• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି : ସମୀର ମହାନ୍ତି

Proprietor Abhimanyu Maharana by Proprietor Abhimanyu Maharana
January 28, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି : ସମୀର ମହାନ୍ତି
Share on FacebookShare on TwitterWhatsapp

1. ବରିଷ୍ଠ ନେତୃବୃନ୍ଦଙ୍କ ଇସ୍ତିହାର ରିଲିଜ୍ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି
2. ପଂଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ହେବ
3. ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି
4. ୧୪ଦଶ ଓ ୧୫ଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ଆସିଥିବା ବ୍ୟାପକ ଅର୍ଥ, ଡିଏମଏଫ ଏବଂ ଙଗଈଇଊଉ ପାଂଠି ଅର୍ଥର ବ୍ୟାପକ ହରିଲୁଟକୁ ରୋକାଯାଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ
5. ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବ
6. ମହିଳା ସଶକ୍ତିକରଣକୁ ସୁଦୃଢ କରାଯିବ
7. ଷ୍ଟ୍ରିଟ୍ ଲାଇଟ୍‌, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ଭୂବନେଶ୍ୱର :- ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ “ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ” କେବଳ ଏକ ନାରା ନୁହେଁ ବରଂ ଏହା ଏକ ସଂକଳ୍ପ । “ଗ୍ରାମାଂଚଳର ବିକାଶରେ ଦେଶର ବିକାଶ” । ଏହାକୁ ମୁଳମନ୍ତ୍ର କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ଗରୀବ ଏବଂ ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସୁଛନ୍ତି । ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର ପ୍ରଚୁର ଅର୍ଥ ଓଡିଶାକୁ ପ୍ରଦାନ କରିଛନ୍ତି । ସେହିଭଳି ଡିଏମଏଫ ଏବଂ ଙଗଈଇଊଉପାଂଠିରେ ବ୍ୟାପକ ଅର୍ଥ ଆସୁଛି ।ଏହି ଅର୍ଥରେ ପଂଚାୟତର ଭିତିଭୁମିର ବିକାଶ ସମେତ ଆର୍ଥିକ ସ୍ୱାଭଲମ୍ବୀ ହେବା ମୁଳ ଉଦ୍ଦେଶ୍ୟ । କିନ୍ତୁ ପଂଚାୟତ ସ୍ତରରେ ଶାସକ ବିଜେଡି ନେତାମାନଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ ହେଉଛି । ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି । ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନି । ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର “ଆମ ପ୍ରତିଶ୍ରୁତି ଆମ ସଂକଳ୍ପ”କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ରିଲିଜ୍ କରିଛନ୍ତି । ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରତି ଓଡିଆଙ୍କର ସୁରକ୍ଷା ଓ ବିକାଶ ହେଉଛି ବିଜେପି ରାଜନୀତିର ମୂଳମନ୍ତ୍ର । “ମୋ ସରକାର” ବା “ମୋ ପରିବାର” କଥା କହି ପରିବାର ସଦସ୍ୟମାନଙ୍କ ସହିତ ବିଶ୍ୱାସଘାତ କରିବା ବ୍ୟବସ୍ଥା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ।ଭାରତୀୟ ଜନତା ପାର୍ଟି ଜିତିଲେ ପଂଚାୟତ ଓ ବ୍ଲକ୍‌ରୁ ପିସି ରାଜ୍ ବନ୍ଦ କରିବ । ପ୍ରଧାନମନ୍ତ୍ରୀ ଆବାସ ପାଇଁ କାହାକୁ ଲାଂଚ ଦେବାକୁ ପଡିବ ନାହିଁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଓ ପାଇଖାନା ଯୋଗାଇ ଦିଆଯିବ । ଆଇନ୍ ଅନୁଯାୟୀ ପଂଚାୟତରେ ସରପଂଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା / ପଲ୍ଲୀସଭା ଜରିଆରେ ପଂଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ପଂଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଂଚ ଖର୍ଚ୍ଚ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପଂଚାୟତସ୍ତରରେ ସରପଂଚଙ୍କ ମାର୍ଫତରେ ଧାନ ମଣ୍ଡି ଖୋଲିବା ପାଇଁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଜରିଆରେ ବ୍ୟବସ୍ଥା କରାଯିବ । କୃଷକମାନେ ତାଙ୍କର ବଳକା ଧାନକୁ ସହଜରେ ଯେପରି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରି ପାରିବେ ତାର ବ୍ୟବସ୍ଥା କରିବା ସହିତ ଧାନ ମଣ୍ଡିରେ ପ୍ରଚଳିତ ଭୁବନେଶ୍ୱରରୁ ଟୋକନ୍ ମିଳିବା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ । ମଣ୍ଡିରୁ ଧାନ କିଣିବା ବ୍ୟବସ୍ଥା ଯେପରି ମିଲରମାନଙ୍କର ମନମୁଖୀ ନିଷ୍ପତି ଦ୍ୱାରା ପରିଚାଳିତ ହେଉଛି ତାହାର ଅନ୍ତ ଘଟାଇ ଧାନ ବିିକ୍ରୟ କ୍ଷେତ୍ରରେ ଚାଲିଥିବା “ଦଲାଲ୍ ରାଜ”ର ପରିସମାପ୍ତି କରାଯିବ । କୋ-ଅପରେଟିଭ୍ ସୋସାଇଟି ଦ୍ୱାରା ଚାଷୀମାନେ ଯେପରି ୨ ପ୍ରତିଶତ ସୁଧ ହାରରେ ଋଣ ପାଇବେ ତାର ବ୍ୟବସ୍ଥା କରାଯାଇ ଚାଷୀଙ୍କୁ ଉଚିତ ଦରରେ ସାର ଓ ବିହନ ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀଙ୍କୁ ତିନୋଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ଯୋଗାଇ ଦେଉଛନ୍ତି କିନ୍ତୁ ଏହାର ସିଂହଭାଗ ପ୍ରକୃତ ଚାଷୀ ଅପେକ୍ଷା ଶାସକ ଦଳର ଦଲାଲମାନଙ୍କ ହାତକୁ ଚାଲିଯାଉଛି ।

ତେଣୁ ଗ୍ରାମ ପଂଚାୟତ ସ୍ତରରେ ଏହାର ତନଖି କରାଯାଇ ଯେପରି ପ୍ରକୃତ ଚାଷୀଙ୍କ ପାଖରେ ଏହି ଅର୍ଥ ପହଁଚିବ ସେଥିପାଇଁ ପଂଚାୟତ ସ୍ତରରେ ଏହାର ତଦାରଖ ପାଇଁ ସ୍ୱତନ୍ତ୍ର ଭାବେ କମିଟି ଗଠନ କରାଯିବ । ଯେଉଁ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ମିଳିନାହିଁ ସେମାନଙ୍କ ପାଇଁ ରାସନ୍ କାର୍ଡ ବ୍ୟବସ୍ଥା କରିବା ସହିତ କେନ୍ଦ୍ରର ମୋଦି ସରକାର ଯୋଗାଇ ଦେଉଥିବା ଚାଉଳ ଓ ଗହମ ଯୋଗାଇ ଦିଆଯିବ । ପଂଚାୟତରେ ତିଆରି କରାଯାଇଥିବା ନାଳ ନର୍ଦ୍ଦମା ବର୍ଷ ବର୍ଷ ଧରି ସଫା ହେଉନଥିବାରୁ ତାହା ବିଭିନ୍ନ ରୋଗର କାରଣ ପାଲଟିଛି, ସେଥିପାଇଁ ନାଳ ନର୍ଦ୍ଦମା ସଫା କରି ପଂଚାୟତକୁ ସ୍ୱଚ୍ଛ ରଖାଯିବ । ଷ୍ଟ୍ରିଟ୍ ଲାଇଟ୍‌, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ।ଅଙ୍ଗନୱାର୍ଡି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ଓ ଉଚ୍ଚମାନର ପୋଷାକ ଯୋଗାଇ ଦିଆଯିବ । ସେହିପରି ପ୍ରତି ଗ୍ରାମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାନୀୟ ଜଳ ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ସୁନିଶ୍ଚିତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସଂପ୍ରତି ହଜାର ହଜାର ସ୍ୱଂୟ ସହାୟିକା ଗୋଷ୍ଠୀ ରାଜ୍ୟରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ମାତ୍ର ୫ ପ୍ରତିଶତରୁ କମ୍ ସ୍ୱଂୟ ସହାୟିକା ଗୋଷ୍ଠୀ ବିଭିନ୍ନ ବୃତିମୂଳକ କାର୍ଯ୍ୟରେ ତାଲିମ୍ ନେଇ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଉତ୍ପାଦନ କରୁଛନ୍ତି । ଏସ୍‌.ଏଚ୍‌.