• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତରେ ବାଲ୍ୟାବସ୍ଥା ପୁଷ୍ଟିହୀନତା ବିରୋଧରେ ଆମୱେ ନିଜର ଲଢେଇକୁ ବ୍ୟାପକ କଲା

Proprietor Abhimanyu Maharana by Proprietor Abhimanyu Maharana
April 22, 2022
in ଓଡ଼ିଶା, ଦେଶ, ହୋମ୍
0
ଭାରତରେ ବାଲ୍ୟାବସ୍ଥା ପୁଷ୍ଟିହୀନତା ବିରୋଧରେ ଆମୱେ ନିଜର ଲଢେଇକୁ ବ୍ୟାପକ କଲା
Share on FacebookShare on TwitterWhatsapp

ଭାରତ ସରକାରଙ୍କ ଜାତୀୟ ପୋଷଣ ଅଭିଯାନକୁ ସମର୍ଥନ କରିବାକୁ ପ୍ରଚଲନ କଲା ମାଇକ୍ରୋନ୍ୟୁଟ୍ରିଏଣ୍ଟ ସପ୍ଲିମେଣ୍ଟ-ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆମୱେ ପୁଷ୍ଟିହୀନତା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ହଜାର ହଜାର ଶିଶୁଙ୍କର ଉନ୍ନତ ଓ ସୁସ୍ଥ ଜୀବନ ଯାପନରେ ସହାୟତା କରୁଛି । ଭାରତରେ ଆମୱେ ତାହାର ବିଶ୍ୱସ୍ତରରେ ସୁପ୍ରସିଦ୍ଧ ପୋଷଣ କାର୍ଯ୍ୟକ୍ରମ- ପାୱାର ଅଫ୍‍ ୫ ଜରିଆରେ ବାଲ୍ୟାବସ୍ଥା ପୁଷ୍ଟିହୀନତା ବିରୋଧରେ ଲଢେଇ କରୁଛି ଏବଂ ଛଅବର୍ଷରୁ କମ୍‍ ବୟସର ଶିଶୁଙ୍କୁ ସୁସ୍ଥ ଜୀବନ ଯାପନ କରିବା ଦିଗରେ ସହାୟତା କରୁଛି । ପୋଷଣ ଶିକ୍ଷା ଏବଂ ସକାରାତ୍ମକ ହସ୍ତକ୍ଷେପ କ୍ଷେତ୍ରରେ ନିଜର ପ୍ରୟାସକୁ ତ୍ୱରାନ୍ୱିତ କରି କମ୍ପାନୀ ଏକ ସମ୍ପୂର୍ଣ୍ଣ ନୂତନ ସପ୍ଲିମେଣ୍ଟ- ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସର ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି, ଏବଂ ଏହାଦ୍ୱାରା ରକ୍ତହୀନତା ଭଳି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବ ଜନିତ ପରିସ୍ଥିତି ପରିଚାଳନା କରିବା ଦିଗରେ ସହାୟତା କରିବାକୁ ଦୈନନ୍ଦିନ ଅତ୍ୟାବଶ୍ୟକ ଭିଟାମିନ ଓ ମିନେରାଲ୍ସ ଯୋଗାଇ ଦେଉଛି । 

