ପୁରୀର ବିକାଶ ହେଉଛି, ସାଂସଦ କାହିଁକି ବିରୋଧ କରୁଛନ୍ତି..?
ଯୁବ କଂଗ୍ରେସ ବିରୋଧ କରିଛି, ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଜଗା ଦର୍ଶନ କରି ଫେରୁଥିବା ବେଳେ ତାଙ୍କ ଉପରକୁ ତମାଟୋ ମାଡ କରିଛି ।
ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର/ପୁରୀ :- ପ୍ରଶାସନର ବାରଣ ସତ୍ୱେ ସାଂସଦ ପଦଯାତ୍ରା କରିଥିବା ଦାବି କରି ଶ୍ରୀକ୍ଷେତ୍ର ବିକାଶ ମଂଚ ଓ ବୁଦ୍ଧିଜୀମାନେ ଥାନାରେ ଏତଲା ଦାୟର କରିଛନ୍ତି ।ସାଂସଦ ଅପରାଜିତା ଷଢଙ୍ଗୀ ପଦଯାତ୍ରା କରି ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ନେଇ ବିବାଦ ବଢିବାରେ ଲାଗିଛି ।
ପୁରୀର ବିକାଶ ହେଉଛି, ସାଂସଦ କାହିଁକି ବିରୋଧ କରୁଛନ୍ତି..? ପ୍ରକଳ୍ପ ବିରୋଧୀଙ୍କ ପଦଯାତ୍ରାକୁ ପ୍ରଶାସନ ବାରଣ କରିଥିବା ବେଳେ ସାଂସଦ ଯେଉଁଭଳି ଭାବେ ଆଇନ ଉଲଂଘନ କରି ପଦଯାତ୍ରା କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଂଚ ଦାବି କରିଛି ।
ସେପଟେ ଜଗା ଦର୍ଶନ ନାଁରେ ସାଂସଦ ଯେଉଁ ଭଳି ଢଙ୍ଗରେ ବଡଦାଣ୍ଡରେ ବେଆଇନ ପଦଯାତ୍ରା କଲେ, ତାହାକୁ ଯୁବ କଂଗ୍ରେସ ବିରୋଧ କରିଛି । ଶ୍ରୀମତୀ ଷଢଙ୍ଗୀ ଜଗା ଦର୍ଶନ କରି ଫେରୁଥିବା ବେଳେ ତାଙ୍କ ଉପରକୁ ତମାଟୋ ମାଡ କରିଛି । ଉଲ୍ଲେଖଥାଉକି, ଐତିହ୍ୟ କରିଡର ପ୍ରକଳ୍ପର ବିପକ୍ଷବାଦୀ ଆଜି ପଦଯାତ୍ରା କରିବାକୁ ଅନୁମତି ମାଗିଥିଲେ ।
ହେଲେ ପ୍ରଶାସନ ସେମାନଙ୍କ ରାଲିକୁ ଅନୁମତି ଦେଇନାହିଁ । ତା’ସହିତ ସପକ୍ଷବାଦୀଙ୍କୁ ମଧ୍ୟ ଦୀପଦାନ କରିବାକୁ ଅନୁମତି ମିଳିନାହିଁ । ଏଭଳି ସ୍ଥିତିରେ ଅପରାଜୀତା ଷଢଙ୍ଗୀ ଜଗନ୍ନାଥ ପ୍ରେମୀକୁ ନେଇ ଆଜି ପୁରୀଗସ୍ତ କରିଥିଲେ । ସମର୍ଥକଙ୍କ ସହ ସେ ପୁରୀ ଯାଉଥିବା ବେଳେ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା ।
ହେଲେ ସେ ମହାପ୍ରଭୂଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ଓ ଏକା ଚାଲି ଚାଲି ଯିବେ ବୋଲି କହିବା ପରେ ପ୍ରଶାସନ ତାଙ୍କ ସହିତ ୫ଜଣଙ୍କୁ ଯିବାକୁ ଅନୁମତି ଦେଇଥିଲେ । ପରେ ସାଂସଦ ଶ୍ରୀମତୀଷଢଙ୍ଗୀ ପ୍ରାୟ ଦେଢ କିଲୋମିଟର ପାଦରେ ଚାଲି ଚାଲି ଯିବା ପରେ ପ୍ରଶାସନ ସେମାନଙ୍କ ସମର୍ଥକ ଓ ଗାଡିରେ ଯିବାକୁ ଅନୁମତି ଦେଇଥିଲା । ସେମାନେ ଗାଡିରେ ମେଡିକାଲ ଛକ ପର୍ୟ୍ୟନ୍ତ ଯିବା ପରେ ସେଠାରେ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଥିଲେ















