରିଥିଲେ ।
ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସମାଧାନ କରିବା ନେଇ ପ୍ରତିଶୃତି ମଧ୍ୟ ପ୍ରଦାନ କରିଥିବାର ଜଣାପଡିଛି । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହ ପ୍ରଶ୍ନ ଉତର କାର୍ଯ୍ୟକ୍ରମରେ ପିଲାଙ୍କ ସହ ମତ ବିନିମୟ କରିଥିବା ବେଳେ ଏହି ବିଦ୍ୟାଳୟରେ ପାଠପଢା ଠିକ୍ ଚାଲିଥିବା ନେଇ କହିଛନ୍ତି କୋଲାର ସରପଂଚ ଜୟନ୍ତି ନାୟକ ।
ସରପଂଚଙ୍କ ସ୍କୁଲକୁ ଅଚାନକ ଗସ୍ତକୁ ନେଇ ବୈପାରିଗୁଡା ବ୍ଳକ ସହ କୋଲାର ଅଂଚଳରେ ଚର୍ଚ୍ଛା ଚାଲିଥିବା ବେଳେ ଅଭିଭାବକ ମହଲରେ କୋଲାର ସରପଂଚ ଜୟନ୍ତି ନାୟକଙ୍କୁ ପ୍ରଶଂସା କରିଛନ୍ତି । ଏଭଳି ଅନ୍ୟାନ୍ୟ ପଂଚାୟତ ସରପଂଚ ସେମାନଙ୍କ ଅଚଂଳର ବିଦ୍ୟାଳୟମାନଙ୍କୁ ମଝିରେ ମଝିରେ ଅଚାନକ ପରିଦର୍ଶନ କଲେ ବିଦ୍ୟାଳୟରେ ପାଠପଢା ଉନ୍ନତି ଆସିବ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।














