No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ପଦ୍ମପୁର ଉପଖଣ୍ଡ ବିଭିନ୍ନ ଗ୍ରାମରେ ଥିବା ଭୋଟ ଗ୍ରହଣ କେନ୍ଦ୍ର,୫ଟି ଅନ୍ତର୍ଗତ ସ୍କୁଲ ଗୁଡିକରେ ହେଉଥିବା ରୁପାନ୍ତରିତ କାମ ଗୁଡିକ ବୁଲି ଦେଖିବା ସହ କାମର ତଦାରଖ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଆଜି ପୁରେନା ଖୁଣ୍ଟପାଲି ସ୍କୁଲ ର ୭ ନମ୍ବର ପୁଲି° ବୁଥକୁ ବୁଲି ଦେଖିଥିଲେ। ସେହିପରି ପଦ୍ମପୁର ଅଞ୍ଚଳ କଲେଜ ରେ ହେବାକୁ ଥିବା ନିର୍ବାଚନ ଷ୍ଟ୍ରଙ୍ଗ ରୁମ ଦେଖିବା ସହ ପଦ୍ମପୁର ବ୍ଲକ ରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ।

ସେହିଭଳି ମହୁଲ ପାଲିର ପିଙ୍କ୍ ବୁଥ, ଚଣ୍ଡୀପାଲି,ଜମଲା,ସର୍ଗି ବାହାଲ, ସ୍କୁଲ ଗୁଡିକରେ ହେବାକୁ ଥିବା ଭୋଟ ଗ୍ରହଣ କେନ୍ଦ୍ର ଗୁଡିକୁ ବୁଲି ଦେଖିଥିଲେ। ବରିକେଲ ହାଇସ୍କୁଲ,କନସିଙ୍ଘା ହାଇସ୍କୁଲ, ସର୍ଗିବାହାଲ ହାଇସ୍କୁଲ ର ୫ଟି ଅନ୍ତର୍ଗତ ସ୍କୁଲ ରୁପାନ୍ତରିତ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଦେବଦରହାକୁ ମଧ୍ୟ ଯାଇ ସେଠାକାର ଉନ୍ନୟନ କାର୍ଯ୍ୟ ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।


No Result
View All Result