No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ଭୁବନେଶ୍ୱର :- ରାଜ୍ୟର ବିକାଶରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡିକର ପ୍ରମୁଖ ଭୂମିକା ରହିଛି । ଏହା କେବଳ ରାଜ୍ୟର ସାମୂହିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁନାହିଁ, ବରଂ ଆମ ରାଜ୍ୟର ଯୁବଶକ୍ତିଙ୍କୁ କର୍ମସଂସ୍ଥାନ ଯୋଗାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ଯେଉଁ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ତାହା ଆଗାମୀ ଦିନରେ ଅର୍ଥନୈତିକ ବିକାଶ ସହିତ କର୍ମନିଯୁକ୍ତି କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହେବ ବୋଲି ଶକ୍ତି, ଶିଳ୍ପ, ଏମଏସଏମଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି । ମନ୍ତ୍ରୀ କ୍ୟାପଟେନ ମିଶ୍ର ଖୋର୍ଦ୍ଧା ଏବଂ କଟକର କେତେକ ଶିଳ୍ପ ପ୍ରତିଷ୍ଠାନ ୟୁନିଟ ପରିଦର୍ଶନ ବେଳେ ଏହା ପ୍ରକାଶ କରିଛନ୍ତି । ଗତ କାଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଖୋର୍ଦ୍ଧା ଜିଲ୍ଲା ଜାଆଁଳ ପଞ୍ଚାୟତ କାଷ୍ଠ କାରିଗରୀ ଶିଳ୍ପ ସମବାୟ ସମିତି ପରିଦର୍ଶନ କରିଥିଲେ ।
୫୦ରୁ ଊଦ୍ଧ୍ୱର୍ କାରିଗରଙ୍କୁ ନେଇ ଚାଲିଥିବା ଏହି ଶିଳ୍ପ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ଅଫିସ ଆସବାବପତ୍ର, ସ୍କୁଲ ପାଇଁ ଟେବୁଲ, ଡେସ୍କ, ଚୌକି ଯୋଗାଇ ଆସୁଥିବାବେଳେ ସେମାନଙ୍କର ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପରେ ମନ୍ତ୍ରୀ ଜଟଣୀରେ ଥିବା ରାମଚନ୍ଦ୍ରପୁର ସ-ମିଲ୍ କମ୍ ଅଏଲ୍ ଏକ୍ସପେଲର କୋଅପରେଟିଭ୍ ସୋସାଇଟି ଲିଃ ପରିଦର୍ଶନ କରିଥିଲେ । ଏଥି ସହିତ ମନ୍ତ୍ରୀ ସେଞ୍ଚୁରୀ ଫାଇବର ପ୍ଲେଟ ପ୍ରାଇଭେଟ ଲିମିଟେଡ଼, ବିୱାନ ବିଜିନେସ ହାଉସ ପ୍ରାଇଭେଟ ଲିମିଟେଡ଼, ଇଣ୍ଡୋନିସିନ ଫୁଡ୍ସ ପ୍ରାଇଭେଟ ଲିମିଟେଡ଼, ସେଞ୍ଚୁରୀ ମ୍ୟାଟ୍ରେସ୍, ବିଜୟା ଗ୍ୟାସ ଏବଂ ଶେଷରେ ଜୟ ଭାରତ ସ୍ପାଇସେସ ପ୍ରାଇଭେଟ ଲିମିଟେଡ଼ (ଭାରତ ମସଲା) ସଂସ୍ଥାର ୟୁନିଟଗୁଡିକୁ ଗସ୍ତ କରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧାଗୁଡିକୁ ପଚାରି ବୁଝିବା ସହ କମ୍ପାନୀର ଉତ୍ପାଦ, ବିକ୍ରିବଟା,
ବଜାର ଏବଂ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ସହିତ ଏହି ସଂସ୍ଥାଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟା, ସରକାରୀ ଅନୁଦାନ ଆଦିର ସମୀକ୍ଷା କରିଥିଲେ । ବିଗତ କୋଭିଡ ବିପତ୍ତି ସମୟରେ ଏହି ସଂସ୍ଥାମାନେ ବହୁ କ୍ଷତିର ସମ୍ମୁଖୀନ ହୋଇ ଯେପରି ଭାବେ ଏପର୍ଯ୍ୟନ୍ତ ଦୃଢ ହୋଇ ଛିଡା ହୋଇଛନ୍ତି ସେଥିନେଇ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଶିଳ୍ପସଂସ୍ଥା ପ୍ରମୁଖଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଗସ୍ତ ସମୟରେ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା, ଅତିରିକ୍ତ ଶିଳ୍ପ ସଚିବ, ଏମଏସଏମଇ ବିଭାଗ, ଇପିଏମ ନିର୍ଦ୍ଦେଶକ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଲ୍ରାଣ୍ଡ ଅଫିସର, ଇଡ୍କୋଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

No Result
View All Result