No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର )ପାରଳାଖେମୁଣ୍ଡି:- ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ଆଜିମୋହନା ଠାରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଛି । ଏହିଅବସରରେ ଗଜପତି ଜିଲ୍ଳା ପରିଷଦଅଧ୍ୟକ୍ଷା ଶ୍ରୀମତୀଅନିତା ରାଣୀ ବେହେରା ଶତାଧିକର୍ମୀଙ୍କ ସହ ବିଜେପି ଛାଡି ବିଜେଡ଼ି ରେ ଯୋଗ ଦେଇଛନ୍ତି ।ଏହି ଅବସରରେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ) ମାନସ ରଞ୍ଜନ ମଙ୍ଗରାଜ ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକବିକ୍ରମପଣ୍ଡା ,ଗଜପତି ଜିଲ୍ଳା ସଭାପତି ପ୍ରଦୀପ ନାୟକ , ଯୁବନେତା ଇଂ ରୂପେଶ ପାନିଗ୍ରାହୀ ରାଜ୍ୟସ୍ତରୀୟ ବିଜେଡ଼ି ନେତା ତୁମ୍ବନାଥ ପଣ୍ଡା ପ୍ରମୁଖଙ୍କ ଉପସ୍ତିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ନୀତି ଆଦର୍ଶ କୁ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ଶ୍ରୀମତି ଅନିତା ରାଣୀ ବେହେରା ଯୋଗଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଏହିକିଯେ ଗତକାଲି ମଧ୍ଯ ଗଜପତି ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଜି.ଭେଙ୍କେଟ ରମାଣା ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ l

ଗଜପତି ଜିଲ୍ଲା ବିଜେପି ଦଳରେ ଦୀନକୁ ଦିନଅସନ୍ତୋଷ
ବୃଦ୍ଧି ପାଇବାରେ ଲାଗିଛି l ନେତାଓକର୍ମୀମାନେ ଦଳ ଛାଡ଼ି ଚାଲିଯାଉଛନ୍ତି l ଗତବିଧାନସଭା
ନିର୍ବାଚନରେପୂର୍ବତନବିଧାୟକକେ.ନାରାୟଣରାଓବିଜେଡ଼ିରେଟିକେଟ ନ ପାଇ ବିଜେପିରେ ସାମିଲ ହୋଇ କେ.ନାରାୟଣ ରାଓ ବିଜେପି ଦଳରୁ ଲଢ଼ି ବିଧ୍ୟାୟକ ଭାବେଜୟ ଲାଭ କରିଥିଲେ l ତାପରଠାରୁ ଶ୍ରୀରାଓ ବିଜେପି ର ସଭାପତି ଭାବେ ରହିଛନ୍ତି l ବିଜେପି ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଗଜପତି ଜିଲ୍ଲାରେବିଜେପିର ସଂଗଠନ ଦିନକୁ ଦିନ ଦୁର୍ବଳ ହେବାକୁ ଯାଉଛି ପୁରୁଣା ବିଜେପି କର୍ମୀ ଏବଂ ନେତାମାନଙ୍କୁ କଣ ଠେଶା କରିଦିଆ ଯାଉଛି ବୋଲି ଜଣେ ବରିଷ୍ଠ ବିଜେପି ନେତା ତାଙ୍କ ନାଁକୁ ଗୁପ୍ତ ରଖିବା ସ୍ୱର୍ତ୍ଵରେ କହିଛନ୍ତି l ଯେପରି ଜାତୀୟ ସ୍ତରରେ ଆଉ ପୂର୍ବଭଳି ବାଜପେୟୀ କିମ୍ବା ଆଡଭାନୀ ବିଜେପି ନାହିଁ l ବର୍ତ୍ତମାନ ମୋଦୀ ଓ ଅମିତ ସାହା ବିଜେପି ଚାଲିଥିବା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମୋଦୀ କିମ୍ବା ଅମିତ ଶାହା ବିଜେପି ଚାଲୁନାହିଁ ବର୍ତ୍ତମାନ ଏଠାରେ କେ. ନାରାୟଣ ବିଜେପି ଚାଲିଛି ବୋଲି ସେ ବ୍ୟଙ୍ଗ କରି କହିଥିଲେ l

No Result
View All Result