• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘କ୍ଷେତ ପ୍ରସ୍ତୁତ – ଚାଷୀ ପ୍ରସ୍ତୁତ’ ରାଜ୍ୟ ସରକାର ପ୍ରସ୍ତୁତ ହେବା ଦରକାର : ସମୀର ମହାନ୍ତି

Proprietor Abhimanyu Maharana by Proprietor Abhimanyu Maharana
May 4, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
‘କ୍ଷେତ ପ୍ରସ୍ତୁତ – ଚାଷୀ ପ୍ରସ୍ତୁତ’ ରାଜ୍ୟ ସରକାର ପ୍ରସ୍ତୁତ ହେବା ଦରକାର : ସମୀର ମହାନ୍ତି
Share on FacebookShare on TwitterWhatsapp

1. ରାଜ୍ୟ ସରକାରଙ୍କର ଦାୟୀତ୍ୱହୀନତା ପାଇଁ ସଠିକ ଚାଷୀ ତାଲିକା ପ୍ରକାଶ ପାଇଲା ନାହିଁ କିମ୍ବା ଭାଗ ଚାଷୀଙ୍କର ଚିହ୍ନଟ ପ୍ରକ୍ରିୟା ହେଲା ନାହିଁ

2. ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ ବାଟବଣା କରାଯାଉଛି

3. ଚାଷୀର ଉତ୍ପାଦିତ ଦ୍ରବ୍ୟକୁ ସଠିକ୍ ସଂରକ୍ଷଣ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହେବା କାରଣରୁ ଚାଷୀଟି ନିଜ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରୁ ବଂଚିତ ହେଉଛି

ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ଭୁବନେଶ୍ୱର :- ଜଗନ୍ନାଥ ସଂସ୍କୃତିର ମହାନ କୃଷି ଭିତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟାରୁ ଚାଷୀ ତାର ଚାଷ କ୍ଷେତ୍ରରେ ଚାଷ କାମର ଶ୍ରୀ ଗଣେଷ କରିଥାଏ । ଆଜିଠାରୁ କ୍ଷେତ ପ୍ରସ୍ତୁତ, ଚାଷୀ ବି ପ୍ରସ୍ତୁତ କିନ୍ତୁ ରାଜ୍ୟ ସରକାର ସେହି ଅନୁଯାୟୀ ପ୍ରସ୍ତୁତ ରହିବା ଦରକାର । ରାଜ୍ୟ ସରକାର ଠିକଣା ସମୟରେ ଚାଷୀ ପାଖରେ ବିହନ, ସାର ଓ କୀଟନାଶକ ତଥା ଅନ୍ୟାନ୍ୟ ଆବଶ୍ୟକୀୟ କୃଷିଜାତକ ସାମଗ୍ରୀ ପଂହଚାଇ ପାରୁ ନାହାନ୍ତି । ଏପରିକି ଚାଷୀର ଉତ୍ପାଦିତ ଦ୍ରବ୍ୟକୁ ସଠିକ୍ ସଂରକ୍ଷଣ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହେବା କାରଣରୁ ଚାଷୀଟି ନିଜ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରୁ ବଂଚିତ ହେଉଛି ଏବଂ ତାର ଅର୍ଥିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେଉଛି । ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଓ ଜ୍ଞାନ କୌଶଳ ଯୋଗାଇ ଦେବା ପାଇିଁ ପଂଚାୟତ ସ୍ତରରେ ଗ୍ରାମ ସେବକ (ଭି.ଏ.ଡବ୍ଳ୍ୟୁ)ଟିଏ ମଧ୍ୟ ଯୋଗାଇ ଦେଇପାରୁ ନାହାନ୍ତିି ।

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥି ପାଇଁ ବହୁ କୃଷକକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଅନୁରୁପ ଭାବେ ରାଜ୍ୟ ସରକାର ମଧ୍ୟ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଓ ତାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ମୋଦିଜୀ କୃଷକ ଉତ୍ପାଦକ ସଙ୍ଘ (ଏଫପିଓ) ମାଧ୍ୟମରେ ଚାଷୀଙ୍କୁ ସଙ୍ଗଠିତ କରି ଅନେକ କୃଷକ ହୀତକାରୀ ଯୋଜନାରେ ଚାଷୀଙ୍କୁ ଯୋଡୁଛନ୍ତି । ଓଡିଶାର ଚାଷୀ ଭାଇମାନେ ଏହାର ଭରପୁର୍ ଲାଭ ଉଠାଇବା ପାଇିଁ ଶ୍ରୀ ମହାନ୍ତି ଚାଷୀମାନଙ୍କୁ ନିବେଦନ କରିଛନ୍ତି । ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ ବାଟବଣା କରାଯାଉଛି ଅଥଚ କାଳିଆ ଯୋଜନା ଭଳି ଏକ ଭ୍ରମିତ ଯୋଜନାକୁ ନିର୍ଦ୍ଦିଷ୍ଠ ଦଳୀୟ ବିଜେଡିକର୍ମୀଙ୍କୁ ରାଜ୍ୟ ସରକାର ଯୋଗାଇ ଦେଇ ମିଛଠାରେ ବାଃ ବାଃ ନେଉଛନ୍ତି ।

