• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିକ୍ଷା ବିଭାଗରେ : ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି

Proprietor Abhimanyu Maharana by Proprietor Abhimanyu Maharana
May 5, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଶିକ୍ଷା ବିଭାଗରେ : ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ମୋ ଜେଜେ ଶିକ୍ଷକ ଥିଲେ l ମୋ ଜେଜେମାଆ ବି କିଛି ଦିନ ପାଇଁ ଶିକ୍ଷୟିତ୍ରୀ ଚାକିରୀ କରିଥିଲେ l ମୋ ବାପା, ମାଆ ଶିକ୍ଷକତା କରନ୍ତି l ମୋ ପିଉସା, ପିଉସୀ, ମାମୁଁ ଘର, ବାପାଙ୍କ ମାମୁଁ ଘର ପ୍ରାୟ ସମସ୍ତଙ୍କ ବୃତ୍ତି ଶିକ୍ଷକତା l ସେମାନଙ୍କଠୁ ପ୍ରେରଣା ପାଇ ମୁଁ ମଧ୍ୟ RNIASE, cuttack ରେ ବି.ଏଡ୍ କରି 2014 ରେ ବାହାରିଥିବା ନିଯୁକ୍ତି ଅନୁସାରେ 2015 ରେ ଆମ ଘର ପାଖର ଗୋଟେ ସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲି l କିଛି ଦିନର ଚାକିରୀ ପରେ ଆମକୁ କୁହାଗଲା କିଛି ପିଲାଙ୍କ କେଶ୍ ଯୋଗୁଁ ଆମକୁ ଚାକିରୀରୁ ଛଟେଇ କରାଯାଇଛି l ଆଉଥରେ verification ହେବ l

ମୋ ସାଙ୍ଗମାନେ ବିଚଳିତ ହେଉଥିଲା ବେଳେ ମୁଁ ଶାନ୍ତ ଭାବେ ଛଟେଇକୁ ଗ୍ରହଣ କରିଥିଲି,କାରଣ ମୁଁ ଜାଣିଥିଲି ଏ ଚାକିରୀ ମୁଁ ମୋ ଯୋଗ୍ୟତାରେ ପାଇଛି ଏବଂ ମୋତେ ନିଶ୍ଚୟ ମୋ ଚାକିରୀ ଫେରେଇ ଦିଆଯିବ l ପିଲାଦିନୁ ମୁଁ ଶୁଣି ଆସିଛି ଶିକ୍ଷକତା ବୃତ୍ତି ଦୁର୍ନୀତିମୁକ୍ତ ବୃତ୍ତି, ଏଥିରେ ସାମାନ୍ୟ କୌଣସି ଦୁର୍ନୀତି ରହିବାର ଅର୍ଥ ସମାଜ ଦୁର୍ନତିଗ୍ରସ୍ତ ହେବା l ସେ ଯାହା ହେଉ ସେହି କିଛି ଦିନର ଛଟେଇ ପରେ ପୁଣି ଆମକୁ 2016 ଏପ୍ରିଲରେ ପୋଷ୍ଟିଙ୍ଗ୍ ଦିଆଗଲା ସେହି ସମାନ ଜାଗାରେ l ଯେଉଁମାନେ ଯୋଗ୍ୟତା ନରଖି ଚାକିରୀ ପାଇଥିଲେ ପୁନଃତଦାରଖ ପରେ ସେମାନଙ୍କୁ ଆଉ ଚାକିରୀକୁ ଫେରେଇ ଅଣା ଯାଇନଥିଲା l

2016ରେ ଆମକୁ reposting ଦିଆଗଲା ପରେ ଦୀର୍ଘଦିନ ଧରି ସରକାରୀ ଉଚ୍ଚବିଦ୍ୟାଳୟରେ ଆଉ ନୂଆ ଶିକ୍ଷକ ନିଯୁକ୍ତି ହେଉନଥିଲେ l ବହୁତ ମେଧାବୀ ଛାତ୍ରଛାତ୍ରୀ ସରକାରୀ କଲେଜରୁ ବି.ଏଡ୍ କରି, OSSTET ପାସ୍ କରି ସରକାରୀ ନିଯୁକ୍ତିକୁ ଅପେକ୍ଷା କରିବାର ବର୍ଷ ବର୍ଷ ବିତିଗଲା ପରେ ନିଯୁକ୍ତି ନପାଇ ବାଧ୍ୟ ହୋଇ ବେସରକାରୀ ସ୍କୁଲରେ ଚାକିରୀ କରିଛନ୍ତି କିମ୍ବା ବେକାରି ହେବାର ଦୁଃଖରେ ଭାଙ୍ଗିପଡ଼ି ଶିକ୍ଷକତା କରିବାର ଇଚ୍ଛାକୁ ନିଜ ଭିତରୁ ବାହାର କରି ଦେଇଛନ୍ତି l କିଛି ମେଧାବୀ ଛାତ୍ରଛାତ୍ରୀ ଚାକିରୀ ନପାଇବାର ଦୁଃଖରେ ମାନସିକ ସ୍ତରରେ ଏତେ ଦୁର୍ବଳ ହେଇଯାଇଛନ୍ତି ଯେ ସେମାନଙ୍କର ଆତ୍ମବିଶ୍ୱାସର ସ୍ତର ବହୁତ ତଳକୁ ଖସିଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଅବସାଦଗ୍ରସ୍ତ  ହେଇପଡ଼ିଥିବାର ମୁଁ ନିଜେ ଦେଖିଛି l

