ଫିନାଲେ ରାଉଣ୍ଡଟି ମୁମ୍ବାଇରେ ଆୟୋଜନ କରାଯାଇଥିଲା । ପ୍ରତିଯୋଗୀଙ୍କ ମଧ୍ୟରେ ୩ ଦିନ ଧରି ଇଂଟ୍ରୋଡକ୍ସନ୍, କଷ୍ଟ୍ୟୁମ୍, କ୍ୟାଟ ୱାକ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇଥିଲା । ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କର ଗ୍ରୁମିଂ କରାଯାଇଥିଲା ଏବଂ ଟପ୍ ଫାଇଭ୍ ଫିନାଲେକୁ ଯାଇଥିଲେ । ଏହି ଟପ୍ ଫାଇଭଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଥିବା ବେଳେ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରିଛନ୍ତି ରୁପ୍ସା । ଗତ ଏପ୍ରିଲ୍ ୨୪ ତାରିଖରେ ଏହି ଫିନାଲେ ମୁମ୍ବାଇରେ ଆୟୋଜିତ ହୋଇଥିଲା । ରୁପ୍ସା କଲେଜ ଜୀବନରୁ ହିଁ ଗ୍ଲାମର ଜଗତ ସହ ଜଡିତ ଅଛନ୍ତି ।
୨୦୦୯ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ଏହି ଟାଇଟଲ୍ ହାସଲ କରିବା ମୁମ୍ବାଇ ବ୍ୟାଙ୍କିଙ୍ଗ୍ ସେକ୍ଟରରେ କାର୍ୟ୍ୟରତ ରୁପ୍ସାଙ୍କ ସ୍ୱାମୀ ମଧ୍ୟ ବଲିଉଡ୍ ସହ ଜଡିତ ହୋଇ କାର୍ୟ୍ୟ କରୁଛନ୍ତି । ତାଙ୍କର ଏକ ବର୍ଷର ଝିଅଟିଏ ଅଛି । ଆଗାମୀ ଦିନରେ ସେ ଓଡ଼ିଶାରେ କାର୍ୟ୍ୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ସେ ବିଭିନ୍ନ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ବିଜୟୀ ହେବା ସହ ପ୍ରମୁଖ କମ୍ପାନୀର ବିଜ୍ଞାପନରେ ସାମିଲ ହୋଇଛନ୍ତି ।© 2023 Odisha Taza News.