No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ବରଗଡ଼ :- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ର ଅଧିକାରୀ ଓ ନୂତନ ଭୋଟରମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଉପସ୍ଥିତ ସମସ୍ତଙ୍କୁ ଭୋଟର ଙ୍କ ସଚ୍ଚୋଟତା ର ଶପଥ ପାଠ କରାଇଥିଲେ। ପରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ସମୟରେ ସଠିକ୍ ,

ନିର୍ଭୁଲ ତାଲିକା କରିଥିବା ଅଙ୍ଗନବାଡ଼ି କର୍ମୀ ଜିଲ୍ଲାପାଳ ଟ୍ରଫି ମାନପତ୍ର ପ୍ରଦାନ କରିଥିଲେ। ସେହିପରି ନୂତନ ଭାବେ ଭୋଟର ତାଲିକା ରେ ନିଜ ନାମକୁ ସାମିଲ କରିଥିବା ଯୁବା ଭୋଟରମାନଙ୍କୁ ଜିଲ୍ଲାପାଳ କାର୍ଡ ପ୍ରଦାନ କରିଥିଲେ। ସଭା ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


No Result
View All Result