No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) କୋରାଇ :- ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କେଜିଆଇର ପ୍ରତିଷ୍ଠାତା ତଥା ବିଶିଷ୍ଠ ଶିକ୍ଷାବିତ୍ ସ୍ୱର୍ଗତ ସତ୍ୟାନନ୍ଦ ଦାସଙ୍କ ଏକାଦଶାହରେ ଏକ ବିଶାଳ ସ୍ମୃତିସଭାର ଆୟୋଜନ ହୋଇଯାଇଛି । ଶ୍ରୀ ଦାସଙ୍କ ବଡ଼ପୁଅ ତଥା କେଜିଆଇର ଚେୟାରମ୍ୟାନ ଇଂ. ଆଲେକଜାଣ୍ଡାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସକାଳୁ ସଂଜ ଯାଏ ୧୦ ହଜାରରୁ ଉଧ୍ୱର୍ ଲୋକ ଯୋଗ ଦେଇଥିଲେ । ପିସିସି ସଭାପତି ନିରଂଜନ ପ…ନାୟକ, ପୂର୍ବତନ ମବୀ ପ୍ରଫୁଲ ଚନ୍ଦ୍ର ଘଡାଇ, କୋରେଇ ବିଧାୟକ ଅଶୋକ ବଳ, ଯୁବନେତା ଭବପ୍ରକାଶ ଦାସ ଓ ରାଜ୍ୟ କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ସମେତ ଜିଲ୍ଲା ଓ ରାଜ୍ୟର ବହୁ ବରିଷ୍ଠ ନେତା, ବୁଦ୍ଧିଜୀବୀ, ଶିକ୍ଷକ ଓ ସାମ୍ବାଦିକ ଯୋଗଦେଇ ଶ୍ରୀ ଦାସଙ୍କ ସ୍ମୃତି ଚାରଣ କରିଥିଲେ ।

ଶ୍ରୀ ଦାସ ଜଣେ ସୁଶିକ୍ଷକ ଥିବା ସହିତ ବହୁ ଅନୁଷ୍ଠାନର ପ୍ରାଣକେନ୍ଦ୍ର ଓ ପ୍ରତିଷ୍ଠାତା ଥିଲେ । ଶ୍ରୀ ଦାସଙ୍କ ଉଦ୍ୟମରେ କଳିଙ୍ଗନଗର ଭଳି ଶିଳ୍ପାଂଚଳରେ ପ୍ରଥମ କରି ପଲିଟେକ୍ନିକ କଲେଜ ପ୍ରତିଷ୍ଠା ହେବା ସହିତ ବହୁ ଛାତ୍ରଛାତ୍ରୀ ଏଠାରେ ପାଠ ପଢି ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତି ପାଇଛନ୍ତି । ଜିଲ୍ଲାରେ ଶିକ୍ଷା ପ୍ରତି ଶ୍ରୀ ଦାସଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ‘ସ୍ମୃତିରେ ସତ୍ୟାନନ୍ଦ’ ନାମକ ଏକ ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କେଜିଆଇର ଅଧ୍ୟକ୍ଷ ବିଷ୍ନୁଚରଣ ଦାସ, ଉପଦେଷ୍ଟା ଆଲୋକ କୁମାର ମହାନ୍ତି, ବନମାଳୀ ରଥ, ସୁଦାମ ଚରଣ ଦାସଙ୍କୁ ନେଇ ଏକ ସଭାପତି ମଣ୍ଡଳୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଇଂ. ବିଶ୍ୱବନ୍ଦିତା ଖୁଂଟିଆ ଓ ରଙ୍ଗାଧାର ସା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଂଟିଆ, ଯାଜପୁର ପୌରପାଳିକାର ଅଧ୍ୟକ୍ଷା ପ୍ରଭାସିନୀ ହୋତା, କୋରେଇ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତି ଗୁରୁ, ସବିତା ରାଉତ, ବ୍ୟାସନଗର ଉପନଗରପାଳ ସୁବାସ ବଳ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ବିଜେପି ନେତା ଆଶୁତୋଷ ପରିଡା, ରସାନନ୍ଦ ମହାନ୍ତି, ନିତ୍ୟାନନ୍ଦ ମହାଳିକ, ଶିକ୍ଷକ ବିଜୟ କୁମାର ଶତପଥୀ, ବନମାଳି ରଥ, ରାଜକିଶୋର ସ୍ୱାଇଁ, ରବିନ୍ଦ୍ର କୁମାର ରାଉତ, ନଳିନୀକାନ୍ତ ମହାନ୍ତି, ଅବସର ପ୍ରାପ୍ତ ପ୍ରଧ୍ୟାପକ ଶିବଚରଣ ମାଝି, ଭିଏନ୍ କଲେଜ ଅଧ୍ୟକ୍ଷ କୁଶଧ୍ୱଜ ପ୍ରଧାନ, ସାମ୍ବାଦିକ ସଂଗ୍ରାମ ସିଂ, ମଳୟ କୁମାର ମଲିକ ପ୍ରମୁଖ ଶ୍ରୀ ଦାସଙ୍କ ସ୍ମୃତିଚାରଣ କରିଥିଲେ ।
କେଜିଆଇ ପକ୍ଷରୁ ଇଂ. ଅଭିଳାଷ ପଣ୍ଡା, ବିଜୟ କୁମାର ନାୟକ, ବିଭୁତିଭୂଷଣ ରାଉତ, ବିକ୍ରମ କେଶରୀ ପରିଡା, ରଶ୍ମିରଂଜନ ଦାସ, ସାଦେକା ଖାତୁନ୍, ସତ୍ୟବ୍ରତ ମହାରଣା, ଶ୍ରୀଧର ଘଡାଇ, ନବୀନ କୁମାର, ଦିଲମୋହନ ପଣ୍ଡା, କୈଳାସ ଚନ୍ଦ୍ର ପୁରୀ, ବନ୍ଦନା ବେହେରା, ସର୍ବେଶ୍ୱର ରାଉତ, ସୁଧୀର କୁମାର ରାଉତ, କ୍ରୀଷ୍ନାରାଣୀ ସେଠୀ, ଗୌରାଙ୍ଗ ଭଞ୍ଜ, ସ୍ମୃତିରେଖା ଶତପଥୀ, ସ୍ମୃତିରେଖା ମହାନ୍ତି, ମଧୁସ୍ମିତା ସିଂ, ସ୍ଥିତିପ୍ରଜ୍ଞା ସିଂ, କାଶିନାଥ ପୃଷ୍ଟି, ସୁନିତା ବେହେରା, ପ୍ରୀୟରଂଜନ ମହାନ୍ତି ଓ ପ୍ରଣବ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result