No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୬ ଏପ୍ରିଲ ମଙ୍ଗଳବାର / ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ନୟାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ସଦାସର୍ବଦା ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । RPWD ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚ଼ିବଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା ।
ଏହି ବୈଠକରେ ରାଜ୍ୟ ପଥପ୍ରଦର୍ଶକ ଶ୍ରୀ ଆୟୁଷ୍ମାନ ଚୌଧୁରୀଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ମିଥୁନ ମଲିକ, ଉପସଭାପତି ଶୁଭସ୍ମିତା ମିଶ୍ର, ସମ୍ପାଦିକା ରଶ୍ମିତା ସାମନ୍ତରାୟ, ସଂଯୋଜକ ଶିବ ପ୍ରସାଦ ମିଶ୍ର, ଆଇଟି ସେଲ ସଂଯୋଜକ ପ୍ରଶାନ୍ତ ପାତାଳସିଂହ ଏବଂ ଲୋକଜିତ ପରିଡାଙ୍କ ସହ ୧୫୦ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଯୋଗ ଦେଇଥିଲେ । ଜିଲ୍ଲାର ପ୍ରତ୍ୟେକ ବ୍ଲକର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ ସଂଘର ସଦସ୍ୟତା ଗ୍ରହଣ କରିଥିଲେ ।

No Result
View All Result