No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ଭୁବନେଶ୍ୱର :- ପୁରୁଣା ଭୁବନେଶ୍ୱରରେ ଦିନରେ ଅସହ୍ୟ ଗରମ ପରେ ଅପରାହ୍ନରେ ବର୍ଷା ଫଳରେ ରାସ୍ତାରେ ପାଣି ଜମିବା ସହ ଡ୍ରେନ୍ରେ ମଇଳା ଓ ପଙ୍କ ଜମିଥିଲା । ସନ୍ଧ୍ୟା ପରେ ଲୋକଙ୍କ ଯିବା ଆସିବାରେ ସମସ୍ୟା ଦେଖା ଦେଇଥିଲା । ଅ୍ଧମ ଏତିକି ବେଳେ ସେବା କରିବାକୁ ବାହାରିଥିଲେ ୱାର୍ଡ ନମ୍ବର ୫୪ର କର୍ପୋରେଟର ଶିବ ପ୍ରସାଦ ବେହେରା । ସେ ହାତରେ ବତା, ନଳା ସଫା ଡଙ୍କି ଧରି ନିଜ ସମର୍ଥକଙ୍କ ସହ ଦେଖିବାକୁ ମିଳିଥିଲା ।
ପୁରୁଣା ଭୁବନେଶ୍ୱରର ଜମେଶ୍ୱର ପାଟଣା ସାହି ଓ ଗୋଡ଼ି ପୋଖରି ସାହିରେ ଡ୍ରେନ୍ରୁ ପଙ୍କ ଓ ଅଳିଆ ଅବର୍ଜନାକୁ ସଫେଇ କରିଥିଲେ । ଏହି ୱାର୍ଡରେ କିଛି ଅଚଂଳରେ ପାଣି ସମସ୍ୟା ଦେଖା ଦେଇଥିବାରୁ ସେ ନିଜ ପାଣି ଟ୍ୟାଙ୍କରରେ ପାଣି ଯୋଗାଉଥିବା ଦେଖିବାକୁ ମିଳୁଥିବା ବେଳେ ୮ଦିନ ପୂର୍ବରୁ ଏକ ଷଣ୍ଢ ମୃତ ଅବସ୍ଥାରେ ହରଚଣ୍ଡି ସାହିରେ ପଡ଼ିଥିଲା । ବିଏମ୍ସି ଗାଡ଼ି ଏଠାକୁ ପ୍ରବେଶ କରିପାରିନଥିଲା । ତେବେ ଶିବ ନିଜେ ତାଙ୍କ ସମର୍ଥକମାନଙ୍କ ସହ ଆସି ବାଉଁଶରେ ବାନ୍ଧି ମୃତ ଷଣ୍ଢକୁ କାନ୍ଧରେ ଭୋଇ ବାହାର କରିଥିଲେ । ଯାହାକି ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ପାଲଟିଛି ।


No Result
View All Result