ସେ ଯାହା ହେଉ, ଖୁସିର କଥା ଯେ ଏବେ ପୁଣିଥରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଇଛି l ଗତ ଜାନୁଆରୀରେ କିଛି ନୂଆ ଶିକ୍ଷକ ନିଯୁକ୍ତି ପାଇଛନ୍ତି l ଏବେ କିଛି ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି l ଏବେ ଯେଉଁମାନେ ନିଯୁକ୍ତି ପାଇବାକୁ ଯାଉଛନ୍ତି, ସେମାନଙ୍କ ଭିତରୁ କିଛି ଜଣଙ୍କର ଚାକିରୀ ପାଇବାର ଅତ୍ୟନ୍ତ ନିନ୍ଦନୀୟ, ଘୃଣ୍ୟ ଉପାୟ ବିଷୟରେ ଜାଣି ମୁଁ ମର୍ମାହତ l ମୋର ବହୁତ ଚିହ୍ନା ଜଣା ମେଧାବୀ ଆଶାୟୀ ପ୍ରାର୍ଥୀଙ୍କର ନାଁ ମେରିଟ୍ ଲିଷ୍ଟରେ ନଆସିବାର ଦୁଃଖଠୁ ବେଶି ଦୁଃଖଦ କଥା ହେଲା ଟଙ୍କା ଦେଇ ଶିକ୍ଷକତା ବୃତ୍ତିକୁ କିଣିବା l ହଁ ଏହା ସମ୍ପୂର୍ଣ୍ଣ ସତ୍ୟ ଯେ କିଛି ପିଲା ଟଙ୍କା ଦେଇ ଚାକିରୀ ପାଇବାର ହୀନ ପ୍ରୟାସ କରିଛନ୍ତି ଏବଂ ସଫଳ ମଧ୍ୟ ହେଇଛନ୍ତି l

ମୁଁ ପ୍ରଥମେ ଏସବୁ ବିଶ୍ୱାସ କରୁନଥିଲି l କିନ୍ତୁ ଏ ସଂକ୍ରାନ୍ତରେ ଯଥେଷ୍ଟ ପ୍ରମାଣ ଦେଖିଲା ଓ ଶୁଣିଲା ପରେ ଜାଣିବାକୁ ପାଇଲି ମେରିଟ୍ ଲିଷ୍ଟରେ ଆସିବା ପାଇଁ ପିଲାମାନେ ଲକ୍ଷାଧିକ ଟଙ୍କା ଦେଇଛନ୍ତି l ତେବେ ସେ ଟଙ୍କା ସେମାନେ ଦେଇଛନ୍ତି କାହାକୁ ? ମୋର ଜଣେ ସାଙ୍ଗ କହିଲା, “ଚାକିରୀ ଦେବା ଗୋଟେ ପ୍ରହସନ l ଏଇ ଚାକିରୀ ଆଳରେ ଆଗାମୀ ଇଲେକ୍ସନ ଜିତିବା ହେଉଛି ମୂଳ ଉଦ୍ଦେଶ୍ୟ l ତା’ଛଡ଼ା ଭୋଟ କିଣିବା ପାଇଁ ତ ଅଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଟଙ୍କା ବି ସଂଗ୍ରହ ହେଇଗଲା l ୟାକୁ କହନ୍ତି ମାଛ ତେଲରେ ମାଛ ଭାଜିବା ” l ତାହେଲେ ସେହି ଗରିବ ମେଧାବୀ ଛାତ୍ରଙ୍କର କ’ଣ ହେବ ଯେଉଁମାନଙ୍କର କ୍ୟାରିୟର୍ 80%,90%, ଯେଉଁମାନେ ଖୁବ୍ ଭଲ ନମ୍ବରରେ OSSTET clear କରି ବର୍ଷ ବର୍ଷ ହେବ ଚାକିରୀ ପାଇବାକୁ ଅପେକ୍ଷା କରି ମଧ୍ୟ ଏଥର merit list ରେ ଆସିପାରିନାହାଁନ୍ତି କେବଳ ଦୁର୍ନୀତି କରି ପାରି ନଥିବା କାରଣରୁ ?

