No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪,ଏପ୍ରିଲ ସୋମବାର ) ବରଗଡ଼ :- ଘେଁସ ପେଟୁ ପାଲି ଠାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟଣା ଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ କବିଙ୍କ ପୂର୍ଣ୍ଣ ବୟାବହ ମୂର୍ତ୍ତି କୁ ଉଦଘାଟନ କରିଥିଲେ । ପେଟୁ ପାଲି ଭୁଲିଆ ସମାଜର ଦ୍ଵାରା ଆୟୋଜିତ ତଥା ପ୍ରତିମୂର୍ତ୍ତି ସ୍ଥାପନା ଉତ୍ସବରେ ମେହେର ସମାଜ ର ସଭାପତି ଗଜରାଜ ମେହେର ସଭାପତିତ୍ବ କରିଥିଲେ ।
ମୁଖ୍ୟ ବକ୍ତା ଭାବେ କିଶୋର ମେହେର, ସୁବ୍ରତ କୁମାର ସିଂ, ସୁରେନ୍ଦ୍ର ମୋହନ ମେହେର, ଡଃ ସୁବାଷ ମେହେର, କବିଙ୍କ ଅଣନାତି ମହେନ୍ଦ୍ର କୁମାର ମେହେର ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ସମାଜର ବିଭିନ୍ନ ବ୍ୟକ୍ତି ଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ବରପାଲି କବି ଙ୍କ ଜନ୍ମ ମାଟିରୁ ଜ୍ୟୋତି ଅଣାଯାଇ ସ୍ଥାପନା କରାଯାଇଥିଲା । ଶେଷରେ ସୁମନ୍ତ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result