ଦୀର୍ଘ ୨୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାମ କରି ଲୋକପ୍ରିୟତା ହାସଲ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ମଧ୍ୟ ଲୋକ ହିତକର ଯୋଜନା କରି ରାଜ୍ୟ ର ଉନ୍ନତି ଓ ବିକାଶ ଦିଗରେ ଓଡ଼ିଶାକୁ ଆଗେଇ ନେବେ । ବର୍ତ୍ତମାନ ଲୋକଙ୍କ ସାଥିରେ ଅଛନ୍ତି ଓ ଆଗକୁ ମଧ୍ୟ ଲୋକଙ୍କ ସାଥିରେ ରହିବେ ବୋଲି ରାଜ୍ୟ କୃଷି , ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ . ଅରୁଣ ସାହୁ ଅଭିଭାଷଣ ରଖିଥିଲେ ।
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଫେବ୍ରୁଆରୀ ବୁଧବାର ) ସୁନାଖଳା ୨୨ଜୋନ :- ରାଜ୍ୟରେ ନିର୍ବାଚନୀ ଲଢ଼େଇ ଯେତିକି ତେଜୁଛି ଆଗକୁ ପ୍ରଚାର ପ୍ରସାର ସେତିକି ଜୋର ଧରୁଛି । ରଣପୁର ବ୍ଲକ ରେ ମନ୍ତ୍ରୀ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ବିଜେଡି ଦଳ ଓ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ବିଜେଡି ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ମନ୍ତ୍ରୀ ଡ଼ ଅରୁଣ ସାହୁ ।
ରଣପୁର ବ୍ଲକ ର ୬ ଟି ଜୋନ ରେ ମନ୍ତ୍ରୀଙ୍କ ଭୋଟ ପ୍ରଚାର ଦେଖିବାକୁ ମିଳିଛି । ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ରେ ଗୋଡିପଡା,ରଣପୁର ,ଗୋପାଳପୁର ଜୋନ ପରେ ସୁନାଖଳା ଜୋନ ର ଲୋଧାଚୁଆ ଗ୍ରାମପଞ୍ଚାୟତ ରେ ଜୋରଦାର ଭାବେ ଚାଲିଛି ମନ୍ତ୍ରୀ ଙ୍କ ଭୋଟ ପ୍ରଚାର ।
ମାଆ ଦହିଖାଇ ଙ୍କ ସମ୍ମୁଖରେ ଥିବା ଖେଳପଡିଆ ଠାରେ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଯେଉଁଥିରେ ବିଜେଡି ପକ୍ଷରୁ କୃଷି ମନ୍ତ୍ରୀ ଡ଼ .ଅରୁଣ ସାହୁ ଭୋଟ ପ୍ରଚାର କରିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ରାଜ୍ୟ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ .ଅରୁଣ କୁମାର ସାହୁ ବାଇକ ରାଲି ଜରିଆରେ ସଭା କାର୍ଯ୍ୟକ୍ରମ ଠାରେ ପହଞ୍ଚିଥିଲେ ।
ଏହି କାର୍ଯ୍ୟକ୍ରମ ରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏବଂ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ବିଜୁ ଯୁବ ଜନତା ଦଳର ବହୁଳ ସମର୍ଥକ ଯୋଗ ଦେଇଥିଲେ । ଏହି ସଭାରେ ମନ୍ତ୍ରୀ ଙ୍କୁ ସ୍ୱାଗତ କରିବା ଅର୍ଥେ ବାଇକ ରାଲି ଲୋଧାଚୁଆ ପର୍ଯ୍ୟନ୍ତ କରାଯାଇଥିଲା ।
ତତପରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏହି ସଭା କାର୍ଯ୍ୟ ର ସଭାପତିତ୍ୱ କରିଥିଲେ । ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ । ଏବଂ ମନ୍ତ୍ରୀ ଅରୁଣ ସାହୁ ଚିରା ଚରିତ ଢଙ୍ଗରେ ବିଜେଡ଼ି ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
ତେବେ ନିର୍ବାଚନୀ ସଭାରେ ଭୋଟ ର ଙ୍କୁ ନିଜ ଆଡକୁ ଆକର୍ଷଣ କରି ବିଜୁ ଜନତା ଦଳ କୁ ଜିତାଇବା ପାଇଁ ଯୋଡ ହସ୍ତ ରେ ନିବେଦନ କରିଥିଲେ । ଏହି ସଭା ରେ ବିଜେଡି ର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ପଞ୍ଚାୟତ ର ବରିଷ୍ଠ ନେତୃବୃନ୍ଦ , ଯୁବକ ଓ ମହିଳା ମାନଙ୍କୁ ସମ୍ବୋଧନ କରି ବିଜେଡି କୁ ସମର୍ଥନ କରିବା ଓ ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ଭୋଟର ଙ୍କ ଠାରୁ ଭୋଟ ଭିକ୍ଷା କରିଥିଲେ । ଦୀର୍ଘ ୨୨ ବର୍ଷ ଧରି ବିଜୁ ଜନତା ଦଳ ଓଡ଼ିଶାରେ ବିଭିନ୍ନ ଯୋଜନା ମାଧ୍ୟମରେ ନିରବଚ୍ଛିନ୍ନ ଭାବେ ଲୋକପ୍ରିୟତା
ହାସଲ କରିଆସିଛି ଓ ଆଗକୁ ମଧ୍ୟ କରିବ ବୋଲି ମନ୍ତ୍ରୀ ଡ଼ .ଅରୁଣ ସାହୁ ଅଭିଭାଷଣ ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ କି କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିବା ବେଳେ ନାରୀ ସଶକ୍ତିକରଣ , BSKY ଯୋଜନା ଓ ଲୋକ ହିତକର ଯୋଜନା ଉପରେ ଅବଗତ କରାଇ ଭୋଟ ଭିକ୍ଷା କରିଥିଲେ ।















