• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ପୁରସ୍କୃତ

Proprietor Abhimanyu Maharana by Proprietor Abhimanyu Maharana
May 11, 2022
in ଓଡ଼ିଶା, ବାଣିଜ୍ୟ
0
ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ପୁରସ୍କୃତ

????????????????????????????????????

Share on FacebookShare on TwitterWhatsapp

ଜିକିତ୍ସା ଓଡିଶା ସ୍କଲାରସିପ୍ ପ୍ରୋଗ୍ରାମ ୨୦୨୨ ନିଜର ଉତ୍କର୍ଷ କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ପୁରସ୍କୃତ ଜେଡଏଚ୍‌ଏଲ୍ ପକ୍ଷରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ୧୩ ଜଣ ମେଧାବୀ ପିଲାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ଭୁବନେଶ୍ୱର :- ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌) ପକ୍ଷରୁ ଆଜି ଏହାର ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଡ୍ୟୁଟିରେ ଥିବା ସମୟରେ ରୋଗୀମାନଙ୍କୁ ଜଟିଳ ସମୟରେ ଉଲ୍ଲେଖନୀୟ ମାନବିକ ସହଯୋଗ ପ୍ରଦର୍ଶନ କରିଥିବାରୁ ସମ୍ମାନିତ କରାଯାଇଛି । ସେହିପରି କମ୍ପାନୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କ ରଖିଥିବା ଏହାର କର୍ମଚାରୀଙ୍କ ୧୩ ଜଣ ମେଧାବୀ ପିଲାଙ୍କୁ ମଧ୍ୟ ପୁରସ୍କୃତ କରିଛି । ଏହି ପୁରସ୍କାରଗୁଡିକୁ ଆଜି ଆୟୋଜିତ ହୋଇଥିବା ଜିକିତ୍ସା ଓଡିଶା ସ୍କଲାରସିପ୍ ୨୦୨୨ ଅଧିନରେ ଦିଆଯାଇଥିଲା । ମୋଟ ୭ ଜଣ କ୍ଲଷ୍ଟର ଲିଡର, ୭ ଜଣ ମେଂଟେନାନ୍ସ ଏଗ୍‌ଜିକ୍ୟୁଟିଭ୍ (ଏମ୍‌ଇ), ଜଣେ କ୍ୱାଲିଟି ଅଡିଟର, ୨୧ ଜଣ କ୍ରିୟୁ ମେମ୍ବରଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରୟାସ ପାଇଁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜେଡଏଚ୍‌ଏଲ୍ ଓଡିଶାର ରାଜ୍ୟ ମୁଖ୍ୟ- ସବ୍ୟସାଚୀ ବିଶ୍ୱାଳ ପ୍ରଦୀପ ପ୍ରଜଳ୍ୱିତ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ସମାରୋହରେ ଜିକିତ୍ସାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଥିଲେ, “ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ ଓ ଏହାର କର୍ମଚାରୀମାନେ ଲୋକମାନଙ୍କର ସେବା କରିବା ପାଇଁ ସବୁବେଳେ ପ୍ରତିବଦ୍ଧ ରହିଛନ୍ତି ।

