• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ବିଦୁ୍ୟତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
May 6, 2022
in ଓଡ଼ିଶା, ମହାନଗର, ହୋମ୍
0
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ବିଦୁ୍ୟତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ
Share on FacebookShare on TwitterWhatsapp

1.  ଗ୍ରାମାଞ୍ଚଳ ବିଦୁ୍ୟତ ସମସ୍ୟାସୁଧାର ଉପରେ ବାଚସ୍ପତିଙ୍କ ଗୁରୁତ୍ୱାରୋପ

2.  ଆଗାମୀ ଦିନରେ କମିବ ବିଦୁ୍ୟତଦେୟ ଓ ବିଜୁଳିକାଟ

3.  ଗଠିତ ହେବ ଚାରି ନୂଆ ସବ୍‌କମିଟି

4.  କେନ୍ଦ୍ରୀୟ ତଦାରଖକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ଭୁବନେଶ୍ୱର :- ବିଧାନସଭା ବିଦୁ୍ୟତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ବିଦୁ୍ୟତ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦୁ୍ୟତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ରାଜ୍ୟବାସୀ ନିରବଚ୍ଛିନ୍ନ ବିଦୁ୍ୟତସେବା ପାଇବା ତାଙ୍କର ନ୍ୟାର୍ଯ୍ୟ ଅଧିକାର ବୋଲ ସେ ପ୍ରକାଶ କରିଛନ୍ତି ା ବିଗତ ଦିନମାନଙ୍କରେ ବିଭାଗ କ୍ଷତି କରୁଥିଲା । କିନ୍ତୁ ଏ ବର୍ଷ ଦକ୍ଷିଣ ଓଡ଼ିଶା ସମେତ ସବୁ ଅଞ୍ଚଳରେ ଲାଭ ହୋଇଛି । ତେଣୁ ଆଗାମୀ ଦିନରେ ବିଦୁ୍ୟତ ଦେୟ ନିଶ୍ଚିତ ଭାବରେ କମିବ ଏବଂ ରାଜ୍ୟବାସୀ ଉପକୃତ ହେବେ । ସଂପ୍ରତି ୩୩/୧୧ କେଭି କ୍ଷମତାସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକର କେନ୍ଦ୍ରୀୟ ତଦାରଖ କରାଯାଉଛି ।

ତାଠାରୁ କମ ଶକ୍ତିସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକୁ କେନ୍ଦ୍ରୀୟ ତଦାରଖ କରାଯାଇପାରିଲେ ଗ୍ରାମାଞ୍ଚଳ ବିଦୁ୍ୟତ ସମସ୍ୟାର ଆଶୁ ସମାଧାନ କରାଯାଇପାରିବ । ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ଡଃ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ଉତ୍ପାଦନ, ବଣ୍ଟନ, ଉନ୍ନତିକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ପୂର୍ବବତ୍‌ ୪ଟି ସବ୍‌କମିଟି ତୁରନ୍ତ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବାରମ୍ବାର ବିଜୁଳି କାଟ, ଲୋ-ଭୋଲ୍‌ଟେଜ୍‌, ଗ୍ରାମାଞ୍ଚଳରେ ଟ୍ରାନ୍ସଫର୍ମର ସ୍ଥାପନା ଓ ବିଜୁଳିବତି ସମସ୍ୟା ଉପରେ ସଦସ୍ୟମାନେ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟବାସୀଙ୍କ ସହଯୋଗ ଫଳରେ ବିଦୁ୍ୟତ ବିଭାଗ କ୍ଷତିରୁ ଲାଭକୁ ଆସିପାରିଛି ଏବଂ ବିଦୁ୍ୟତ ଓ ଶକ୍ତି କ୍ଷେତ୍ରରେ ଆଖିଦୃଶିଆ ସ୍ଥିରତା ଆସିଛି, ଦୁର୍ଘଟଣା କମିଛି, କର୍ମନିଯୁକ୍ତି ବଢ଼ିଛି, ଏହାର ପ୍ରଶଂସା କରାଯିବା ଉଚିତ ।

