ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ସୁନାଖଳା :- ରାଜ୍ୟ ରେ ପଞ୍ଚାୟତରାଜ ନିର୍ବାଚନ ର ପବନ ବହୁ ଜୋରରେ ବହୁଛି … ତିନି ଦଳ ରୁ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନକୁ ଓହ୍ଲାଇ ଘରେ ଘରେ ବୁଲି ଫ୍ଲାଗ୍ କାର୍ଡ ବାଣ୍ଟି ନିର୍ବାଚନ ର ପ୍ରଚାର କରୁଛନ୍ତି । ଏହି ନିର୍ବାଚନ ରେ ଅସାମାଜିକ ବ୍ୟକ୍ତିଙ୍କ ଅପରାଧ ମୂଳକ କାର୍ଯ୍ୟ କୁ ରୋକିବା ପାଇଁ ଶରଣକୂଳ ଥାନା ଅଧିକାରୀ ,
ଜିଲ୍ଲା ଏସ୍ ଡି ପିଓ ଙ୍କ ନେତୃତ୍ୱରେ ରଣପୁର ଥାନା ଆଇଆଇସି ଓ ସୁନାଖଳା ଥାନା ପୋଲିସ ଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି । ତେବେ ସୁନାଖଳା ଜୋନ ର ଲେଖନପୁର , ସୁନାଖଳା , କୁଳାସର ଇତ୍ୟାଦି ପଞ୍ଚାୟତ ଗୁଡ଼ିକ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ଚଳିତ ବର୍ଷ ଦେୟ ମୁକ୍ତ ନିର୍ବାଚନ ପାଇଁ ପୋଲିସ କଡାକଡି ପଦକ୍ଷେପ ନେବା ସହ କୋଭିଡ଼ି ନିୟମ ଅନୁସାରେ ଭୋଟ ର ପ୍ରଚାର କରୁଛନ୍ତି ଦଳୀୟ ପ୍ରାର୍ଥୀ । ଦେୟ ମୁକ୍ତ ନିର୍ବାଚନ ହେବା ସହ ଗଣ୍ଡଗୋଳ , ମାରପିଟ କୁ ନେଇ ବେଶେଷ ନଜର ରଖିଛି ରଣପୁର ପୋଲିସ ପ୍ରଶାସନ ।















