No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ରଣପୁର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଫେବୃୟାରୀ ୧୦ ରେ ଭୋଟର ତାଲିକା ପ୍ରକାଶ ପାଇଛି । ସେହି ଭୋଟର ତାଲିକାରେ କିଛି ମୃତ ବ୍ୟକ୍ତିଙ୍କ ନାମ ରହିଥିବା ବେଳେ କିଛି ପଞ୍ଚାୟତର ଭୋଟରଙ୍କ ନାମ ଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି ଭୋଟର ତାଲିକା ପ୍ରକାଶନ ପରେ ହରିଶ୍ଚନ୍ଦ୍ର ଯୋଜନା ପାଇଥିବା ୬୪ ମୃତ ବ୍ୟକ୍ତିଙ୍କ ନାମ କାଟିଥିବା କଥା ପ୍ରକାଶ କରିଛନ୍ତି । ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ କହିଛନ୍ତି ଯେ ଭୋଟର ତାଲିକା ପ୍ରକାଶନ ପରେ ୱାର୍ଡ ଗୁଡିକରେ ଏପଟ ସେପଟ ହୋଇ ରହିଥିବା ଭୋଟରଙ୍କ ନାମ ସଂଶୋଧନ ପାଇଁ ଆବେଦନ କରାଯାଇଛି ।

ରଣପୁର ବିଜେଡି ନଗର ସଭାପତି ସ୍ଵରାଜ ମହାନ୍ତି କହିବା ଅନୁସାରେ ଯେଉଁ ମାନଙ୍କର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଭୋଟର ତାଲିକାରେ ନାମ ରହିଛି ସେମାନେ ଯଦି ପଞ୍ଚାୟତରେ ଭୋଟ ଦେଇଛନ୍ତି ତାହେଲେ ସେମାନେ ପୁନର୍ବାର ପୌର ନିର୍ବାଚନରେ ଭୋଟ ଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପୌରାଞ୍ଚଳରେ ଭୋଟଦେଲେ ଅଧିନିୟମ ପରିଷଦ ୧୨ ନଂ ୱାର୍ଡର ୩୦ରୁ ଉର୍ଦ୍ଧ୍ବ ଭୋଟର ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଞ୍ଚାୟତ ନିର୍ବାଚନରେ ବଳଭଦ୍ରପୁର, ବାସୁଦିଆ ଓ ଲାଖପଡ଼ା ଗ୍ରାମପଞ୍ଚାୟତ ର ତ୍ରୁଟି ଗୁଡିକୁ ସଂଶୋଧନ କରିବାକୁ ସାଧାରଣ ରେ ଦାବି ହେଉଛି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ରଜରାଜପୁର, ବଳଭଦ୍ରପୁର ଆଦି ଆଖପାଖ ପଞ୍ଚାୟତରେ କିଛି ଭୋଟର ମତଦାନ ସାବ୍ୟସ୍ତ କରିଥିବା ବେଳେ ସେମାନଙ୍କ ନାମ ମଧ୍ୟ ବିଜ୍ଞାପିତ ଅଞ୍ଚଳ ଭୋଟର ତାଲିକାରେ ରହିଛି । ଏ ସମ୍ପକେ ରଣପୁର ବିଜ୍ଞାପିତ ଅଞ୍ଚଳ ୧୪ ନଂ ୱାର୍ଡର ପାଖାପାଖି ୩୦ ଜଣ ଭୋଟର ପଞ୍ଚାୟତ ନିର୍ବାଚନ ରେ ଭୋଟ ଦେଇଛନ୍ତି । ତେବେ ବ୍ରଜରାଜପୁର ଗ୍ରାମପଞ୍ଚାୟତ ଲତାରଗ୍ରାମର ୧୦, ୧୧, ୧୨ ଓ ୧୩ ନଂ ୱାର୍ଡରେ ପଞ୍ଚାୟତ ନିର୍ବାଚନରେ ମତଦାନ କରିଛନ୍ତି ଏମାନେ ଚଳିତ ପୌର ନିର୍ବାଚନ ରେ ଭୋଟ ଦାନ କରିବେ ନାହିଁ ବୋଲି ପ୍ରକାଶ ପାଇଛି । ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ମୋଟ ଭୋଟର ସଂଖ୍ୟା ୧୨,୨୫୮ ଜଣ ଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ରହିଛି ।

No Result
View All Result