No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରୀ ଶନିବାର ) ନୟାଗଡ଼ :- ଆଜ୍ଞା ଚାଲିଛି ତ୍ରିସ୍ତରୀୟ ନିର୍ବାଚନ | ଭୋଟର ଦେବେ ଭୋଟ ଆଉ ନିର୍ବାଚିତ ହେବେ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଆଉ ୱାର୍ଡ ସଭ୍ୟ….| ବହୁଥର ପଂଚାୟତ ନିର୍ବାଚନ ଦେଖିଥିବା ଏ ସାମ୍ବାଦିକ ଏଥର ନୂଆ କିଛି ଦେଖୁଛି | ନିର୍ବାଚନ ହେଉଥିବା ବହୁ ଗାଁକୁ ୟା ଭିତରେ ବୁଲିଲି | ବିଭିନ୍ନ ଭୋଟରଙ୍କ ସହ ସାମନା ସାମନି ହେଲି |ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସହ ମଧ୍ୟ ଦେଖା ହେଲା | ଏସବୁ ଭିତରେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ବୁଲିଲି | ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପଂଚାୟତ ନିର୍ବାଚନ ଏ ସାମ୍ବାଦିକକୁ ଟିକିଏ ଅନ୍ୟ ଆଡକୁ ଟାଣିନେଲା…. ଏବଂ ଚିନ୍ତା କଲି ଯାହା ସତ ତାହା ଲେଖିବି…. ବିପଦ ଆସିପାରେ…. ହାତଗଣତି ଚୁଚ୍ଛା ବାହାସ୍ପୋଟ ମାରୁଥିବା କିଛି ବିରୋଧୀଙ୍କ ପକ୍ଷରୁ | ଯୁଆଡେ ଗଲି ଦେଖିଲି ମୁଖ୍ୟମନ୍ତ୍ରୀ ନବୀନଙ୍କ ଜୟଜୟକାର….ଶୁଣିଲି ବିଧାୟକ ଅରୁଣଙ୍କ ଅହରହ ବିକାଶମୂଳକ କାର୍ଯ୍ୟର ପ୍ରଂଶସା ସବୁରି ମୁହଁରେ, ପ୍ରତ୍ୟକ୍ଷ ଅନୁଭବ ମଧ୍ୟ ହେଲା | ବିନା ଡରରେ ସାଧାରଣ ଭୋଟର ଶଙ୍ଖର ବିଜୟ ନିଶ୍ଚୟ ବୋଲି କହି ବୁଲୁଥିବା ନିଜେ ଶୁଣିଲି | ଏପରିକି ଅଧିକାଂଶ ଅରୁଣଙ୍କ ଦଳ ବିଜେଡିକୁ ଭୋଟ ନଦେଲେ ଧର୍ମ ଦ୍ରୋହିଆ ହେବୁ ବୋଲି ପ୍ରକାଶ୍ୟରେ କହିବୁଲୁଥିଲେ |
ବର୍ଷକ ବାର ମାସ ଯିଏ ଆମ ସୁଖ ଦୁଃଖରେ ଆସି ଠିଆ ହୋଇଛନ୍ତି, ଆମ ପଂଚାୟତରୁ ଯିଏ ରାଜନୈତିକ ହିଂସା, ଗଣ୍ଡଗୋଳକୁ ପୁରା ଦୁରେଇ ଦେଇଛନ୍ତି, ଭାଇଚାରାର ମଞ୍ଜି ବୁଣି ସମସ୍ତଙ୍କର ସମସ୍ତ ପ୍ରକାର ଉନ୍ନତି କରିଛନ୍ତି, ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ଆଗେଇ ନେଇଛନ୍ତି, ସେଇ ଆମରି ପ୍ରିୟ ମନ୍ତ୍ରୀ ତଥା ବିଧାୟକ ଅରୁଣ ଭାଇଙ୍କ ଦଳ ବିଜେଡିକୁ ଭୋଟ ଦେବୁ ନାହିଁତ ଆଉ କଣ କାଳେ ନାହିଁକି ବେଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ ଡାକୁ ଥିବା ଦଳକୁ କଣ ଭୋଟ ଦେବୁ ବୋଲି? ପ୍ରକାଶ୍ୟରେ ସମଗ୍ର ନୟାଗଡ଼ ବିଧାନ ସଭା ଅନ୍ତର୍ଗତ ସମସ୍ତ ପଂଚାୟତର ଭୋଟର କହି ବୁଲୁଥିବା ଦେଖିବାକୁ ପାଇଲି, ଯାହା ନିଶ୍ଚିତ ଭାବରେ ନବୀନଙ୍କୁ ଭଲ ପାଇବା ଆଉ ଅରୁଣଙ୍କ ସାଧାରଣ ଜନତାଙ୍କ ପ୍ରଗତି ପାଇଁ ଝାଳ ନାଳ ହୋଇ ଦିନରାତି ପରିଶ୍ରମର ଫଳ ବୋଲି ଶତପ୍ରତିଶତ ନିଶ୍ଚିତ ହେଲି |
