No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) ରଣପୁର :- ରଣପୁରରେ ପବିତ୍ର ମେରୁ ଉପବାସରେ : ହାନ୍ଦୋଳା ଖେଳିଲେ ଭଗତା, ରଣପୁରରେ ପବିତ୍ର ମେରୁ ଉପବାସ ମହା ସମାରୋହରେ ପାଳିତ ହୋଇଯାଇଛି । ଶୈବ ଉପାସକ ମାନେ ରଣପୁରର ଏକ ଗଣପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥିଲେ । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁରଙ୍କ ସ୍ନାନ ପରେ ସମସ୍ତେ । ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥିଲେ।

ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠି ସାମ୍ନାରେ ଭକ୍ତ ମାନେ ନିଷ୍ଠାର ସହ ହାନ୍ଦୋଳା ଖେଳ କରିଥିଲେ । ଗୋଡ଼ ଦୁଇଟିକୁ ଉପରେ ବାନ୍ଧି ରଖିଥିଲେ ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା ।

ରଣପୁର ସ୍ୱପନେଶ୍ୱର ଦେବ, ଚଣ୍ଡେଶ୍ଵର ଦେବ, ବରମୂଳ, ଲେମ୍ବୁଡ଼ି, ବାଲୁଙ୍କେଶ୍ଵର, ଲତାର ବାଲୁଙ୍କେଶ୍ଵର ଦେବ, କଙ୍କିଆ ଲୋକେଶ୍ଵର, ପୁରୁଣାବସନ୍ତ ବାଲୁଙ୍କେଶ୍ଵର, ଗୋପାଳପୁର ନୀଳକଣ୍ଠେଶ୍ଵର ଦେବ,

ମଝିଆଖଣ୍ଡ ର କମଳେଶ୍ଵର ଦେବ ଆଦି ସମସ୍ତ ୨୭ କୋଠିରେ ଏହି ହାନ୍ଦୋଳା ଖେଳ ଦେଖିବା ପାଇଁ ମେରୁ ସନ୍ଧ୍ୟାରେ ପ୍ରବଳ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । ଗୁରବାର ଦଣ୍ଡଯାତ୍ରାର ଶେଷ ପର୍ବରେ ଭଗତାମାନେ ନିଆଁରେ ଚାଲିବେ ।

No Result
View All Result