• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ନିର୍ବାଚନ ମଣ୍ଡଳୀ ର ୬ ଟି ଜିଲ୍ଲାପରିଷଦ ଜୋନ ରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ….

Proprietor Abhimanyu Maharana by Proprietor Abhimanyu Maharana
January 29, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର ନିର୍ବାଚନ ମଣ୍ଡଳୀ ର ୬ ଟି ଜିଲ୍ଲାପରିଷଦ ଜୋନ ରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ….
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରୀ ଶନିବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀ ରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପରିପ୍ରେକ୍ଷୀରେ ୬ ଟି ଜିଲ୍ଲାପରିଷଦ ଜୋନ କୁ ନଜର ରେ ରଖି ଦେଖିବାକୁ ଗଲେ ୨୦୦୨ମସିହାରୁ ବିଜୁ ଜନତା ଦଳ ୬ ଟି ରୁ ୬ ଟି ଯାକ ଆସନ ଦଖଲ କରୁଥିଲା । ଏପରିକି ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ହୋଇଥିବା ପଞ୍ଚାୟତରାଜ ନିର୍ବାଚନରେ ମଧ୍ୟ ୬ ଟି ଯାକ ଜୋନ ବିଜେଡି ହାତରେ ଥିଲା । କିନ୍ତୁ ଗତ ବର୍ଷ ରବି ନାରାୟଣ ମହାପାତ୍ର ବିଧାୟକ ଥିବା ବେଳେ ବିଜୁ ଜନତା ଦଳ ହାତରୁ ୪ ଟି ଜିଲ୍ଲା ପରିଷଦ ଜୋନ ତଥା ଗୋପାଳପୁର , ସୁନାଖଳା , ଗୋଡିପଡା , ଶରଣକୂଳ ଜୋନ ଗୁଡିକ ବିଜେପି ଅକ୍ତିଆର କୁ ଯାଇଥିଲା ।

ଚାନ୍ଦପୁର ଜୋନ :- 24

ତେବେ ଚଳିତ ବର୍ଷ ର ତ୍ରିସ୍ତରୀୟ ନିର୍ବାଚନ ରେ ଦେଖିଲେ ଚାନ୍ଦପୁର ଜୋନ ରେ ଅନୁସୂଚିତ ଜାତି ମହିଳା ପ୍ରାର୍ଥୀନୀ ଆସନ ହୋଇଥିବାରୁ ଆଶାୟୀ ଥିବା ସମସ୍ତ ନେତୃ ବୃନ୍ଦ ଓ ପରସ୍ପର ର ବିରୁଦ୍ଧଭାଷ ନଥିବା ଜଣାପଡ଼ିଛି କିନ୍ତୁ ସେଠାରେ ମାତ୍ର କେତୋଟି ପଞ୍ଚାୟତ କୁ ଛାଡିଦେଲେ ଅନ୍ୟାନ୍ୟ ସମସ୍ତ ପଞ୍ଚାୟତ ରେ ଥିବା ବିଜୟ କେତନ ସାହୁ , ଅଶୋକ ସାହୁ , ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ, ପ୍ରତିଭା ମହାନ୍ତି , ଛବିନ, ମିନତୀ ସାହୁ ପ୍ରଭୃତି ଆଶାୟୀ ପ୍ରାର୍ଥୀ ଙ୍କ ମଧ୍ୟରୁ ରଣପୁର ବିଧାୟକ କେବଳ ବିଜୟ କେତନ ସାହୁ ଙ୍କ ମାଧ୍ୟମରେ ବିଜେଡି ଦଳକୁ ଜିତାଇବା ପାଇଁ ଅଣ୍ଟା ଭିଡିଥିବା ବେଳେ ଅନ୍ୟ ନେତୃବୃନ୍ଦ ଙ୍କୁ ପଛରେ ପକାଇ ଦେଇଥିବା ଦେଖାଦେଇଛି । ଦେଖାଯାଉ ଆଗକୁ ବିଜୟ କେତନ ଏକୁଟିଆ ଗଡ଼ ଜିତଉଛନ୍ତି ନା ସମସ୍ତ ନେତୃବୃନ୍ଦ ଙ୍କ ସହାୟତା ଲୋଡୁଛନ୍ତି , ଦେଖିବାକୁ ବାକି ରହିଲା ।