ବିଗତ ବର୍ଷଗୁଡିକରେ ପୁଷ୍ଟିହୀନତା ବିଶ୍ୱବ୍ୟାପୀ ଏକ ନୀରବ ମହାମାରୀ ରୂପ ଧାରଣ କରିଛି, ଯାହା ସାମ୍ପ୍ରତିକ ସ୍ୱାସ୍ଥ୍ୟ ଦୃଶ୍ୟପଟ୍ଟରେ ଅଧିକ ବ୍ୟାପକ ହୋଇଛି । ପୁଷ୍ଟିହୀନତା, ବିଶେଷକରି ଛୋଟ ଛୋଟ ପିଲାଙ୍କ ଠାରେ ପୁଷ୍ଟିହୀନତା ବିରୋଧୀ ଲଢେଇରେ ଆମୱେର ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ସିଇଓ, ଅଂଶୁ ବୁଧରାଜା କହିଛନ୍ତି, “ଆମେ ବ୍ୟବସାୟ କରିବାର ପାରମ୍ପରିକ ଧାରାର ଊର୍ଦ୍ଧ୍ୱକୁ ଯିବାରେ ବିଶ୍ୱାସ କରୁ । ଏହି ଚିନ୍ତାଧାରା ଆଧାରରେ ଏବଂ ଭାରତ ସରକାରଙ୍କର ଜାତୀୟ ପୋଷଣ ଅଭିଯାନ ଅନୁଯାୟୀ ଆମେ ୨୦୧୮ରେ ଏକ ପୋଷଣ ଶିକ୍ଷା କାର୍ଯ୍ୟକ୍ରମ ପାୱାର ଅଫ୍‍ ୫ ଆରମ୍ଭ କରିଥିଲୁ, ଯାହା ଏପର୍ଯ୍ୟନ୍ତ ଭାରତରେ ୩୬୦୦୦ ଶିଶୁଙ୍କ ସମେତ ଅବହେଳିତ ବର୍ଗର ୧୩୦୦୦୦ରୁ ଅଧିକ ଲୋକଙ୍କୁ ଉପକୃତ କରିପାରିଛି । ପୋଷଣ ଓ କଲ୍ୟାଣକାରିତା କ୍ଷେତ୍ରରେ ଆମର ଅଭିଜ୍ଞତାକୁ ଉପଯୋଗ କରି ଆମେ ଆମର ଉତ୍ପାଦ, ସମ୍ବଳ ଏବଂ ପରିଚାଳନା ବ୍ୟବସ୍ଥାକୁ ଆମର ମୂଲ୍ୟବୋଧ ସହିତ ସମ୍ମିଶ୍ରିତ କରି ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ଓ ବିକଶିତ କରିଛୁ । ମୁଁ ଆନନ୍ଦର ସହିତ ଘୋଷଣା କରୁଛି ଯେ ଆମେ ପିଲାମାନଙ୍କୁ ଉନ୍ନତ, ସୁସ୍ଥ ଜୀବନ ବଞ୍ଚିବା ଏବଂ ଅଧିକ ସଶକ୍ତ ଜୀବନ ସୃଷ୍ଟି କରିବା ଦିଗରେ ଆମର ସଦା ପରିବ୍ୟାପ୍ତଶୀଳ ପାୱାର ଅଫ ୫ କାର୍ଯ୍ୟକ୍ରମରେ ଲିଟଲ୍‍ ବିଟ୍‍ସକୁ ବ୍ୟବହାର କରିବୁ । ବାଲ୍ୟାବସ୍ଥା ପୁଷ୍ଟିହୀନତା ଭଳି ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ନକରି ସାମାଜିକ ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ ବୋଲି ମୋର ଦୃଢ ବିଶ୍ୱାସ । ଏହି ସମସ୍ୟାର ସମାଧାନ ନିମନ୍ତେ ବହୁବିଧ ବିଭିନ୍ନ ସ୍ତରରେ ପ୍ରୟାସ ଆବଶ୍ୟକ ରହିଥିବାବେଳେ ଆମର ବିଶ୍ୱାସ ଯେ ଆମର ସଂପ୍ରତି ଚାଲିଥିବା ପୋଷଣ କାର୍ଯ୍ୟକ୍ରମ ସହିତ ଆମର ରଣକୌଶଳାତ୍ମକ ଉତ୍ପାଦ ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସ ଏକ ଉଲ୍ଲେଖନୀୟ ସକାରାତ୍ମକ ପ୍ରଭାବ ପକାଇବ । ଆମେ ଯଥା ସମ୍ଭବ ଅଧିକ ସଂଖ୍ୟକ ପିଲାଙ୍କୁ ସମର୍ଥନ ଓ ସହାୟତା କରିବା ଦିଗରେ ଆମର ପ୍ରୟାସ ଆଗେଇ ନେବା ଉପରେ ଦୃଷ୍ଟିନିବଦ୍ଧ କରୁଛୁ । ୪୦୦୦୦ ପିଲାଙ୍କୁ ଫାଇଦା ପହଞ୍ଚାଇବା ସକାଶେ ଆମ କାର୍ଯ୍ୟକ୍ରମ ପହଞ୍ଚରେ ବୃଦ୍ଧି ଘଟାଇବା ସହିତ ବୃତ୍ତିଗତ ନିରୀକ୍ଷଣ ବ୍ୟବସ୍ଥା ଅଧୀନରେ ୧୦୦୦୦ ଶିଶୁଙ୍କ ମଧ୍ୟରେ ଲିଟଲ୍‍ ବିଟ୍‍ସ ବଣ୍ଟନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୫.୨ ନିୟୁତ ପାଞ୍ଚ ବର୍ଷରୁ କମ୍‍ ବୟସର ଶିଶୁ ନିରାକରଣଯୋଗ୍ୟ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି ଏବଂ ସେଥିମଧ୍ୟରେ ବିଶ୍ୱସ୍ତରରେ ମୃତ୍ୟୁଘଟୁଥିବା ୪୫% ଶିଶୁଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ମୁଖ୍ୟକାରଣ ହୋଇଥିବାବେଳେ ଭାରତରେ ଏହି କାରଣରୁ ୬୮% ଶିଶୁଙ୍କର ମୃତ୍ୟୁ ଘଟୁଛି (ଲାନ୍‍ସେଟ) । ଜଣେ ଶିଶୁ ତାହାର ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ପର୍ଯ୍ୟାପ୍ତ ପୋଷଣରୁ ବଞ୍ଚିତ ହେବା ଘଟଣା ଅନେକ ସମୟରେ ଅବରୁଦ୍ଧ ବିକାଶ, ନିମ୍ନ ବୌଦ୍ଧିକ ବିକାଶ ଏବଂ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତିର କାରଣ ହେଉଛି । ପିଲାଙ୍କ ଠାରେ ପୋଷଣଗତ ଅସମାନତା ସମସ୍ୟା ସମାଧାନ ପାଇଁ ଆମୱେ ୨୦୧୮ରେ ଭାରତରରେ ପାୱାର ଅଫ ୫ ଅଭିଯାନ ଆରମ୍ଭ କରିଥିଲା ଏବଂ ଏହାଦ୍ୱାରା ପାଞ୍ଚବର୍ଷରୁ କମ୍‍ବୟସର ୨୫୦୦୦ରୁ ଅଧିକ ପିଲା ଏବଂ ୯୦୦୦୦ରୁ ଅଧିକ ମା’ ଓ ପ୍ରଯତ୍ନକାରୀ ଉପକୃତ ହୋଇଛନ୍ତି । ଭାରତ ସରକାରଙ୍କ ଜାତୀୟ ପୋଷଣ ଅଭିଯାନ ଅନୁଯାୟୀ ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି ଏବଂ ଶିକ୍ଷାଭିତ୍ତିକ ସକାରାତ୍ମକ ପଦକ୍ଷେପ କାର୍ଯ୍ୟକାରୀ କରିବା ଦିଗରେ ସାମଗ୍ରିକ ସମାଧାନ ଯୋଗାଇ ଦେଉଛି । ସମ୍ପ୍ରତି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏସଆରଏଫ୍‍ ଫାଉଣ୍ଡେସନ ସହିତ କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ହରିଆଣାର ନୁହ୍‍ ଜିଲାର ୪୦ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହାଦ୍ୱାରା ୨୬୦୦୦ ଶିଶୁ ଉପକୃତ ହେଉଛନ୍ତି । ପୋଷଣ କାର୍ଯ୍ୟକ୍ରମ- ପାୱାର ଅଫ ୫ ଏପର୍ଯ୍ୟନ୍ତ ଭାରତରେ ୩୬୦୦୦ ଶିଶୁଙ୍କ ସମେତ ୧୩୦୦୦୦ରୁ ଅଧିକ ଲୋକଙ୍କୁ ଉପକୃତ କରିପାରିଛି । 

