No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ନେତା, କର୍ମୀ ଓ ଦଳ ପକ୍ଷରୁ ନିୟୋଜିତ ଅସାମାଜିକ ତରଙ୍କ ଦ୍ବାରା ଶାନ୍ତିଶୃଙ୍ଖଳା, ଅବାଧ ଓ ନିରପେକ୍ଷତାର ସହ ହେବାକୁ ଥିବା ନିର୍ବାଚନରେ ବାରମ୍ବାର ବ୍ୟାଘାତ ସୃଷ୍ଟି କରିବା ସଙ୍ଗେ, ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଗଣଧାରଣା / ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ ।

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଶା ବିଜେପି ବାରମ୍ବାର ହିଂସାକାଣ୍ଡ ଘଟାଇବା ସହିତ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲ ଘନ କରିଆସୁଛି । ନିଜେପି କର୍ମୀ ଓ ସେମାନଙ୍କ ଦ୍ୱାରା ନିୟୋଜିତ ଗୁଣ୍ଡାବାହିନୀର ଆକ୍ରମଣରୁ ପୁଲିସ, ସୁରକ୍ଷାକର୍ମୀ, ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସରକାରୀ ଅଫିସର , ସାଧାରଣ ଜନତା ଓ ବିଜେଡି କର୍ମୀ କେହି ବର୍ତି ନାହାନ୍ତି ।

ବହୁ ବିଜେପି ନେତା କରୋନା କଟକଣା ବେଳେ ଲାଗୁ ହୋଇଥିବା ନିର୍ବାଚନ ଆଚରଣ ବିଧି ନ ମାନି ଶହଶହ ଲୋକଙ୍କୁ ନେଇ ସଭାସମିତି ଆୟାଜନ କରିବାଠୁ ନେଇ ଶୋଭାଯାତ୍ରା କରି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗତ ଏକ ମାସ ମଧ୍ୟରେ ବିଜେପି ପକ୍ଷରୁ ନିର୍ବାଚନ ଆଚରଣ ବିଧ୍ ଉଲ୍ଲଘନ ଓ ନିର୍ବାଚନରେ ପରାଜୟ ଭୟରେ ହିଂସାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାର ଏକାଧିକ ଘଟଣା ପୁଣିଥରେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛୁ ।

୧୮ ଜାନୁୟାରୀ :- ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତେ ବିଭିନ୍ନ ସ୍ଥାନରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ କୋଚିଂ ଓ ବ୍ୟାନର ହଟାଇ ନଥିଲେ।
୨୦ ଜାନୁୟାରୀ :- ଖୋର୍ଦ୍ଧା ଜୋନ୍-୩୦ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସସ୍ମିତା ପତି ଶତାଧିକ ଲୋକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇ ଆଚରଣ ବିଧ୍ ଉଲଂଘନ କରିଥିଲେ ।
୨୨ ଜାନୁୟାରୀ :- ଆମେ ରାଜ୍ୟ ନିର୍ବାଚନ ଆୟୋଗରେ ଅଭିଯୋଗ କରିବା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ହୋର୍ଡିଂ ଓ ବ୍ୟାନର ହଟାଯାଇ ନ ଥିଲା ।
୨୭ ଜାନୁୟାରୀ :- ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଦର୍ଶ ଆଚରଣ ବିଧି ଉଲଂଘନ କରି ଅତାବିରା ଓ ଭେଡେଟ ଠାରେ ଶହ ଶହ ଲୋକଙ୍କୁ ନେଇ ସଭାସମିତି ଆୟୋଜନ କରିଥିଲେ।
୨୮ ଜାନୁୟାରୀ :- ବିଜେପିର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଲୋକଙ୍କୁ ଭୋଟ ପାଇଁ ଧର୍ମ ନାଁରେ ଶପଥ ପାଠ କରାଇ ନିର୍ବାଚନ ଆଚରଣ ବିଧୂ ଉଲଂଘନ କରିଥିଲେ ।
୧୩ ଫେବୃଆରୀ :- ଗଜପତି ଜିଲ୍ଲା ଗୋସାଣି ବ୍ଲକ୍ ଶରଧାପୁର ପଞ୍ଚାୟତ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସି.ଏଚ୍ ପ୍ରସାଦ ରାଓଙ୍କୁ ବିଜେପି ନେତା ଓ କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।
୧୪ ଫେବୃଆରୀ :- ପିପିଲିରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ବିଜେପି ନେତା ଓ କର୍ମୀମାନେ ଆକ୍ରମଣ କରିବା ସହ ଏହି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ଆଡକ ସୃଷ୍ଟି କରିଥିଲେ ।
୨୦ ଫେବୃଆରୀ :- ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପ୍ରରୋଚନାରେ ବିଜେପି କର୍ମୀ ମାନେ ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ କାହାଙ୍ଗୀର ଅଞ୍ଚଳର ବିଜେଡି କର୍ମୀ ପ୍ରତାପ କୁମାର ରାଉତଙ୍କୁ ପିଟିପିଟି ହତ୍ୟା କଲେ ।

ଏହି ସବୁ ସଂଗିନ ଘଟଣାରେ ବିଜେଡି ପକ୍ଷରୁ ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଛୁ । କିନ୍ତୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଲଗାତାର ବିଜେପି ଏହି ହୀନ କାର୍ଯ୍ୟକୁ ଦୋହରାଇ ଚାଲିଛି । ତେଣୁ ଆଜି ଆମେ ଆପଣଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବା ସହିତ ବୃଦ୍ଧି ଦାବି କରୁଛୁ ଯେ ଆପଣ ଦୋଷ ବିଜେପି ନେତା, କର୍ମୀ ତଥା ସେମାନଙ୍କ ଦ୍ବାରା ନିୟୋଜିତ ଅସାମାଜିକ ତତ୍ତ୍ଵକ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯାହା ରାଜ୍ୟର ଜନସାଧାରଣଙ୍କୁ ଆଶ୍ୱସ୍ତ କରିବ ।

ଆମେ ଏହା ମଧ୍ୟ ଆଶା କରୁଛୁ ଯେ ଆପଣଙ୍କ ବିହିତ କାର୍ଯ୍ୟାନୁଷ୍ଠାନ ଫଳରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ ଅବାଧ, ନିରପେକ୍ଷ ଓ ହିଂସା ରହିତ ହେବ ଏବଂ ବିଜେପି ଓଡ଼ିଶା ଏଭଳି ଅକ୍ଷମଣୀୟ ଆପରାଧିକ କାର୍ଯ୍ୟକଳାପ ଓ ଶାନ୍ତିଭଙ୍ଗରୁ କ୍ଷାନ୍ତ ହେବ ।

No Result
View All Result