ଏଇ ଯୋଉ ଶିକ୍ଷକମାନେ ଦୁର୍ନୀତି ଉପାୟରେ ଚାକିରୀ ପାଇବେ ସେମାନେ ଆମ ପିଲାମାନଙ୍କୁ କେଉଁ ଭଳି ଭାବେ ନୈତିକ ଶିକ୍ଷା ଦେବେ …? ଅଯୋଗ୍ୟ ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ହାତରେ ଆମେ ଆମ ପିଲାମାନଙ୍କ ଭବିଷ୍ୟତକୁ  ଆମେ କେମିତି ଟେକି ଦେଇପାରିବା …?  ମୁଁ ଆଶ୍ଚର୍ଯ୍ୟ ଯେ ଦୁର୍ନୀତି ହେଇଥିବାର ଯଥେଷ୍ଟ ପ୍ରମାଣ ଥାଇ ବି କେହି ଏ ବିଷୟରେ ତତ୍ପରତା ଦେଖାଉନାହାଁନ୍ତି, ଆଗ ଧାଡିରେ ଥିବା ମିଡ଼ିଆ ଚ୍ୟାନେଲଗୁଡ଼ିକ ଆଦୌ ମୁହଁ ଖୋଲୁନାହାଁନ୍ତି l କେହି କେମିତି ବୁଝୁ ନାହାଁନ୍ତି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ହେଲେ କେବଳ ଗରିବ ମେଧାବୀ ପ୍ରାର୍ଥୀ ବେକାର ରହିଯିବେନି, ଏହାଦ୍ୱାରା ଆମ ଓଡ଼ିଆ ମିଡିୟମ୍ ସ୍କୁଲରେ ପଢ଼ୁଥିବା ରାଜ୍ୟର ସତୁରି ଶତକଡା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଖରାପ ହେଇଯିବାର ସମ୍ଭାବନା ବି ରହିଛି l

ମୋର ଅନୁରୋଧ ଏ ଦୁର୍ନୀତି ବିରୁଦ୍ଧରେ ସମସ୍ତେ ସ୍ୱର ଉଠାନ୍ତୁ l ଏ ସମସ୍ୟା କେବଳ ସେହି ମେଧାବୀ ଆଶାୟୀ ପ୍ରାର୍ଥୀଙ୍କର ନୁହେଁ ଯିଏ ତାଲିକାଭୁକ୍ତ ହେବରୁ ବଞ୍ଚିତ ହେଇଛନ୍ତି, ଏ ସମସ୍ୟା ଆମ ସମସ୍ତଙ୍କର, କାରଣ ଆମ ପିଲାଙ୍କ ଭବିଷ୍ୟତ ଏବଂ ଆମ ରାଜ୍ୟର ଭବିଷ୍ୟତ ଆମ ରାଜ୍ୟର ଶିକ୍ଷକଙ୍କ ଯୋଗ୍ୟତା ଉପରେ ନିର୍ଭର କରେ l ତେବେ ଆସନ୍ତୁ ଆମ ମେଧାବୀ ଆଶାୟୀ ପ୍ରାର୍ଥୀଙ୍କୁ ନ୍ୟାୟ ଦେବାକୁ ଆମେ ସମସ୍ତେ ସ୍ୱର ଉଠେଇବା l ଆମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଏ ଚୟନ ପ୍ରକ୍ରିୟା ଉପରେ ଅଧିକ ତଦନ୍ତ ଦାବୀ କରିବା l

 ଆମ ସ୍ୱର ଠିକ ସ୍ଥାନରେ ପହଞ୍ଚୁ ଓ ଯିଏ ଦୁର୍ନୀତି କରି ଟଙ୍କା ନେଇଛନ୍ତି ଏବଂ ଯେଉଁମାନେ ମେଧା ତାଲିକାରେ ଆସିବାକୁ ଟଙ୍କା ଦେଇଛନ୍ତି ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ l ଆମ ଶିକ୍ଷା ବ୍ୟବସ୍ଥାକୁ ନ୍ୟାୟ ମିଳୁ l (Pcm cut off 95% above ଯାଇଛି। ଯେଉଁ ପିଲା ମାନେ OSSTET ପରୀକ୍ଷାରେ କୌଣସି ନେଗେଟିଭ୍ ମାର୍କ ନଥାଇ (ଭୁଲ କଲେ ମାର୍କ କଟିବାର ସମ୍ଭାବନା ନଥାଇ ) ମଧ୍ୟ ଅତି ଖରାପ ନମ୍ବର ରଖି ଫେଲ୍ ହେଇଛନ୍ତି  ସେମାନେ INITIAL APPOINTEES TEACHER EXAM ରେ ନେଗେଟିଭ ମାର୍କ ଥାଇ ବି କିପରି 95% ABOVE ରଖିଲେ ..?? ହଁ ଏମିତି ହେଇଛି  ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version