ଆଜି ବି ଓଡିଶାରେ ରାଜ୍ୟ ସରକାରଙ୍କର ଦାୟୀତ୍ୱହୀନତା ପାଇଁ ସଠିକ ଚାଷୀ ତାଲିକା ପ୍ରକାଶ ପାଇଲା ନାହିଁ କିମ୍ବା ଭାଗ ଚାଷୀଙ୍କର ଚିହ୍ନଟ ପ୍ରକ୍ରିୟା ହେଲା ନାହିଁ । ତେବେ ରାଜ୍ୟ ସରକାର କାହାକୁ କାଳିଆ ଯେଜନାରେ ସାମିଲ କଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଟକ ଜିଲ୍ଳା ଆଠଗଡ଼ ବ୍ଲକ ସମସରପୁର ଗ୍ରାମରେ ରାଜ୍ୟସ୍ତରୀୟ ଅକ୍ଷୀମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶତାଧିକ ଚାଷୀମାନେ ଏକ ଭବ୍ୟ ଶୋଭାଯାତ୍ରାରେ ରାଜ୍ୟ ସଭାପତିଙ୍କୁ ଅନୁକୂଳ କିଆରୀ ପର୍ଯନ୍ତ ପାଛୋଟି ନେଇଥିଲେ । ବୈଦିକ ରିତିନିତୀ ଅନୁଯାୟୀ ପୂଜାପାଠ ପରେ ଶ୍ରୀ ମହାନ୍ତି ଚାଷ କ୍ଷେତରେ ଅନୁକୂଳ ଧାନ ବିହନ ବୁଣି ପାରମ୍ପରିକ ଭାବେ ଲଙ୍ଗଳରେ ହଳ କରିଥିଲେ । ଏହା ପରେ ଗାଁ ମଣ୍ଡପରେ ଅନୁଷ୍ଠିତ କୃଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଅଂଚଳର ବିଭିନ୍ନ ଚାଷରେ ପାରଦର୍ଶିତା ଲାଭ କରିଥିବା ୫୦ଜଣ କୃଷକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଶ୍ରୀ ମହାନ୍ତି ସମ୍ବର୍ଦ୍ଧିତ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ ବିଜେପି କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା ଏବଂ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ପରିଚାଳନା କରିଥିଲେ । ଏହି ସଭାରେ ରାଜ୍ୟ ସମ୍ପାଦକ ତଥା ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଆଠଗଡ ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ର ରାୟ, ରାଜ୍ୟ କାର୍ଯ୍ୟାକାରଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀ, ମୋର୍ଚ୍ଚାର ଉପସଭାପତି ରାମଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ପ୍ରଶାନ୍ତ ଗଣ୍ଠିଆ, ପ୍ରଦୀପ ମହାନ୍ତ ଓ ତୁଷାର ଚକ୍ରବର୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମୀରେଖା ଦାସ, ଓବିସି ରାଜ୍ୟ ସଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସ୍ୱାଇଁ ଓ ଉପସଭାପତି ସୁକାନ୍ତ ବିଶ୍ୱାଳ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମହାନ୍ତି ଏବଂ ସ୍ଥାନୀୟ ମଣ୍ଡଳ ସଭାପତି ନୁତନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ପବିତ୍ର ଦିବସରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲଠାରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୁର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅକ୍ଷିମୁଠି ଅୁନକୁଳ କରିଥିବା ବେଳେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପୁରୀ ଜିଲ୍ଲାର ବୀରନରସିଂହପୁର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ୍ ଯାଦବ କଂଟାବାଂଜି, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିପଦ ଭଞ୍ଜନ ଦାସ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଲିମା ଏବଂ କୃଷକମୋର୍ଚ୍ଚା ଜିଲ୍ଲା ସଭାପତିମାନେ ନିଜ ନିଜ ଜିଲ୍ଲାରେ ଅକ୍ଷିମୁଠି ଅୁନକୁଳ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version