No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୧୩ ଟି କ୍ଲଷ୍ଟର ରୁ ୧୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ( ଏଫ୍. ଏଲ. ଏନ୍.)ତାଲିମ ଗ୍ରହଣ କରିଥିବା ଜଣା ପଡ଼ିଛି।ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ତାଲିମ ଶିବିର ରେ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ , ବାହାଡ ଝୋଲା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ୪୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଦୁରୁଦୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୪୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆର୍ ପି ଶ୍ରୀନିବାସ ରଥ,ଭବାନୀ ପ୍ରସାଦ ସାହୁ ତାଲିମ୍ ପ୍ରଦାନ କରିଥିଲେ ।
୨୦୨୫- ୨୬ ମସିହା ସୁଦ୍ଧା ୩ୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ କିପରି ଭାଷା ଓ ଗଣିତ ର ମୌଳିକ ଦକ୍ଷତା ହାସଲ କରିବେ ସେ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଏବଂ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ ତାଲିମ୍ ଶିବିର ପରିଦର୍ଶନ କରିବା ସହିତ ଏଫ୍. ଏଲ ଏନ୍ ତାଲିମ ର ସଫଳ ରୂପାୟନ ଯେପରି ବିଦ୍ୟାଳୟ ଗୁଡିକରେ ହୋଇପାରିବ ସେ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।ସି ଆର୍ ସି ସି କୈଳାଶ ଚନ୍ଦ୍ର ନାୟକ,ସୁରେଶ ଚନ୍ଦ୍ର ପ୍ରଧାନ ଏବଂ ରାକେଶ କୁମାର ଘଡେଇ ତାଲିମ୍ ଶିବିର ସଫଳ ପରିଚାଳନା ରେ ସହଯୋଗ କରିଥିଲେ ।

No Result
View All Result