ଏହା ଦ୍ୱାରା କର୍ମଚାରୀ ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି । ଅନେକ ସମୟରେ ବିଦୁ୍ୟତ ଯୋଗାଣକୁ ନେଇ ବିଦ୍ୟୁତ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା ଓ ବିଦୁ୍ୟତ ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଅସମ୍ମତି ଦେଖାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ଦସ୍ତାବିଜ୍‌ ସହିତ ବିଦୁ୍ୟତ ଓ ଶକ୍ତି ବିଭାଗ ଉପକମିଟି ନିକଟରେ ଉପସ୍ଥାପନା କରିବାକୁ ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ନରସିଂହ ମିଶ୍ର ପରାମର୍ଶ ଦେଇଛନ୍ତି । ଏହା ସହିତ ବିଜୁଳି କାଟ ସମ୍ବନ୍ଧୀୟ ସଠିକ୍‌ ଓ ସବିଶେଷ ତଥ୍ୟ ଉପକମିଟିକୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଲୋକମାନଙ୍କର ସବୁଠାରୁ ଅଧିକ ଆବଶ୍ୟକ ସମୟରେ ବିଦୁ୍ୟତ କାଟ କରିବା ଉଚିତ ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିବା ସହିତ ସମସ୍ତ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳରେ ପୂର୍ବନିର୍ଦ୍ଧାରିତ ବିଦୁ୍ୟତ ଖୁଣ୍ଟି, ତାର ବିଛାଇବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କେତେଦୂର ଅଗ୍ରଗତି କଲାଣି ସେ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ କରିଛନ୍ତି । ପାଖାପାଖି ୪୪୦ ମେଗାୱାଟ୍‌ କ୍ଷମତା ସଂପୂର୍ଣ୍ଣ ଦରଲିପାଲି ପ୍ରକଳ୍ପରୁ ବିଦୁ୍ୟତ ଉତ୍ପନ୍ନ ନହେବା, ଅନେକ ପ୍ରଚେଷ୍ଟା ସତ୍ତେ୍ୱ ସେବା ଅଦଳବଦଳ କରି ବିଦୁ୍ୟତ ସଂଗ୍ରହ କରାଯାଇ ନପାରିବା ଓ ଦୁଇଟି ଶିଳ୍ପସଂସ୍ଥା ପୂର୍ବନିର୍ଦ୍ଧାରଣଠାରୁ କମ୍‌ ବିଦୁ୍ୟତ ପ୍ରଦାନ କରିବା ଯୋଗୁଁ ଅନିଚ୍ଛା ସତ୍ତେ୍ୱ ବିଜୁଳି କାଟ କରାଯାଉଥିଲା । ବିଦୁ୍ୟତ ଓ ଶକ୍ତି ବିଭାଗର ଉନ୍ନତିକରଣ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ

ଅଟକଳ ନିର୍ଦ୍ଧାରଣ କରାଯାଇଛି । ଓଡ଼ିଶା ସରକାର ଫେଜ୍‌-୪ରେ ୧୭୯୯.୭୩ କୋଟି ଟଙ୍କା ବ୍ୟୟରେ ଡିସେମ୍ବର ୨୦୨୩ ସୁଦ୍ଧା ୯୯ଟି ୩୩/୧୧ କେଭି ସବ୍‌ଷ୍ଟେସନ୍‌ ଓ ସହଯୋଗୀ ତାର ବିଛାଇବା ଏବଂ ୬୪ଟି ୩୩ କେଭି ସହଯୋଗୀ ତାର ବିଛାଇବା କାର୍ଯ୍ୟ ସମାପ୍ତ କରି ଲୋ-ଭୋଲ୍‌ଟେଜ୍‌ ସମସ୍ୟା ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ୨୦୨୦/୨୧ ଆର୍ଥିକ ବର୍ଷରେ ୨୦୫ଟି ବିଦୁ୍ୟତଜନିତ ଦୁର୍ଘଟଣା ହୋଇଥିବାବେଳେ ୨୦୨୧/୨୨ରେ ଏହା ୧୬୧କୁ ହ୍ରାସ ପାଇଛି । ଟାଟା ପାୱାର (ମଧ୍ୟ) ବର୍ଷକୁ ୬୦୦ ଥରରେ ୪୨୪ ଘଣ୍ଟା ବିଦୁ୍ୟତ କାଟୁଛି ଏବଂ ଟାଟା ପାୱାର (ଦକ୍ଷିଣ) ବର୍ଷକୁ ୨୩୩ ଥରରେ ୧୫୫ ଘଣ୍ଟା ବିଦୁ୍ୟତ କାଟ କରୁଛି ।

ସୂଚନାଯୋଗ୍ୟ ଯେ, ବିଦୁ୍ୟତ ଓ ଆନୁଷଙ୍ଗିକ ଦେୟ ବାବଦରେ ୨୦୨୦/୨୧ ଆର୍ଥିକ ବର୍ଷରେ ୩୧୫୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଥିଲାବେଳେ ୩୯୩୯.୦୮ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୨୧/୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୩୩୦୦ କୋଟି ଟଙ୍କା ଥିଲା ଏବଂ ୩୭୧୬.୯୯ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ୨୦୨୨/୨୩ ବର୍ଷ ପାଇଁ ୩୦୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୧/୨୨ ଆର୍ଥିକ ବର୍ଷରେ ବିଦୁ୍ୟତ ସଂଯୋଗୀକରଣ ଓ ଆନୁଷଙ୍ଗିକ ବାବଦରେ ୫୫,୮୩୫ଟି ଆବେଦନ ଆସିଥିଲାବେଳେ ୪୩୮୦୩ଟି ଆବେଦନ ମଞ୍ଜୁର, ୩୦୨୯ଟି ଆବେଦନ ଅଗ୍ରାହ୍ୟ ଏବଂ ୯୦୦୩ଟି ପ୍ରକ୍ରିୟା ଅବସ୍ଥାରେ ଅଛି । ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ବିଧାୟକ ଅନନ୍ତ ଦାସ, ଶ୍ରୀକାନ୍ତ ସାହୁ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଟାଟା ପାୱାର ଦକ୍ଷିଣ, ଉତ୍ତର, ପଶ୍ଚିମ ଓ ମଧ୍ୟ କର୍ତ୍ତୃପକ୍ଷ, ଓପିଜିସି, ଓଇଆର୍‌ସି, ଓଏଚ୍‌ପିସି, ଓପିଟିସିଏଲ୍‌ ଏବଂ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version