No Result
View All Result
କାହା କୁ ଚକ୍ରାନ୍ତରେ ବିଧାୟକ ଭୁଲି ଗଲେ ସାଂସଦ ପିନାକୀ ମିଶ୍ର ଙ୍କୁ ….
ଚାନ୍ଦପୁର-ରାଜସୁନାଖଳା ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତିକରଣ ପ୍ରକଳ୍ପ ର ଶିଳାନ୍ୟାସ ଉଦ୍ଘାଟନୀ ସଭାରେ ବିଧାୟକ ସାଂସଦଙ୍କୁ ଦେଲେନି ନିମନ୍ତ୍ରଣ ସାଂସଦ ଙ୍କୁ ଅଣଦେଖା କରି କାମ ଚଳେଇଦେଲେ ରଣପୁର ବିଧାୟକ…
ନିର୍ମାଣ ନିମନ୍ତେ ୨୩କୋଟି ଟଙ୍କା ମଞ୍ଜୁର ହୋଇଛି
(1) ୧୪ କିମି ରାସ୍ତା ନିମନ୍ତେ ୭ କିମି ୧୫୭ ମିଟର ପିଚୁ ରାସ୍ତା, (2) ୬ କିମି ୮୪୩ ମିଟର କଂକ୍ରିଟ ରାସ୍ତା , (3) ୧୭ଟି କଲ୍ଭର୍ଟ , (4) ୮୫୦ ମିଟର ଡ୍ରେନ
ଖୁବ୍ଶୀଘ୍ର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ କହିଛନ୍ତି ।
ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ରଣପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧୀନ ଚାନ୍ଦପୁର-ସୁନାଖଳା ପ୍ରମୁଖ ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ଆଜି ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଦ୍ବାରା ଶିଳାନ୍ୟାସ ହୋଇଯାଇଛି । ତେବେ ରଣପୁର ବ୍ଲକ୍ର ଦୁଇଟି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଚାନ୍ଦପୁର ଓ ରାଜସୁନାଖଳା, ଯଥାକ୍ରମେ ୧୬ ନମ୍ବର ଜାତୀୟ ରାଜପଥ ଓ ୫୭ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବାରୁ ପ୍ରତ୍ୟହ ଶହଶହ ସଂଖ୍ୟାରେ ଭାରିଯାନ ଯାତାୟାତ କରିଥାନ୍ତି । ତେବେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାର ପ୍ରଶସ୍ତୀକରଣ ନିମନ୍ତେ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା ବେଳେ ଆଜି ଉକ୍ତ କାର୍ଯ୍ୟ ର ଶିଳାନ୍ୟାସ ସ୍ଥାପନ ହୋଇଛି ।
ରାଜ୍ୟ ଯୋଜନା ଅନୁଦାନ ତରଫରୁ ୧୪ କିମି ରାସ୍ତା ନିମନ୍ତେ ୭ କିମି ୧୫୭ ମିଟର ପିଚୁ ରାସ୍ତା, ୬ କିମି ୮୪୩ ମିଟର କଂକ୍ରିଟ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ୧୭ଟି କଲ୍ଭର୍ଟ ଓ ୮୫୦ ମିଟର ଡ୍ରେନ ନିର୍ମାଣ ନିମନ୍ତେ ୨୩ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟାଦେଶ ହୋଇଥିବା ଜଣାଯାଇଛି । ତେବେ ଖୁବ୍ଶୀଘ୍ର ପ୍ରଶସ୍ତୀକରଣ କାର୍ଯ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କ ଦ୍ଵାରା ଆରମ୍ଭ ହେବ ବୋଲି ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ସାଂସଦ ଙ୍କୁ ନିମନ୍ତ୍ରଣ କରାନଯାଇ ଏଭଳି ଏକ ଫଳକ ସ୍ଥାପନା ବିଷୟରେ ପୂର୍ବରୁ ଅବଗତ ନକରି ଫଳକ ଉଦ୍ଘାଟନ କରାଯାଇଛି ବୋଲି ସୂଚନା ମିଳିଛି । ତେବେ ସ୍ଥାପିତ ଫଳକରେ ରଣପୁର ଏନ୍ଏସି ର ପ୍ରତିନିଧି ମାନଙ୍କ ନାମ ଥିବା ବେଳେ ଚାନ୍ଦପୁର ଓ ରାଜସୁନାଖଳା ଲୋକ ପ୍ରତିନିଧିମାନଙ୍କ ନାମ ନ ଥିବାରୁ ରାଜନୈତିକ ମହଲରେ ଏକ ପ୍ରକାରର ଅସନ୍ତୋଷ ସୃଷ୍ଟି ହେବା ଦେଖିବାକୁ ମିଳିଛି ।
ଏମିତିରେ ଦେଖିବାକୁ ଗଲେ ବିଧାୟକ ଙ୍କ ର ଏହା ପୁରୁଣା ଅଭ୍ୟାସ ଅବହେଳିତ ଓ ଅଣଦେଖା କରି ବହୁ ଅସୁବିଧା ଏବଂ ଅପ୍ରିୟତା ର ସମ୍ମୁଖୀନ ହୋଇଆସିଛନ୍ତି ଯାହାର ଫଳ ସ୍ୱରୂପ ଫଳକ ଉଦ୍ଘାଟନ ରେ ସାଂସଦ ଙ୍କୁ ଅଣଦେଖା କଲେ ବୋଲି ପ୍ରକାଶ ପାଉଛି । ଏପରିକି ଫଳକରେ ମୂଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ ନାମ ରହିଛି ହେଲେ ହେଁ ସାଂସଦ ଙ୍କ ଉପସ୍ଥିତି ନଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ସାଂସଦ ପିନାକୀ ମିଶ୍ରଙ୍କୁ ଅବଗତ କରାଯାଇନଥିଲା ବୋଲି ସାଂସଦ ଙ୍କ କାର୍ଯ୍ୟାଳୟ ରୁ ପ୍ରକାଶ ଥିବା ଜଣା ଯାଇଛି ।
ସାଂସଦଙ୍କୁ ଅତିଥି ର ମାନ୍ୟତା ଦେଇ ନିମନ୍ତ୍ରଣ ନ କରିବା ବିଧାୟକ ଙ୍କ ର ଏକ ଅବହେଳିତ ଓ ଅସମ୍ମାନୀତ ମନୋବୃତି ବୋଲି ରଣପୁର ଚର୍ଚ୍ଚା ହେଉଛି । ଏତଦ୍ ବ୍ୟତୀତ ରଣପୁର ପ୍ରତିନିଧି ମାନଙ୍କ ନାମ ରଖି ଫଳକରେ ଚାନ୍ଦପୁର ସୁନାଖଳା ପ୍ରତିନିଧି ମାନଙ୍କ ନାମ ନରଖିବା ସେମାନଙ୍କ ପ୍ରତି ବିଧାୟକଙ୍କ ଅଣଦେଖା ବୋଲି ଚାନ୍ଦପୁର ଓ ସୁନାଖଳା ରେ ରାଜନୈତିକ ଚର୍ଚ୍ଚା ପାଲଟିଛି । ଅନ୍ୟମାନଙ୍କ ମଧ୍ୟରେ ରଣପୁର ଏନ୍ଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସହକାରୀ ଯନ୍ତ୍ରୀ ଶ୍ରୀ ରାୟଗୁରୁ, ଏନ୍ଏସି ଉପାଧ୍ୟକ୍ଷ ବିଶ୍ଵରଞ୍ଜନ ପଟ୍ଟନାୟକ, ଲିଙ୍ଗରାଜ ନାୟକ, ସୁରେଶ ମିଶ୍ର, ସୁଶାନ୍ତ ମିଶ୍ର, ସଂପୃକ୍ତ ଠିକାଦାରଙ୍କ ସମେତ ସମସ୍ତ ଉପସ୍ଥିତ ଥିଲେ ।

No Result
View All Result