ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଅବସ୍ଥିତ ନୂଆଗାଁ ଗ୍ରାମ ପଞ୍ଚାୟତ ରେ ନୟାଗଡ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବାଲ୍ୟ ବିବାହ ରୋକିବା ଉପରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମ୍ମାନୀତ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ,
ସିଡ଼ିପିଓ ସୁଭ୍ରକେଶି ମଲିକ,ନାଏବ ସରପଞ୍ଚ ବସନ୍ତ କୁମାର ପ୍ରଧାନ, ପ୍ରମୁଖ ଯୋଗଦେଇ ବାଲ୍ୟବିବାହ କିପରି ରୋକାଯାଇ ପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଝିଅ ମାନଙ୍କୁ ବିବାହ ବୟସ ହେବା ପୂର୍ବରୁ ସଚେତନ ଅଭାବରୁ ପିତା ,ମାତା ଝିଅ ମାନଙ୍କୁ ବିବାହ କରିଦେବା ଦ୍ଵାରା କିପରି ବୈବାହିକ ଜୀବନ ଉପରେ କୁ ପ୍ରଭାବ ପଡିଥାଏ ସେ ଉପରେ ଆଲୋଚନା କରିବା ସହ ଝିଅ ମାନଙ୍କ ଉନ୍ନତି ରେ ରାଜ୍ୟ ତଥା ଦେଶର
ଉନ୍ନତି ବୋଲି ଆଲୋଚନା କରାଯାଇଥିଲା । ବାଲ୍ୟ ବିବାହ ରୋକିବା ଉପରେ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ର ମୁଖ୍ୟ ଭାବେ ସରପଞ୍ଚ ଅମିତା ପରିଡ଼ା ଥିବା ବେଳେ ସଦସ୍ୟ ଭାବେ ସମିତି ସଭ୍ୟା, ଅଙ୍ଗନ ୱାଡି କର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ ସଦସ୍ୟ ଥିବା ଜଣା ପଡିଛି । ଏହି ସଚେତନ କାର୍ଯ୍ୟକ୍ରମ ରେ ୱାର୍ଡ ସଭ୍ୟ, ସଭ୍ୟା ଅଙ୍ଗନ ୱାଡ଼ି କର୍ମୀ,ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।