ଗୋପାଳପୁର ଜୋନ – 23

ସେପରି ଗୋପାଳପୁର ଜୋନରେ ବିଜେଡି ତରଫରୁ ନର୍ମଦା ରାୟଙ୍କୁ ଟିକେଟ ଦିଆଯାଇଥିଲେ ମଧ୍ୟ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଙ୍କ ପ୍ରତିନିଧି ସ୍ବର୍ଣ୍ଣ ପ୍ରକାଶ ରାଉତରାୟ, ଶରତ ଚନ୍ଦ୍ର ରଥ ଓ ପ୍ରତିଭା ମହାନ୍ତି ଆଶାୟୀ ପ୍ରାର୍ଥୀ ଥିଲେ । ଏହି ଆଶାୟୀ ପ୍ରାର୍ଥୀ ମାନେ ନର୍ମଦା ଙ୍କୁ ସହଯୋଗ କରିବାରେ ପଛଉଥିବା ଦେଖାଯାଉଛି । ତେବେ ନର୍ମଦା ଙ୍କ ହାତ କୁ ଟାଣ କରିବା ପାଇଁ ସହଯୋଗ କରୁନଥିବା ସାଧାରଣ ରେ ଆଲୋଚନାର ବିଷୟ ହୋଇଛି । ଏବଂ ତତସହିତ ଗୋପାଳପୁର ଜୋନ ର ସମସ୍ତ ବରିଷ୍ଠ ନେତୃବୃନ୍ଦ ତଥା ଯେଉଁମାନେ ଦଳର ମୁଖ୍ୟାଂଶ ରେ କାମ କରୁଥିଲେ ସେମାନେ ହାତ ଉପରେ ହାତ ରଖି ବସି ରହିଥିବା ଦେଖାଯାଉଛି । ଯଦିଓ ନର୍ମଦା ରାୟ ଏକୁଟିଆ ଲଢ଼ିବାକୁ ମୈଦାନ କୁ ଓହ୍ଲାଇଛନ୍ତି ଦଳୀୟ ନେତୃବୃନ୍ଦ ଓ ବରିଷ୍ଠ କର୍ମୀମାନେ ସହାୟତା ନକଲେ ସେଠାରେ ମଧ୍ୟ ବିଧାୟକ ଜିଲ୍ଲାପରିଷଦ ଆସନ ହାତେଇବା ସମ୍ଭବ ନୁହେଁ ବୋଲି ମନେ ହେଉଛି ।

ରଣପୁର ଜୋନ :- 22

ରଣପୁର ଜୋନ ବିଗତ ଥର ବିଜେଡି ହାତମୁଠାରେ ଥିଲା ଚଳିତ ଥର ମଧ୍ୟ ବିଜେଡି ହାତକୁ ଆସିଛି । ଏହି ଜିଲ୍ଲା ପରିଷଦ ଆସନଟି ବିଜେଡି ହାତକୁ ଯିବାର ଆଶା ଅଧିକ ଥିବାବେଳେ ସୁନଖଳା ଜୋନର ଜିଲ୍ଲା ପରିଷଦ ଆସନ ଟି ବିଧାୟକ ଙ୍କ ପାଇଁ ପଡିଛି ଚିନ୍ତାରେ ..

ସୁନାଖଳା ଜୋନ :- 21

ତେବେ ସୁନାଖଳା ଜୋନରେ ଆଶାୟୀ ପ୍ରାର୍ଥୀ ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଗତ ଦିନର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବାରୁ ସେଠାରେ ଆଶାୟୀ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗିରିଜାକାନ୍ତ ମହାପାତ୍ର , ରାଜୀବ ଲୋଚନ ପ୍ରଧାନ , ବୃନ୍ଦାବନ ମହାନ୍ତି ଙ୍କ ଭଳି ତିନି ଜଣଙ୍କୁ କେତେଦୂର ନିଜ ସାଙ୍ଗରେ ନେଇ ପାରୁଛନ୍ତି ଦେଖିବାକୁ ବାକି ରହିଲା ଓ ସେଠାରେ ପଞ୍ଚାୟତ ସ୍ତରରେ ସରପଞ୍ଚ , ସମିତିସଭ୍ୟ/ସଭ୍ୟା ମାନେ ନିଜ ନିଜ ପକ୍ଷରେ ଦଳୀୟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେମାନେ ଲୋକଙ୍କ ପାଖରେ କେତେ ଆଦୃତ ହେଉଛନ୍ତି ଏହା ଜନସଧାରଣ କହିବେ ।