ଆମର କ୍ରିୟୁ ସଦସ୍ୟମାନେ ଅନେକ ଅବସରରେ ଲୋକଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ସେମାନଙ୍କର ସର୍ବୋଚ୍ଚ ସଙ୍କଳ୍ପ ଦେଖାଇଛନ୍ତି । ଯେଉଁଠି ରାସ୍ତା ନାହିଁ ସେଠାରେ ରୋଗୀମାନଙ୍କୁ ସେମାନଙ୍କ ଘରୁ ଷ୍ଟ୍ରେଚରରେ ଆଣିବା, ଜଟିଳ ସମୟରେ ରୋଗୀମାନଙ୍କୁ ରକ୍ତଦାନ କରିବା, ପ୍ରାକୃତିକ ବିପତି ସମୟରେ କାର୍ଯ୍ୟପ୍ରତି ସର୍ବୋଚ୍ଚ ସଙ୍କଳ୍ପ ପ୍ରଦର୍ଶନ କରିବା କିମ୍ବା ରୋଗୀମାନଙ୍କୁ ସେମାନଙ୍କର ଟଙ୍କା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଫେରାଇବା ଆଦି ସେମାନଙ୍କର କିଛି ଅନୁକରଣୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।” ଏହି ଅବସରରେ ସମ୍ମାନିତ ହୋଇଥିବା କ୍ରିୟୁ ସଦସ୍ୟଙ୍କ ମଧ୍ୟରେ ଶ୍ରୀ ପ୍ରଶାନ୍ତ କୁମାର ବାରିକ, ଶକ୍ତିଶ୍ରୀ ଦଳାଇ, ଉତମ କୁମାର ମହନ୍ତ, ସୁଶାନ୍ତ କୁମାର ମାଝୀ, ଗଗନ ବିହାରୀ ମହନ୍ତ, ସୁମନ କଲ୍ୟାଣ ମହାକୁଡ, ପ୍ରଶାନ୍ତ ବେହେରା, ସୁକାନ୍ତ ପାଇକରାୟ, ସୁଦୀପ୍ତ ରଣା, ଦାଶରଥି ମହାରଥ, ବିରଂଚି ନାରାୟଣ ରଥ, ରବିନ୍ଦ୍ର କୁମାର ବଡତ୍ୟା, ବଂଶୀ ହରିଜନ, ମନିସନ୍ତ ହୀରା, ରାଜକୁମାର ପଟେଲ, ଗୋପବନ୍ଧୁ ସ୍ୱାଇଁ, ମୋତିଲାଲ ପ୍ରଧାନ ଓ ଜିତୁ ସେଠ୍ ଆଦି ସାମିଲ ଅଛନ୍ତି ।

????????????????????????????????????ଏହାବ୍ୟତୀତ ୩ ଜଣ କ୍ରିୟୁ ସଦସ୍ୟ ଭବାନିଶଙ୍କର ମହାକୁଡ, ପଦ୍ମଲୋଚନ ମହାରଣା ଓ ପରିକ୍ଷିତ ନାୟକଙ୍କୁ ଅଧିକ ପଥ ଅତିକ୍ରମ କରି ଅସୁବିଧାରେ ଥି

ବା ଲୋକଙ୍କ ସେବାରେ ନିଜର ଚମତ୍କାର ଉଦ୍ୟମ ପାଇଁ ସର୍ବୋତମ କ୍ରିୟୁ ସଦସ୍ୟ ଭାବେ ଚୟନ କରାଯାଇଛି । ଏହାବ୍ୟତୀତ ୭ ଜଣ କ୍ଲଷ୍ଟର ଲିଡର- ଶୁଭ୍ରାଂଶୁ ଶେଖର ପାତ୍ର, ମନୋରଞ୍ଜନ ପରିଡା, ଏସ୍‌କେ ସାମାସ ମହତାବ, ଅମିୟ କୁମାର ସ୍ୱାଇଁ, ସତ୍ୟ ରଞ୍ଜନ ପରିଡା, ସୁଦୀପ କୁମାର ପଟ୍ଟନାୟକ ଓ ଫକୀର ମୋହନ ମଲ୍ଲିକ ଆଦି ସମ୍ମାନିତ ହୋଇଥିଲେ । ସେହିପରି ମେଂଟେନାନ୍ସ ବିଭାଗରୁ ବଳରାମ ଡାକୁଆ, ସୁଶିଲ ପୁହାନ, ଆଦିତ୍ୟ ରଞ୍ଜନ ପଣ୍ଡା, ରାଜୀବ ରାଉଳ, ଟି.ବଙ୍ଗାଳି ରେଡି, ଭୁବନେଶ୍ୱର ପଟେଲ, ଦିଲ୍ଲୀପ ଦଳେଇ ଓ ଦୀନବନ୍ଧୁ ମହାକୁଡ ସମ୍ମାନିତ ହୋଇଛନ୍ତି । ବର୍ତମାନ, ଏହି ପରିଚାଳନା ସଂସ୍ଥା ଜରୁରୀକାଳିନ ସେବା ପାଇଁ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୧୨୪ଟି ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଛି । ସମାନ ରୂପେ ରାଜ୍ୟର ଜଳବନ୍ଦୀ ଓ ବିଚ୍ଛିନ୍ନାଂଚଳର ଲୋକମାନଙ୍କ ପାଇଁ ୬ଟି ୧୦୮ ବୋଟ ଆମ୍ବୁଲାନ୍ସକୁ ସେବା ପ୍ରଦାନ କରିବା ଲାଗି ନିୟୋଜିତ କରାଯାଇଛି । ୧୦୮ ଆମ୍ବୁଲାନ୍ସ ସେବାଗୁଡିକ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସେଂଟରରୁ ପରିଚାଳିତ ହେଉଛି ।

