No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ସିଟିକ୍ଲବ ନୟାପଲ୍ଲୀ ଏବଂ ରାଜ୍ୟ ଫୁଟବଲ ଟେନିସ୍ ସଂଘ ମିଳିତ ଆନୁକୂଲ୍ୟରେ ୫ମ ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ୍ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଚଳିତମାସ ୨୬ ଓ ୨୭ ଦୁଇଦିନ ଧରି ନୂଆପଲ୍ଲୀସ୍ଥିତ ମମତାଜ ଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଅନୁଷ୍ଠିତ ହେବ । ଏଥିରେ ଭୁବନେଶ୍ୱର ବ୍ୟତୀତ ଖୋର୍ଦ୍ଧା, ପୁରୀ, ଯାଜପୁର, ଢେଙ୍କାନାଳ, କନ୍ଧମାଳ, ଫୁଲବାଣୀ, କଟକ, ଭଦ୍ରକ, ବ୍ରହ୍ମପୁର ସମେତ ମୋଟ ୧୦ଟି ଜିଲ୍ଲା ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରୁ ଖେଳାଳିମାନେ ମନୋନୀତ ହୋଇ କେରଳର କୋଜିକୋଡ଼ିଠାରେ ଅନୁଷ୍ଠିତ ହେବାକୁ ଥିବା ୯ମ ଜାତୀୟ ପ୍ରତିଯୋଗିତାରେ ରାଜ୍ୟରୁ ପ୍ରତିନିଧିତ୍ୱ କରିବେ ।
ଏହି ପ୍ରତିଯୋଗିତାକୁ ସୁଚାରୁ ରୂୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଅଛି । ଚେୟାରମ୍ୟାନ ଭାବେ ଡଃ ସୌର୍ଯ୍ୟରଞ୍ଜନ ପରିଜା, ସଭାପତି ସମରେନ୍ଦ୍ର ଜେନା, ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ସହଦେବ ରାଉତ, ଯୋଗେନ୍ଦ୍ର ଜେନା, ପ୍ରସନ୍ନ ରାଉତ, ଅରୁଣ ସାହୁ, ଜୟଶ୍ରୀ ଧଳ, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ତ୍ରିନାଥ ମଙ୍ଗରାଜ, ଭଗ୍ୟଧର ଜଗଦେବ ଥିବାବେଳେ ରେଫରୀ ଭାବେ ଆନ୍ତର୍ଜାତୀୟ ରେଫରୀ ସୁଜିତ ପାତ୍ର, ପଞ୍ଚାନନ ବଳ, ରଶ୍ମିତା ମହାନ୍ତି, ମୁନ୍ନା ଖାଁ, ସେଖ ଆସିଫ ପ୍ରମୁଖ ପରିଚାଳନା କରିବେ । ଏଥିରେ ରାଜ୍ୟର ଆନ୍ତର୍ଜାତୀୟ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ୨୭ ତାରିଖ ସନ୍ଧ୍ୟା ୪ ଘଟିକା ସମୟରେ ଉଦ୍ଯାପନ ଏବଂ ପୁରସ୍କାର ବିତରଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

No Result
View All Result