No Result
View All Result

ମା’ଙ୍କୁ ଦର୍ଶନ କରି ଫେରୁଥିବା ବେଳେ ବାଟରେ ଡ୍ରାଇଭର୍ ଭାରସାମ୍ୟ ହରାଇବାରୁ ୧୫ ନମ୍ବର ମୋଡ଼ଣିରୁ କାର୍ଟି ଖସି ୧୧ ନମ୍ବର ମୋଡ଼ଣି ପାର୍ଶ୍ଵରେ ପଡ଼ିଥିଲା
ranpur – maa maninag
ranpur – maa maninag
ranpur – maa maninag
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ରଣପୁର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଉପର ମା’ ମଣିନାଗ ପୀଠ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି | ଉକ୍ତ ପୀଠ ରାସ୍ତାରେ ଏକ ଯାତ୍ରୀବାହୀ କାର୍ ୩୦୦ ଫୁଟ ତଳକୁ ଖସି ପଡ଼ିଛି । ତେବେ ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର୍ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି ।

ସମସ୍ତ ଆହତ ଓ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ରଣପୁର ଓ ପରେ ଗୁରୁତର ଡ୍ରାଇଭରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ଖବର ନେବାରେ ଜଣାଯାଇଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ବିଶ୍ବଭୂଷଣ ରଣା (୩୫), ସୁଚିତ୍ରା ମହାପାତ୍ର (୨୯), ସୁଭଦ୍ରା ରାଉତ(୩୦), ସାଇ ଶିବାଂଶୁ ରଣା(୪),

ଅଭିଲିପ୍ ରାଉତ(୧୦) ଙ୍କୁ ପିପିଲି କଟକପଡ଼ା ଅଞ୍ଚଳର ଡ୍ରାଇଭର୍ ସିଲୁ ପରିଡ଼ା ଏକ ମାରୁତି ସୁଜୁକି ଡିଜାୟାର କାର୍ (ଓଡିଠ୨ ବିଏନ୍୬୦୯୫) ଯୋଗେ ରଣପୁର ଉପର ମା’ ମଣିନାଗ ପୀଠ ବୁଲିବାକୁ ଯାଇଥିଲେ। ତେବେ ମଧ୍ୟାହ୍ନ ସାଢ଼େ ୩ ଟାରେ ମା’ଙ୍କୁ ଦର୍ଶନ କରି ଫେରୁଥିବା ବେଳେ ବାଟରେ ଡ୍ରାଇଭର୍ ଭାରସାମ୍ୟ ହରାଇବାରୁ ୧୫

ନମ୍ବର ମୋଡ଼ଣିରୁ କାର୍ଟି ଖସି ୧୧ ନମ୍ବର ମୋଡ଼ଣି ପାର୍ଶ୍ଵରେ ପଡ଼ିଥିଲା । ତେବେ ମା’ଙ୍କ କୃପାରୁ ସମସ୍ତ ଯାତ୍ରୀ ଓ ଡ୍ରାଇଭର୍ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ । ତେବେ କାର୍ଟି ଏଭଳି ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେ ସେଥିରୁ ବଞ୍ଚିବା ନିହାତି ସୌଭାଗ୍ୟର କଥା ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି . ପ୍ରତ୍ୟକ୍ଷଦର୍ଶୀ ଯୁବ ଗୋଷ୍ଠୀ ଓ ଦମକଳବାହିନୀ ମିଳିତ ଭାବେ ବିକ୍ଷିପ୍ତ ହୋଇ ପଡ଼ିଥିବା ଆହତ ମାନଙ୍କୁ ଉଦ୍ଧାର କରିଥିଲେ।

ଯୁବ ସମାଜସେବୀ ବୁନୁ ପଟ୍ଟନାୟକ, ସନ୍ତୋଷ ମହାରଣା, ନାଲୁ ନନ୍ଦ, ବୁଟୁ ମହାରଣାଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଦେଖଣାହାରୀଙ୍କ ଠାରୁ ପ୍ରକାଶ। ଅପରପକ୍ଷ ଉପରମଣିନାଗ ପୀଠ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ଏ ନେଇ ‘ଓଡିଶା ତାଜା ନ୍ୟୁଜ’ ପକ୍ଷରୁ ବାରମ୍ବାର ନ୍ୟୁଜ ପ୍ରକାଶ କରାଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୋୖଣସି ବ୍ୟବସ୍ଥା କରାଯାଇ ନାହିଁ , ବିଭାଗୀୟ ପଦକ୍ଷେପ ଶୂନ୍ୟ ହୋଇପଡ଼ିଛି । ତୁରନ୍ତ ଗାର୍ଡୱାଲ ନିର୍ମାଣ କରିବା ସାଙ୍ଗକୁ ଯାତ୍ରୀବାହୀ ଯାନ ଉପରେ କଟକଣା ଲଗାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।


No Result
View All Result