ଏପଟେ ଅରୁଣଙ୍କ ନେତୃତରେବିଜେଡି ଟିକେଟରୁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ବେଶ ଉଚ୍ଚ ଶିକ୍ଷିତ, ପରିଶ୍ରମୀ,ଆଜି ଭୋଟ ହେଲା ବୋଲି ନୁହେଁ ସର୍ବଦା ଲୋକଙ୍କ ପାଖରେ ଥାନ୍ତି, ସଚୋଟ, ସାଧୁ ଆଉ ସର୍ବୋପରି ଚିହ୍ନା ମୁହଁ…… ଅନ୍ୟ ପଟେ ବିରୋଧୀ ଟିକେଟରେ ପଂଚାୟତ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ କଥା ଛାଡ଼ ତାଙ୍କ ଦଳର ନେତାଙ୍କୁ ନୟାଗଡ଼ ସହରାଞ୍ଚଳରେ କାଁ ଭାଁ ଦେଖିବାକୁ ମିଳେ ନାହିଁ ଆଉ ଗାଁରେ ତାଙ୍କୁ ଦେଖିବା କେତେଦୂର ସତ୍ୟ…?ଆଉ ବିରୋଧୀଙ୍କ ପଂଚାୟତ ପ୍ରାର୍ଥୀଙ୍କୁ ଗାଁରେ ଦେଖିବା କଥା ଛାଡ଼ ନାଁ ମଧ୍ୟ ଆଗରୁ କେବେ ଶୁଣା ନଥିଲା, ଯାହା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ଆଉ ଏଥିରୁ ବିଜେଡିର ଯେ ଏକ ପାଖିଆ ବିଜୟ ନିଶ୍ଚୟ ଜଳଜଳ ହୋଇ ଦିଶୁଛି | ଏପରିକି କେତେକ ଜାଗାରେ ବିରୋଧୀ ପ୍ରାର୍ଥୀ ଦେବାରେ ସମର୍ଥ ହୋଇ ନଥିବାବେଳ କେତେକ ଜାଗାରେ ବିରୋଧୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନବୀନଙ୍କ ସୁଶାସନ ଆଉ ନୟାଗଡ଼ରେ ଅରୁଣଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅଭିଭୂତ ହୋଇ ବିଜେଡିର ମିଶ୍ରଣ ପର୍ବରେ ବର୍ତମାନ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳୁଛି |
ଯାହାର ଜ୍ୱଳନ୍ତ ଉଦାହରଣ ନୟାଗଡ଼ ବ୍ଲକର ନଡ଼ିଆଳି ପଂଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା, ଏପରିକି କ୍ରୀତଦାସପୁର ପଂଚାୟତ ଏବଂ ଓଡଗାଁ ବ୍ଲକର ବାଣ୍ଠପୁର ପଂଚାୟତରେ ମଧ୍ୟ ବିଜେଡି ସମର୍ଥିତ ସରପଞ୍ଚ ଆଉ ସେମିତିସଭ୍ୟ ପ୍ରାର୍ଥୀ ମଧ୍ୟ ନିର୍ବାଚନ ପୂର୍ବରୁ ବିଜୟୀ ହେବା ଘଟଣା ବିଜେଡିର ଏକ ତରଫା ବିଜୟକୁ ସୂଚାଉ ନାହିଁ କି? ତେବେ ପ୍ରାଥମିକ ଆକଳନ ଯାହା କହୁଛି ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ୬ଟି ଯାକ ଜିଲ୍ଲାପରିଷଦ ଜୋନ ବହୁ ମତରେ ବିଜେଡିର ପଲ୍ଲା ଭାରି ରହୁଥିବା ବେଳେ ଦୁଇଟି ଯାକ ବ୍ଲକ ମଧ୍ୟ ପୂର୍ବଭଳି ବିଜେଡି ଦଖଲରେ ରହିବ…. ଏପରିକି ନୟାଗଡ଼ ନିର୍ବାଚନ ମଣ୍ଡଳୀର ପଂଚାୟତ ନିର୍ବାଚନ ଫଳାଫଳ ସମ୍ପର୍କରେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଚାରିଆଡେ ବିଜେଡିର ବିଜୟ ଯେ ନିଶ୍ଚିତ ଏଥିରେ ସନ୍ଦେହର ଅବକାଶ ନାହିଁ ଖାଲି ଭୋଟ ହୋଇ ବିଜେଡିର ବିଜୟ ପାଇଁ ଅନୁଷ୍ଠାନିକ ଘୋଷଣା କେବଳ ବାକି ରହିଛି…. ଅବଶ୍ୟ ଆଉ କିଛି ଦିନ ପରେ ସବିଶେଷ ବିବରଣୀ ଆମ୍ଭେ ଦେବୁ…..
ଯାହା ସତ୍ୟ ଆଉ ଯାହା ଘଟିବାକୁ ଯାଉଛି ତାର ଏକ ସତ୍ୟ ଉପରେ ଆଧାରିତ ତଥ୍ୟ ଆମ୍ଭେ ଦେଲୁ, ଆଉ କେହି ଏହାକୁ ଦେହକୁ ନେବେ ନାହିଁ… ବେଳେ ବେଳେ ସତ କହି ଏ ସାମ୍ବାଦିକ ଅସୁବିଧାର ସମୁଖୀନ ହେଉଛି, ହଉଛି ମଧ୍ୟ… ହେଲେ ଏ ସାମ୍ବାଦିକ “ସତ କହିବାକୁ କିଆଁ ଡରିବି…. ସତ କହି ପଛେ ମଲେ ମରିବି” ପଦଟିକୁ ଧରି ଆଜି ପର୍ଯ୍ୟନ୍ତ ଚାଲି ଆସିଛି ଆଉ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ….. ତେବେ ପରବର୍ତ୍ତି ସମୟରେ ପଂଚାୟତ ନିର୍ବାଚନ ସମ୍ପର୍କିତ ସବିଶେଷ ତଥ୍ୟ ସହ ସତ୍ୟ ଉପରେ ଆଧାରିତ ବିବରଣୀ ବିସ୍ତୃତ ଭାବରେ ନିଶ୍ଚିତ ପ୍ରକାଶ ପାଇବ |

No Result
View All Result