No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଲାଲବାହାଦୁର ହାଇସ୍କୁଲ ସମ୍ମୁଖରେ ଥିବା ତେଲି ପାହାଡ଼ରୁ ବୁଧୁବାର ଦିନ ସକାଳୁ ଏକ ଅଜଣା ବ୍ୟକ୍ତିର ଗଳିତ ମୃତ ଶବ ଉଦ୍ଧାର କରିଛି ମୋହନା ପୁଲିସ। ଘଟଣାରୁ ପ୍ରକାଶ ବୁଧବାର ଦିନ ଚାନ୍ଦିପୁଟ ଗ୍ରାମର କିଛି ଲୋକ ଜଙ୍ଗଲ ମଧ୍ୟକୁ ଯିବା ବେଳେ ଏକ ଗଛରେ ମୃତ ଦେହ ଓହଳି ଥିବା ନେଇ ଥାନାକୁ ଖବର ଦେଇଥିଲେ।
ଖବର ପାଇ ମୋହନା ଥାନା ଅଧିକାରୀ ଓ ଟିମ ପହଞ୍ଚି ତଦନ୍ତ କରି ଗଳିତ ଶବକୁ ଉଦ୍ଧାର କରିଥିଲେ। ଅଜଣା ବ୍ୟକ୍ତି ଜଣକ ଗାମୁଛାକୁ ଗଛରେ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଝୁଲନ୍ତା ଅବସ୍ତାରୁ ଉଦ୍ଧାର କରିଛି ପୁଲିସ। ମୃତ ବ୍ୟକ୍ତି ଜଣଙ୍କ ପରିଚୟ ମେଳି ନଥିବା ବେଳେ ସେ ପିନ୍ଧିଥିବା ପୋଷାକରୁ ଯାହା ଜଣା ପଡୁଛି ସେ ଆନ୍ଧ୍ରପ୍ରଦେଶ ଅଞ୍ଚଳର। ପୁଲିସ ଶବଟିକୁ ଜବତ କରି ବ୍ରହ୍ମପୁର ମେଡ଼ିକାଲକୁ ବ୍ୟବଛେଦ ନିମନ୍ତେ ପଠାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।

No Result
View All Result