No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ଭୁବନେଶ୍ୱର :- ଯାଜପୁର ଓ ନୟାଗଡ଼ ଜିଲ୍ଲାର ସାମ୍ବାଦିକ ମାନଙ୍କ ଉପରେ ହୋଇଥିବା ଆକ୍ରମଣ କୁ ନେଇ ଓଡ଼ିଶା ତାଜା ନ୍ୟୁଜ ର ସମ୍ପାଦକ ଅଭିମନ୍ୟୁ ମହାରଣା ଓ ଓଡ଼ିଶା ତାଜା ନ୍ୟୁଜ ର ବରିଷ୍ଠ ସାମ୍ବାଦିକ ଗଜପତି ରୁ ଗରୁଡ଼ ଧ୍ୱଜ ଚୌଧୁରୀ , କଳାହାଣ୍ଡି ରୁ ପ୍ରଦୀପ କୁମାର ଗୌଡ଼ , ବରଗଡ଼ ରୁସତ୍ୟ ନାରାୟଣ ପ୍ରଧାନ , ଯାଜପୁର ରୁ ରଶ୍ମି ରେଖା ମଲ୍ଲିକ , କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହୀ , କଟକ ରୁ ଲକ୍ଷ୍ମୀଧର ଖୁଣ୍ଟିଆ , ଅମୁଲ୍ୟ କୁମାର ବାରିକ , ରଶ୍ମିତା ମହାପାତ୍ର , ପଦ୍ମପୁର ରୁ ନିରୋଜ କୁମାର ପାଣି , ବାଲେଶ୍ବର ରୁ ଦୀପ୍ତି ରଞ୍ଜନ ପତି , ଭୁବନେଶ୍ୱର ରୁ ସ୍ୱରୂପ ଦାଶ ,
ଶ୍ୟାମଘନ ମହାନ୍ତି , ମଧୁସ୍ମିତା ସ୍ୱାଇଁ ଜଟଣୀ ରୁ ଇଫତାର ଖାଁ ଅଲ୍ଲୀ , ଦଶପଲ୍ଲା ରୁ ପୁଷ୍ପଲତା ପ୍ରଧାନ , କୋରାପୁଟ ରୁ ବିକ୍ରାନ୍ତ କୁମାର ବିବର୍ତ୍ତା , ଶରତ ନାୟକ , ନୟାଗଡ଼ ରୁ ରାମକୃଷ୍ଣ ରଥ , ଖୋର୍ଦ୍ଧା ରୁ ପ୍ରକାଶ ତ୍ରିପାଠୀ , ଓଡ଼ଗାଁ ରୁ ଆଶ୍ୱିନ କୁମାର ସାହୁ , ପୁରୀ ରୁ ଲାଲା ଅନନ୍ତ କୁମାର ସିଂହ ,ଦେବାଶିଷ ଦାସ , ବିଶ୍ଵନାଥ ମିଶ୍ର , ବାଙ୍କୀ ରୁ ଗୌତମ ମିଶ୍ର , ରାୟଗଡା ରୁ ସଞ୍ଜୀବ କୁମାର ପାଣି , ବ୍ରହ୍ମପୁର ରୁ ଶେଷଦେବ ସାହୁ , ଢେଙ୍କାନାଳ ରୁ ଅମର ରଞ୍ଜନ ଦାଶ କେସିଙ୍ଗା ରୁ …. , ଭୁବନ ରୁ ବିଶ୍ୱଜିତ ସାହୁ , ଏହି ଘଟଣା କୁ ନେଇ ଘୋର ଉଦବେଗ ପ୍ରକାଶ କରିଛନ୍ତି । ସାମ୍ବାଦିକଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ତାଜା ନ୍ୟୁଜ ଡିଜିଟାଲ ମିଡ଼ିଆ ରେ ତୀବ୍ର ନିନ୍ଦା କରିଛନ୍ତି ।
ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଖ୍ୟା ଦିଆଯାଇଥିବା ବେଳେ ଏଭଳି ଘଟଣା ଗଣତାନ୍ତ୍ରିକ ପରମ୍ପରା ଓ ସୁସ୍ଥ ସାମାଜିକ ବ୍ୟବସ୍ଥାର ପରିପନ୍ଥୀ ବୋଲି ସାମ୍ବାଦିକ ମାନେ ମତ ଦେଇଛନ୍ତି । ଗଣତନ୍ତ୍ରର ମହାପର୍ବ ତଥା ନିର୍ବାଚନ ଭଳି ଧର୍ମ କ୍ଷେତ୍ରରେ ଏଭଳି ଅଘଟଣ ଘଟିବା ସବୁ ବର୍ଗର ଲୋକଙ୍କ ପାଇଁ ନିନ୍ଦା ର ବିଷୟ । ଯଦି ସାମ୍ବାଦିକ ଗଣତନ୍ତ୍ର ର ପ୍ରମୁଖ ଅଂଶ ହୋଇ ଏହି ଭଳି ଆକ୍ରମଣ ଓ ଆକ୍ରୋଷ ର ଶିକାର ହେଉଛନ୍ତି ତେବେ ଲୋକ ମାନେ ଏଠାରେ କେତେ ସୁରକ୍ଷିତ ଏହାକୁ ନେଇ ପ୍ରଶ୍ନ ଉଠିଛି ।
ତେବେ ମାରଣାତ୍ମକ ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକ ମାନେ ଦାବି କରିଛନ୍ତି । ଯେପର୍ଯ୍ୟନ୍ତ ପ୍ରକୃତ ଦୋଷୀକୁ ଶାସ୍ତି ନମିଳିଛି ଦେଶ ସାରା ସାମ୍ବାଦିକ ମାନଙ୍କର ବିରୋଧ ଅଭିଯାନ ଜାରି ରହିବ ବୋଲି ମତ ଦେଇଛନ୍ତି । ତେବେ ଆଗକୁ ଆସୁଥିବା ମୁନିସିପାଲିଟି ନିର୍ବାଚନ ରେ ଯେପରି ଏଭଳି ହିଂସାକାଣ୍ଡ ର ପୁନରାବୃତ୍ତି ନ ଘଟେ ସେ ନେଇ ରାଜ୍ୟ ପ୍ରଶାସନ କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

No Result
View All Result