ଏଜେନ୍ସିର ଏକ ସମର୍ପିତ କଲ୍ ସେଂଟର୍ ଅସୁବିଧାରେ ଥିବା ରୋଗୀମାନଙ୍କଠାରୁ କଲ୍ ରିସିଭ୍ କରିବା ଏବଂ ଯଥାଶୀଘ୍ର ସେମାନଙ୍କୁ ହସ୍ପିଟାଲକୁ ପରିବହନ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଏ । ଭୁବନେଶ୍ୱର ଆଧାରିତ ଇଂଟିଗ୍ରେଟେଡ୍ ସେଂଟର୍‌ରେ କାର୍ଯ୍ୟକାରୀ ଅଧିକାରୀମାନେ ରୋଗୀଙ୍କ ସଠିକ୍ ସ୍ଥାନ ଚିହ୍ନଟ କରିଥାନ୍ତି ଏବଂ ସେମାନଙ୍କୁ ଯଥାସମ୍ଭବ ଉପଲବ୍ଧ ଥିବା ନିକଟସ୍ଥ ଆମ୍ବୁଲାନ୍ସ ପାଇବାରେ ସହଯୋଗ କରିଥାନ୍ତି । ରୋଗୀମାନଙ୍କୁ ସେମାନଙ୍କ ଅସୁବିଧାରେ ପରିବହନ କରିବା ବ୍ୟତୀତ, ଏହାର କ୍ରିୟୁ ସଦସ୍ୟମାନେ ଅନେକ ଆହ୍ୱାନ ସତ୍ୱେ ମୂଲ୍ୟବାନ ଜୀବନଗୁଡିକୁ ବଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଭଳି ଅନେକ ଘଟଣା ରହିଛି ଯେଉଁଠାରେ କ୍ରିୟୁ ସଦସ୍ୟମାନେ ନିଜ କାର୍ଯ୍ୟରେ ସଚ୍ଚୋଟତା ଓ ମାନବିକତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଜିକିତ୍ସା, ୧୦୮ ଆମ୍ବୁଲାନ୍ସଗୁଡିକ ଯେପରି ପରିଚାଳନାଗତ ଜିଲ୍ଲାଗୁଡିକରେ ରଣନୈତିକ ଭାବେ ଅବସ୍ଥିତ ରହିବେ ତାହା ସୁନିଶ୍ଚିତ କରିଥାଏ, ଯାହାଫଳରେ ସମଗ୍ର ଜିଲ୍ଲା ସର୍ବନିମ୍ନ ସମୟ ମଧ୍ୟରେ କଭର୍ ହୋଇପାରିବ । ଆମ୍ବୁଲାନ୍ସରେ ଆବଶ୍ୟକୀୟ ପ୍ରି-ହସ୍ପିଟାଲ କେୟାର ପାଇଁ ଜଣେ ରୋଗୀ ଏକ କଲ୍ କରିବାଠାରୁ ଆରମ୍ଭ କରି ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପର୍ଯ୍ୟନ୍ତ, ସମସ୍ତ ସେବା ଓଡିଶାର ସମସ୍ତ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version