ଓଡ଼ିଶା ତାଜା ନ୍ୟୁଜ୍ (୧୨,ଏପ୍ରିଲ ମଙ୍ଗଳବାର ) ରଣପୁର :- ଗତକାଲି ରାତିରେ ରଣପୁର ପୁଲିସ ଡକାୟତି ପାଇଁ ଯୋଜନା କରୁଥିବା ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଡକାୟତି ପାଇଁ ବ୍ୟବହୃତ ବିଭିନ୍ନ ମାରଣାସ୍ତ୍ର ସହିତ ବାଇକ୍ ଜବତ କରି ସୋମବାର କୋର୍ଟ ଚାଲାଣ କରିଥିଲା । ପୁଲିସଠାରୁ ସୂଚନା ଅନୁସାରେ, ରବିବାର ମଧ୍ୟରାତ୍ରରେ ରଣପୁର ଥାନାଧିକାରୀ ଜ୍ୟାତି ପ୍ରକାଶ ପଣ୍ଡା ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳରେ ଡକାୟତି ପାଇଁ ଯୋଜନା ହେଉଥିବା ସୂଚନା ପାଇଥିଲେ । ରଣପୁର ଥାନା ସବଇନ୍ସପେକ୍ଟଟର ପ୍ରୀତି ପ୍ରକାଶ ମହାନ୍ତି, ଦର୍ପନାରାୟଣପୁର ଫାଣ୍ଡି ଅଧ୍ୟାକାରୀଙ୍କ ସମେତ
ଏକ ଟିମ ଦର୍ପନାରାୟଣପୁର ଅଞ୍ଚଳର ମା’ ଗଦେଇଶୁଣୀ ଠାକୁରାଣୀ ମନ୍ଦିର ନିକଟରେ ଅଚାନକ ଚଢ଼ାଉ କରି ଡକାୟତି ପାଇଁ ଯାଜନା କରୁଥିବା ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳର ଶେଷଦେବ ରାଉଳ, ବେଗୁନିଆ ଥାନା ଅଞ୍ଚଳ ଜାମୁ ସାହିର ସୁନୀଲ ଜେନାଙ୍କୁ ଗିରଫ କରି ସେମାନଙ୍କଠାରୁ ଡକାୟତି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଯଥା ଶାବଳ, ଖଣ୍ଡା, ଛୁରୀ ଓ ଗାଟିଏ ବାଇକ୍ ଜବତ କରିଥିଲେ । ଏ ନେଇ ଅଧିକ ତଦନ୍ତ ଚାଲିଥିବା ବେଳେ ଗିରଫ ଦୁଇ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ।