No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ବରଗଡ :- ଭାରତୀୟ ଜନତା ପାର୍ଟିରୁ ଲଖମରା ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁରଭି ବରିହାଙ୍କ ନିର୍ବାଚନ ପରିଚାଳନା ପାଇଁ ପାଇକମାଲ ବ୍ଲକ ଘେଁସରା ଗ୍ରାମ ଠାରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ସୌମିତ୍ରି ପଧାନଙ୍କ ନେତୃତ୍ବରେ କାର୍ଯ୍ଯକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ମଣ୍ଡଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକର୍ତ୍ତା ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ,ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ,କୃଷକ ମୋର୍ଚ୍ଚା ନେତା ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଲିଙ୍ଗରାଜ ପ୍ରଧାନ,ଟୁନା ଡନସନା,ପୁରନ୍ଦର ସାହୁ,ଜଗନ୍ନାଥ ଛତ୍ରିଆ,ବବିତା ପ୍ରଧାନ,ଦୁଷ୍ମନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଚର୍ଦାପାଲି,ଲଖମରା,ସରେଇକେଲା,ବାଦିକଟା,ବୁକୁରାମୁଣ୍ତା,ଟେମରୀ,କୋଛଦାଦର,ମାଣ୍ତିଆଢିପା ଗ୍ରାମ ପଞ୍ଚାୟତ ମାନଙ୍କର ବିଜେପି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ଯ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ । ଏହି ଆଠଟି ଗ୍ରାମ ପଞ୍ଚାୟତ ରୁ ନିର୍ବରୋଧ ରେ ନିର୍ବାଚିତ ହୋଇଥିବା ୨୫ଜଣ ୱାର୍ଡ ମେମ୍ବର ମାନଙ୍କୁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ପୁଷ୍ପମାଲ୍ଯ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଜେଡି କଂଗ୍ରେସ ପରିତ୍ଯାଗ କରି କାର୍ଯ୍ଯକର୍ତ୍ତା ସମ୍ମିଳନୀରେ ବିଜେପିରେ ଯୋଗଦେଇ ଥିବା ୮୦ ଜଣ ପ୍ରତିନିଧି ସର୍ବ ଶ୍ରୀ ତରଣୀସେନ ସାହୁ,ନାଥ ବାରିକ, ସନ୍ତୋଷ ବାଗ,ମଧୁ ବରିହା,କିଶୋର ନାୟକ,କପୁରଚନ ବଗାର,ବୀର କିଶୋର ବରିହା,ସିତାରାମ ଲୁହାର, ସନ୍ତୋଷ ଧରୁଆ,ହେମ ସାଗର ସାହୁ,ଦେବ ବାଟପାହାଡ,ରଥୁ ସାହୁ, ବିଜୟ ମିଶ୍ର,ନିରାମ ବରିହା,ସାଲେଗ୍ରାମ ବଞ୍ମେସ,ଗଣ୍ତାରାମ ବରିହା ପ୍ରମୁଖ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।

No Result
View All Result