No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ରବିବାର) ରଣପୁର ,ଏନ.ଏ.ସି :- ନୟାଗଡ଼ ଜିଲ୍ଲା ରଣପୁର ଏନଏସି ଅଧ୍ୟକ୍ଷ ପଦଟି ମହିଳାଙ୍କ ସଂରକ୍ଷିତ ହେବା ପରେ ରାଜନୀତି ରେ ଘୋ ଉଠିଛି । ରଣପୁର ଏନଏସି ୨୦୧୫ ମସିହାରେ ପ୍ରଥମ କରି କାଉନସିଲ ଗଠନ ହୋଇଥିଲା । ଏହି କାଉନସିଲରେ ରଣପୁର ଏନଏସି ୧୫ ଟି ୱାର୍ଡକୁ ନେଇ ଗଠିତ ହେଲା । ଯେତେବେଳେ ଏହା ପଞ୍ଚାୟତ ଥିଲା ସେତେବେଳେ ୨୫ ଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା । କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦ ହେଲା ପରେ ନରସିଂହ ପୁର ପଞ୍ଚାୟତ ର ପାମ୍ପଡ଼ା , ଜୟପୁର , ମାର୍ଥାପଦର ଇତ୍ୟାଦି ଗ୍ରାମ ଓ ଗୌରାଙ୍ଗପୁର ପଞ୍ଚାୟତର ପୁରୁଣା ବସନ୍ତ , ସାନଗଡ଼ ଗ୍ରାମ କୁ ମିଶାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହେଲା ।

ଏହି ୧୫ ଟି ଯାକ ୱାର୍ଡ ରେ ୧୫ ଜଣ କାଉନସିଲର ରହିଲେ ଏବଂ ୨୦୧୫ ରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ମୁଖ୍ୟ ପଦବୀ ଟି ମହିଳା ଙ୍କୁ ଦିଆଗଲା ସଂରକ୍ଷଣ ଦୃଷ୍ଟି କୋଣ ରୁ ଏହି ସଂରକ୍ଷଣ ରେ ପଛୁଆ ବର୍ଗ ମହିଳା ଦାୟିତ୍ୱ ନେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କାଉନସିଲ ଗଠିତ ହେଲା ପରେ ମହିଳାଙ୍କ ତରଫରୁ ବିଜୁ ଜନତା ଦଳର ଜଣେ ମହିଳା ସବିତା ଦାସ ଏହାର ଦାୟିତ୍ୱ ନେଲେ । ବର୍ତ୍ତମାନ ଦ୍ୱିତୀୟ ନିର୍ବାଚନ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏଥିରେ ପୁନଃ ସରକାର ଙ୍କ ତରଫରୁ ଅତିରିକ୍ତ ସମ୍ପାଦକ ଓଡ଼ିଶା ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ନିର୍ବାଚନରେ ଏହି ପଦଟି ପୁନଃର୍ବାର ମହିଳା ସଂରକ୍ଷିତ ବୋଲି ପ୍ରଶାସନ ତରଫରୁ ନୋଟିଫିକେସନ ବାହାରିବାରେ ନେତାଙ୍କ ର ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ତେବେ ଏହି ମହିଳା ସଂରକ୍ଷଣ ପଦବୀ ପରିବର୍ତ୍ତନ ଦାବିରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ ପତ୍ର ପ୍ରଦାନ କରାଯାଇଛି । ରଣପୁରର ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର ଙ୍କ ସମସ୍ତେ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ମାନେ ଜିଲ୍ଲାପାଳ ଙ୍କୁ ନିବେଦନ ପତ୍ର ଦାଖଲ କରିଥିବା ଜଣାଯାଇଛି ।

ତେବେ କେଉଁ ପରିପ୍ରେକ୍ଷୀରେ ଚଳିତ ବର୍ଷ ଅଧ୍ୟକ୍ଷ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଲା ସେ ନେଇ ଆଶାୟୀ ପ୍ରାର୍ଥୀ ମାନେ ଏଭଳି ନିଷ୍ପତ୍ତି କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷ ପଦଟି ମହିଳାଙ୍କ ପାଇଁ ସଂରକ୍ଷିତ ପରେ ପୂର୍ବାପେକ୍ଷା ନେତା ଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ନିଷ୍ପତ୍ତି ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି ବୋଲି ସୁରେଶ ମିଶ୍ର ଦାବିପତ୍ର ରେ ଦର୍ଶାଇଛନ୍ତି ।

No Result
View All Result