ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ଦଶପଲ୍ଲା :-ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନିକଟସ୍ଥ କୁଆଁରିଆ ଆଈ.ବି ବଙ୍ଗଳା ଠାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ପାଇଁ ସମୂହ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । ଏହି ସମ୍ୱର୍ଦ୍ଧନା ସଭା ରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଏବଂ ନୂଆଗାଁ ବ୍ଲକ ଅଧ୍ୟକ୍ଷା
ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା, ଙ୍କ ସମେତ ଦଶପଲ୍ଲା ବ୍ଲକ ଉପାଧ୍ୟକ୍ଷ, ଗଣିଆ ବ୍ଲକ ଉପାଧ୍ୟକ୍ଷ ,ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ଏଵଂ ଦଶପଲ୍ଲା ବ୍ଲକ , ଗଣିଆ ବ୍ଲକ, ନୂଆଗାଁ ବ୍ଲକ ର ୬ ଗୋଟି ଜୋନ ର ଜିଲ୍ଲା ପରିଷଦ ଏବଂ ତିନୋଟି ବ୍ଲକ୍ ର ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ସଭ୍ୟା ଦଶପଲ୍ଲା ଏନ୍ ଏ ସି ର କାଉନସିଲର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦଶପଲ୍ଲା ଉପାନ୍ତ ଅଞ୍ଚଳ ଚଢେଇଆପଲ୍ଲି ବାସୀ ଙ୍କୁ ରୋଗୀ ସେବା ଯୋଗାଇଦେବା ପାଇଁ ସାଂସଦ ଡ.ଅଚ୍ୟୁତ ସାମନ୍ତ ସାଂସଦ ଙ୍କ ପାଣ୍ଠି ରୁ ଦଶଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ । ସାଂସଦ ଡ.ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ରମେଶ ଚନ୍ଦ୍ର ବେହେରା ହାତରେ ନୀଳ ପତାକା ଧରି ଆମ୍ବୁଲାନ୍ସ ସେବାର ଶୁଭ ଉଦ୍ଘାଟନ କରିଥିଲେ ।© 2023 Odisha Taza News.