No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରୀ ମଙ୍ଗଳବାର) ଭୁବନେଶ୍ୱର :- ସହିଦ ରଘୁ-ଦିବାକର ସ୍ମୃତି ସଂସଦ, ରଣଭୂଇଁ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ୍-୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିସ୍ଥଳରେ ୭୩ତମ ସାଧାରଣତନ୍ତ୍ର ଦିବସରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଦେଶପାଇଁ ପ୍ରାଣବଳୀ ଦେଇ ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷଙ୍କ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି ସହିଦ ରଘୁ ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ସହିଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ମା’,
ମାଟି ଓ ମାତୃଭାଷା ପାଇଁ ସମସ୍ତେ ନିଜ ନିଜସ୍ତରରେ ଆଗେଇ ଆସିବାକୁ କହିଥିଲେ । ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଶ୍ରଦ୍ଧାଞ୍ଜଳି ସଭାକୁ ସଂଯୋଜନା କରିବା ସହିତ ମହାପୁରୁଷଙ୍କ ଆତ୍ମ ବଳିଦାନ, ଦେଶମାତୃକା ପାଇଁ ସେବା ତଥା ସ୍ୱାଧୀନତା ସଂଗ୍ରାମ ଉପରେ ମତବ୍ୟକ୍ତ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅଭିଯାନର ସଦସ୍ୟମାନେ ଉପସ୍ଥିତ ରହି ପଷ୍ପମାଲ୍ୟ ଅର୍ପଣ କରିଥିଲେ ।

No Result
View All Result