ଜି ବା ସ୍ୱଂୟ ସହାୟିକା ଗୋଷ୍ଠୀକୁ ମିଶନ ଶକ୍ତି ଜରିଆରେ ଅଧିକ ସଶକ୍ତ କରିବା ସହିତ ସେମାନଙ୍କ ଟ୍ରେନିଂ ପାଇଁ ନିର୍ମିତ ଗୃହର ସମ୍ପ୍ରସାରଣ କରି ଗୋଟିଏ ଜାଗାରେ ତାଙ୍କର ତାଲିମ୍ ଏବଂ ଉତ୍ପାଦିତ ଦ୍ରବ୍ୟଗୁଡିକର ବିକ୍ରୟ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସ୍ୱଂୟ ସହାୟିକା ଗୋଷ୍ଠୀକୁ ଆତ୍ମ ନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ପାଇଁ ଶିଳ୍ପ ତାଲିମ ଦେଇ ସେମାନଙ୍କ ଅର୍ଥନୈତିକ ବିକାଶ କରିବା ପାଇଁ ପଦକ୍ଷେପ ନିଆଯିବ । ମହିଳାମାନଙ୍କୁ ନେଇ ଯେପରି ସ୍ୱଂୟ ସହାୟିକା ଗୋଷ୍ଠୀ ଗଢାଯାଇଛି ସେଭଳି ବେକାର ଯୁବକମାନଙ୍କୁ ନେଇ ପୁରୁଷ ସ୍ୱଂୟ ସହାୟକ ଗୋଷ୍ଠୀ ଗଢିବା ବ୍ୟବସ୍ଥା କରିବା ସହିତ ମହିଳାମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଡିଓମାନଙ୍କୁ ସରକାରଙ୍କ ପ୍ରତିନିଧିଭାବେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ପଂଚାୟତ ସମିତିମାନଙ୍କୁ ତାଙ୍କର ହାତ ବାରିସୀ ହେବାକୁ ଦିଆଯିବ ନାହିଁ । ପଂଚାୟତ ସମିତିରେ ଚାଲିଥିବା “ଦଲାଲ ରାଜ”କୁ ହଟାଯାଇ ପଂଚାୟତ ସମିତିର ଅଧ୍ୟକ୍ଷ ଏବଂ ସମିତି ସଦସ୍ୟମାନେ ଯେପରି ନିର୍ଭିକ ଓ ସ୍ୱାଧୀନଭାବେ ବିକାଶ ପାଇଁ କାର୍ଯ୍ୟ କରିବେ ସେଥିପାଇଁ ଦୃଢ ପଦକ୍ଷେପ ନିଆଯିବ । ଜିଲ୍ଲା ପରିଷଦକୁ ସଶକ୍ତ କରିବା ପାଇଁ ଆଇନ ଅନୁମୋଦିତ ସମସ୍ତ କ୍ଷମତା ଯେପରି ତାଙ୍କୁ ମିଳିବ ସେଥିପାଇଁ ବ୍ୟବସ୍ଥା କରାଯିବ । ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ସହିତ ମିଶି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଯେଉଁ ଯୋଜନା ପ୍ରସ୍ତୁତ କରିବେ ତାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବାତ୍ୟା, ବନ୍ୟା, ମରୁଡି ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଥିବା ଓଡିଶା ରାଜ୍ୟକୁମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି । କିନ୍ତୁ ତାର ସିଂହଭାଗ ଶାସକ ଦଳର ଧନୀ ନେତା ଓ କର୍ମୀମାନେ ହଡପ କରୁଛନ୍ତି । ତେଣୁ ଓଡିଶାର ପ୍ରକୃତ ଗରୀବ ହିତାଧିକାରୀଙ୍କୁ ବାଛି ସ୍ୱତନ୍ତ୍ରଭାବେ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମନରେଗାରେ ମିଳୁଥିବା ଜବ୍‌କାର୍ଡ ଯେପରି ବନ୍ଧା ପଡୁଛି ଓ ସବୁ ପ୍ରକାର ମାଟି କାମ ମଣିଷ ବଦଳରେ ମେସିନ୍ କରୁଛି ସେଭଳି ହରିଲୁଟ୍‌କୁ ବନ୍ଦ କରାଯିବା ସହ ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ମୋଦି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମଜୁରୀ ପ୍ରଦାନକୁ ସୁନିଶ୍ଚିତ କରାଯିବ ।

ରାଜ୍ୟ ସରକାର ଗାଁ ଗହଳିରେ ଅପର୍ଯ୍ୟାପ୍ତ ସଂଖ୍ୟାରେ ମଦ ଦୋକାନ ଖୋଲି ଓଡିଆ ଗ୍ରାମ୍ୟ ସଂସ୍କୃତିକୁ ଧ୍ୱଂସ କରି ସାରିଲେଣି । ମଦ ଦୋକାନ ଗୁଡିକ ଜନବସତି, ସ୍କୁଲ, କଲେଜ, ଉପାସନା ପୀଠ ଏବଂ ରାଜପଥ ଠାରୁ ୫୦୦ ମିଟର ଦୂରରେ ଖୋଲିବାର ନିୟମ ରହିଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ନିୟମ ଉଲ୍ଲଘଂନ କରି ମଦ ଦୋକାନ ଖୋଲା ଯିବା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ‘ଲୋକଙ୍କୁ ଅଧିକାର, ଗାଁ ଗାଁରେ ବିଜେପି ସରକାର’ ।ତେଣୁ ସ୍ୱଚ୍ଛ ଓ ନିର୍ମଳ ପଂଚାୟତିରାଜ ବ୍ୟବସ୍ଥା ଜରିଆରେ ନୂଆ ଓଡିଶା ଗଢିବାକୁ ପଦ୍ମଫୁଲ ଚିହ୍ନରେ ମୋହର ଦେଇ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାପତି ବଳଭଦ୍ର ମାଝୀ ଓ ଅନୀତା ଶୁଭଦର୍ଶୀନି, ଇସ୍ତାହାର କମିଟିର ସଦସ୍ୟ ରମାରଂଜନ ବଳିୟାରସିଂହ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଶଙ୍କର ପରିଡା, ଦିଲୀପ ମଲ୍ଲିକ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version