No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩ ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ଏଠାରେ ଆପଣଙ୍କୁ ଅବଗତ କରାଯାଉଛି ଯେ ଧାମନଗର ର ବିଜେପି ବିଧାୟକ ଶ୍ରୀ ବିଷ୍ଣୁ ଚରଣ ସେଠି ଏବଂ ବିଜେପି ର କର୍ମକର୍ତ୍ତା ମାନେ ଧାମନଗରରେ ପଞ୍ଚାୟତ ନିର୍ବାଚନ – 2022 ପାଇଁ ମଡେଲ ଆଚରଣ ଵିଧି (MCC) ର ଉଲଂଘନ କରିଛନ୍ତିl

26 ଜାନୁୟାରୀ, 2022 (ବୁଧବାର ) ଦିନ ଧାମନଗରର ବିଜେପି ବିଧାୟକ ଶ୍ରୀ ବିଷ୍ଣୁ ଚରଣ ସେଠୀଙ୍କ ନେତୃତ୍ୱରେ ଧାମନଗରର କରଡା ପଞ୍ଚାୟତରେ ଆୟୋଜିତ ଏକ ପାର୍ଟି କାର୍ଯ୍ୟକ୍ରମରେ ଶହେରୁ ଅଧିକ ବିଜେପି କର୍ମୀ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହା ମଡେଲ ଆଚରଣ ବିଧି (MCC) ର ଏକ ସ୍ପଷ୍ଟ ଉଲ୍ଲଂଘନ।

ଶ୍ରୀ ବିଷ୍ଣୁ ଚରଣ ସେଠୀ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଧାର୍ମିକ ସନ୍ଦର୍ଭରେ ଶପଥ ଗ୍ରହଣ କରାଇଥିଲେ। ଭୋଟ୍ ସୁନିଶ୍ଚିତ କରିବା ପାଇଁ ଧର୍ମର ଏହି ବ୍ୟବହାର ହେଉଛି ମଡେଲ୍ ଆଚରଣ ବିଧିର ଏକ ଚରମ ଏବଂ ଖୋଲା ଉଲ୍ଲଂଘନ |

ଆପଣଙ୍କ ଅବଗତ ନିମନ୍ତେ ଆମେ ଏହି ସ୍ମାରକପତ୍ର ସହିତ ଏକ ପେନ୍ ଡ୍ରାଇଭରେ ଉକ୍ତ ପ୍ରୋଗ୍ରାମର ଭିଡିଓ କ୍ଲିପ୍ ଆବଦ୍ଧ କରୁଛୁ | ଶ୍ରୀ ବିଷ୍ଣୁ ସେଠୀ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ବିଜେପି ପ୍ରାର୍ଥୀ, ନେତା ଓ କର୍ମୀଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛୁ l

No Result
View All Result