ବିଶେଷକରି ସୁନାଖଳା ପଞ୍ଚାୟତ ରେ ୩୦୦୦ ଉର୍ଦ୍ଧ୍ବ ଭୋଟ ରେ ଗତ ବର୍ଷ ବିଜେଡ଼ି କୁ ମାତ ଦେଇଥିଲା ବିଜେପି । ଗତ ବର୍ଷ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଙ୍କ ପ୍ରତିନିଧି ପୂର୍ବତନ ସରପଞ୍ଚ ସଚ୍ଚିକାନ୍ତ ଷଡ଼ଙ୍ଗୀ ପୁନଃ ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇଛନ୍ତି ଓ ସେହି ପଞ୍ଚାୟତ ରୁ କଡା ମୁକାବିଲା କରିବା ପାଇଁ ସତ୍ୟ ନାରାୟଣ ମହାପାତ୍ର (ବାବି) ଯେକି ବିଜେପି ସମର୍ଥନ ପ୍ରାର୍ଥୀ ହୋଇଥିବା ବେଳେ ସୁନଖଳା କୁ ନୂତନ ରଙ୍ଗ ଦେଇଥିବା ଯୁବ ନେତା ଚିତ୍ତରଞ୍ଜନ ପ୍ରଧାନ ସ୍ୱାଧୀନ ଭାବରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ତେବେ ଏହି ୩ ପ୍ରାର୍ଥୀ ଙ୍କ ମଧ୍ୟରୁ ଚିତ୍ତରଞ୍ଜନ ଯୁବକ ମାନଙ୍କୁ ନେଇ ଆଗକୁ ଦୌଡିଲା ଭଳି ଜଣା ପଡୁଛନ୍ତି । ତେଣୁ ଏ ସବୁକୁ ଲକ୍ଷ୍ୟ କଲେ ଦେବାଶିଷ କିଭଳି ଭାବେ ନିଜକୁ ଓ ସରପଞ୍ଚ ଙ୍କୁ ସଜାଡିଛନ୍ତି ଦେଖିବା ବାକି ରହିଲା ।

ତତସହିତ ଲୋଧାଚୁଆ ପଞ୍ଚାୟତ ରେ ମଧ୍ୟ ବିଗତ ବର୍ଷ ଯେଉଁ ଦୁଇ ଜଣ ଙ୍କ ମଧ୍ୟରେ ସରପଞ୍ଚ ହେବା ପାଇଁ କଳହ ଲାଗି ରହି ଉଭୟ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ ବିଗତ ଥର ମୀନକେତନ କୁ ସରପଞ୍ଚ ପ୍ରାର୍ଥୀନି କରାଯାଇଥିବା ବେଳେ ଟିକନ ଦଳ ତରଫରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ଫଳତଃ ବିଜେପି ସେଠି ବାଜିମାତ କରିଥିଲା । ଠିକ୍ ସେହିଭଳି ବର୍ତ୍ତମାନ ୨୦୦୯ ମସିହାରୁ ଦଳକୁ ଆସିଥିବା ଟୁନିଆ ନାୟକ ଦଳକୁ ଆସି କୌଣସି ସୁଫଳ ନପାଇଥିବାରୁ ସେ ମଧ୍ୟ ନିଜର ବ୍ୟକ୍ତିତ୍ୱ କୁ ପରୀକ୍ଷା କରିବା ପାଇଁ ସମିତିସଭ୍ୟ ପ୍ରାର୍ଥୀ ଭାବେ ମୈଦାନ କୁ ଓହ୍ଲାଇଛନ୍ତି । ତେବେ ସେଠାରେ ମଧ୍ୟ ଦେବାଶିଷ କିଭଳି ଭାବେ ଗୋଟି ଚାଳନା କରୁଛନ୍ତି ସମୟ କହିବ ଫଳତଃ ସୁନଖଳା ଜୋନ ହାରିଥିବା ଆସନ କୁ ଦଳୀୟ ନେତୃତ୍ୱଙ୍କ ପରିବର୍ତିତ ଅବସ୍ଥା ଓ ଦେବାଶିଷ ଙ୍କ ଚେଷ୍ଟା ଉପରେ ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି ।

ଗୋଡିପଡା ଜୋନ :- 4

ଗୋଡିପଡା ଜୋନ ରୁ ସଂଯୁକ୍ତା ପଢ଼ିଆରୀ ଙ୍କୁ ଜିଲ୍ଲାପରିଷଦ ଦୌଡ଼ ରେ ରଖିଛି ବିଜେଡ଼ି । ପୂର୍ବତନ ସରପଞ୍ଚ ଥିବା ସଂଯୁକ୍ତା ପଢ଼ିଆରୀ ଙ୍କୁ ଜିଲ୍ଲା ପରିଷଦ ପଦବୀ ପାଇଁ ବଛା ଯାଇଥିବା ବେଳେ ସେଠାରେ ବିଜେପି ର ତୁଙ୍ଗ ନେତା ମାନେ ଦଶ ଦଶନ୍ଧି ତଥା ୨୫ ବର୍ଷ ଧରି ପ୍ରତିଷ୍ଠିତ ନେତା ସନ୍ୟାସୀ ପ୍ରଧାନ ଙ୍କ ପତ୍ନୀ ବିଜେପି ତରଫରୁ ମୈଦାନ କୁ ଓହ୍ଲାଇଛନ୍ତି । ଜଣେ ପୁରୁଖା ନେତା ଙ୍କ ସାଙ୍ଗରେ ବର୍ତ୍ତମାନର ଯୁବନେତ୍ରୀ ସଂଯୁକ୍ତା ପଢ଼ିଆରୀ କିଭଳି ଭାବରେ ଲଢେ଼ଇ ଜାରି ରଖି ଆସନ ଅକ୍ତିଆର କରୁଛନ୍ତି ତାହା ଗୋଡିପଡାବାସୀଙ୍କ ଉପରେ ନିର୍ଭର … ?