ଏସବୁ ସହିତ ପୁଷ୍ଟିହୀନତାର ବହୁବିଧ ଭାର ଲାଘବ କରିବା ସକାଶେ ପୋଷଣ କ୍ଷେତ୍ରରେ ନିଜର ଅଭିଜ୍ଞତାକୁ ପରିବ୍ୟାପ୍ତ କରି ଆମୱେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ନିର୍ଦ୍ଦେଶାବଳୀ ଆଧାରରେ ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସ ବିକଶିତ କରିଛି । ଏହି ମାଇକ୍ରୋନ୍ୟୁଟ୍ରିଏଣ୍ଟ ପୋଷକରେ ୧୬ଟି ଅତ୍ୟାବଶ୍ୟକ ଭିଟାମିନ ଓ ମିନେରାଲ ଭରପୂର ରହିଛି, ଯାହା ୩ରୁ ୬ ବର୍ଷ ବୟସର ପୁଷ୍ଟିହୀନତାର ଶିକାର ହେଉଥିବା ଶିଶୁଙ୍କ ପାଇଁ ଭାରତୀୟ ବଜାର ଉପଯୋଗୀ ହେବାଭଳି ଆରଡିଏ ୨୦୧୦ ନିର୍ଦ୍ଦେଶାବଳୀ ମୁତାବକ ପ୍ରସ୍ତୁତ କରାଯାଇଛି । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଲିଟଲ୍‍ ବିଟ୍‍ସ ଉପଯୁକ୍ତ ଅଭିବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ପୋଷକ ଯୋଗାଇଦେଇ ଏକ ଶିଶୁର ସ୍ୱାସ୍ଥ୍ୟକୁ ସହାୟତା କରିବ । ଆଗାମୀ ବର୍ଷଗୁଡିକରେ ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ଅଧିକ ସମ୍ପ୍ରସାରିତ କରିବାକୁ ଆମୱେ ଯୋଜନା ରଖିଛି । ଏହି ପ୍ରକଳ୍ପ ଅଧୀନରେ ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସ ପୁଷ୍ଟିହୀନତାର ଶିକାର ହେଉଥିବା ପିଲାଙ୍କୁ ସମ୍ପ୍ରତି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସ୍ଥାନଗୁଡିକରେ ଏନଜିଓ ସହଭାଗୀମାନଙ୍କ ଜରିଆରେ ମାଗଣାରେ ବଣ୍ଟନ କରାଯିବ । ଚଳିତ ବର୍ଷ ଆମୱେ ଇଣ୍ଡିଆ ଅନ୍ୟୂନ ୬ ମାସରୁ୧ ବର୍ଷ ପାଇଁ ପ୍ରାୟ ୧୦୦୦୦ ଶିଶୁଙ୍କୁ ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସ ବଣ୍ଟନ କରିବା ଯୋଜନା ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026

Recent News

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version