No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରୀ ମଙ୍ଗଳବାର) ରଣପୁର :-୧୯୪୭ ମସିହାରେ ଦେଶ ସ୍ଵାଧୀନ ହେବା ପରେ ଭୀମ ରାଓ ଆମ୍ବେଦକରଙ୍କ ଦ୍ୱାରା ଭାରତ ରେ ନୂତନ ସମ୍ବିଧାନ ପ୍ରଣୟନ କରାଯାଇ ଗଣତନ୍ତ୍ର ରାଷ୍ଟ୍ର ଭାବେ ଗଠନ ହେଲା । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ସେହି ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ନୂତନ ଗଣତନ୍ତ୍ର ରାଷ୍ଟ୍ର ହେବାରେ ଆଜକୁ ୭୩ ତମ ସ୍ୱାଧୀନତା ଦିବସ ସାରା ଦେଶ ତଥା ପ୍ରତ୍ୟେକ ରାଜ୍ୟ ଓ ପ୍ରତି ଗ୍ରାମ ରେ ପାଳିତ ହୋଇଛି । ରଣପୁର ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।

ରଣପୁର ର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ରଣପୁର ର ସରକାରୀ ବେସରକାରୀ ଅନୁଷ୍ଠାନ ସହିତ କେତେକ ଶିକ୍ଷାନୁଷ୍ଠାନ ରେ ଆଜି ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ରଘୁଦିବାକର ଆସୋସିଏସନ ସମ୍ମୁଖରେ ସକାଳ ୭ ଟାରୁ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଥିଲା ସେହି କାର୍ଯ୍ୟକ୍ରମ ରେ ରଘୁଦିବାକର

ଆସୋସିଏସନ ର ସଭାପତି ସୁରେଶ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା । ଆର.ଡି କ୍ଲବ ର ସମସ୍ତ ସଦସ୍ୟ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମହାରଣା ଯୋଗ ଦେଇଥିଲେ । ବ୍ୟାଙ୍କ ଛକରେ ମ୍ୟାନେଜର ପାର୍ଥ ସାରଥୀ ରାଉତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଓ ମ୍ୟାନେଜର ମନୋରଞ୍ଜନ ମିଶ୍ର ୟୁକୋ ବ୍ୟାଙ୍କ ସମ୍ମୁଖରେ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ସେହିଭଳି ସାହାରା ଇଣ୍ଡିଆ କାର୍ଯ୍ୟାଳୟ ,ବେସରକାରୀ ଶିକ୍ଷାନୁଷ୍ଠାନ ,ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ,ବ୍ଲକ , ତହସିଲ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟତୀତ ରଣପୁର ଥାନା ସମ୍ମୁଖରେ ମଧ୍ୟ ଜାତୀୟପତାକା ଉତ୍ତୋଳନ କରାଯାଇଥିଲା । ଗତ ବର୍ଷ ଭଳି ଚଳିତ ବର୍ଷ କୋଭିଡ଼ି କଟକଣା ମଧ୍ୟରେ ଶୃଙ୍ଖଳିତ ଭାବେ ସଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ଏଥିରେ ଯୁବକ , ଛାତ୍ର , ବରିଷ୍ଠ ବୁଦ୍ଧିଜୀବୀ ତଥା ସରକାରୀ ବେସରକାରୀ କର୍ମଚାରୀ ମାନେ ଏହି ଦିବସ ଟିକୁ ଉତ୍ସାହ ର ସହକାରେ ପାଳନ କରିଛନ୍ତି । ବର୍ତ୍ତମାନ ସାରା ଦେଶରେ ଯେଉଁ ପରିସ୍ଥିତି ଦେଖା ଦେଇଛି ସେହି ପରିସ୍ଥିତି ର ସାମ୍ନା କରିବା ଏବଂ ସରକାର ଙ୍କୁ ସହଯୋଗ କରିବା ପାଇଁ ଜାତୀୟ ପତାକା ତଳେ ସମସ୍ତେ ଶପଥ ନେଇଛନ୍ତି । ଏହା ବ୍ୟତୀତ ରଣପୁର ଅଞ୍ଚଳରେ ସମସ୍ତ କାର୍ଯ୍ୟକ୍ରମ କୁ କୋଭିଡ଼ି ନିୟମନୁସାରେ ପାଳନ କରିବା ପାଇଁ ପତକା ସମ୍ମୁଖରେ ଆହ୍ୱାନ ଦେଇଥିବା ଜଣାଯାଇଛି ।


No Result
View All Result