ଶରଣକୁଳ ଜୋନ :- 3

ସର୍ବଶେଷରେ ରଣପୁର ନିର୍ବାଚନ ମଣ୍ଡଳୀ ର ଶରଣକୁଳ ଜୋନ ବିଗତ ବର୍ଷ ବିଜେଡି କୁ ମାତ ଦେଇ ବିଜେପି ବିଜୟ ଲାଭ କରିଥିଲା । ତେବେ ଲିଟୁ ମହାପାତ୍ର ଙ୍କ ର ସହଧାର୍ମିଣୀ ବିଜେଡି ରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ଏକ ଟାଣୁଆ ନେତ୍ରୀ ପ୍ରତିଦ୍ବନ୍ଦି କରୁଥିବା ଦେଖା ଦେଇଛି ଏବଂ ଯେହେତୁ ଗୋଡିପଡା , ଶରଣକୂଳ ସନ୍ୟାସୀ ପ୍ରଧାନ ଙ୍କ ହାତରେ ଥିଲା ତେବେ ବର୍ତ୍ତମାନ ଶରଣକୂଳ ଜୋନ ରୁ ବିଜେପି କୁ ଜିତେଇବାରେ ସମର୍ଥ ହେବେ ବୋଲି ଘୋ ଉଠିଛି । ତେଣୁ ପ୍ରାୟ ଗୋଡିପଡା ,ଶରଣକୂଳ ଜୋନ ବିଜେପି ଠାରୁ ଜିତିବାରେ କଷ୍ଟକର ହେବ ବୋଲି ଜଣାପଡିଛି । ପୂର୍ବତନ ବିଧାୟିକା ଭାବେ ସୁରମା ପାଢ଼ୀ ଦାୟିତ୍ବ ରେ ଥାଇ ସଙ୍ଗଠନ କ୍ରମାଙ୍ଗ ଭାବେ ସମ୍ଭାଳୁଛନ୍ତି କିନ୍ତୁ ପ୍ରାୟ ସେ ଦୁଇଟି ଜୋନ ରେ ସନ୍ନ୍ୟାସୀ ପ୍ରଧାନ ଓ ଭାଗବତ ସେଠୀ ଙ୍କର ପ୍ରଭାବ ବହୁଳ ମାତ୍ରାରେ ପଡୁଥିବାର ଦେଖାଯାଉଥିବା ଆଲୋଚନା ର ବିଷୟ ପାଲଟିଛି ।

ସେମାନେ ସାଧାରଣ ଜନତା ଙ୍କ ଦୁଃଖ ରେ ସୁଖରେ ଅଛନ୍ତି । ଦେଖାଯାଉ ରଣପୁର ନିର୍ବାଚନ ମଣ୍ଡଳୀ ରେ ୬ଟି ଯାକ ଜିଲ୍ଲାପରିଷଦ ଜୋନରେ ଶଙ୍ଖ ବାଜୁଛି ନା ପଦ୍ମ ଫୁଟୁଛି …
ତେବେ ଶରଣକୂଳଜୋନର ମଗରବନ୍ଧ ରଣପୁର ବିଧାୟକ ଙ୍କ ଘର ହୋଇଥିବାରୁ ତାଙ୍କ ଉପରେ ନିର୍ଭର କରୁଛି କି ସେ କେଉଁ ଭଳି ଗୋଟି ଚାଳନା କରି ଦଳକୁ ଜିତେଇବାର ପ୍ରୟାସ ଜାରି ରଖିବେ ବୋଲି ଅତିରିକ୍ତ ଚର୍ଚ୍ଚା ହୋଇଛି । ଶେଷରେ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ସେତେ ଜୋରସୋର ରେ ନିର୍ବାଚନ ର ଗରମ ଚର୍ଚ୍ଚା ହେଉଛି ଏବଂ ଲୋକଙ୍କ ଚର୍ଚ୍ଚାକୁ ଓଡିଶା ତାଜା ନ୍ୟୁଜ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା ରଖୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍‌

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version