No Result
View All Result
ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନେତୃତ୍ୱକୁ ଭଲପାଇ ବହୁ ବିଜେପି କର୍ମୀ ଦଳଛାଡ଼ି ବିଜେଡି ରେ ଯୋଗ ଦେଇଛନ୍ତି
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁଆରୀ ଶୁକ୍ରବାର) ନୟାଗଡ଼ :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକ୍ ଚଣ୍ଡୀବସ୍ତ ଏବଂ ଶରଧାପୁର ଗ୍ରାମପଞ୍ଚାୟତର ବିରୋଧୀଦଳର ଆଗଧାଡ଼ିର ନେତା ମାନେ ବିଜୁ ଜନତା ଦଳରେ ଯୋଗ ଦେଲେ । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନେତୃତ୍ୱକୁ ଭଲପାଇ ବହୁ ବିଜେପି କର୍ମୀ ଦଳଛାଡ଼ି ବିଜେଡି ରେ ଯୋଗ ଦେଇଛନ୍ତି ।

ଜିଲ୍ଲାପରିଷଦ ଜୋନ-୧୨ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ, ବାଲୁଗାଁ ପଞ୍ଚାୟତର ପ୍ରମୁଖ ବିଜେପି କର୍ମୀ ଓ ନେତା ବିଜେଡିରେ ମିଶି ସାରିଥିବା ବେଳେ ଆଜି ଶରଧାପୁର ପଞ୍ଚାୟତ ଛାମୁଆ ବିଜେପି କର୍ମୀ ଦଳୀୟ କାର୍ୟ୍ୟାଳୟଠାରେ ଯୋଗଦେଇଛନ୍ତି । ପ୍ରକାଶ ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ରାମଚନ୍ଦ୍ର ସାହୁ, ପ୍ରମୋଦ ନାୟକ, ଅନୀଲ କୁମାର ପ୍ରଧାନ, ଶ୍ରୀପତି ବେହେରା, ବବୁଲ ପ୍ରଧାନ, ମାନସ କଳସ, ସୂର୍ୟ୍ୟମଣି ଭୁଜବଳ, ସୁମନ୍ତ ମହାରଣା, ତାପସ ନାୟକ, ରଞ୍ଜନ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପରିଡ଼ା ବିଜେଡିରେ ଯୋଗଦାନ ଦେଇଛନ୍ତି ।

No Result
View All Result