• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୃଷି ବିକାଶ ପଥେ ଗଜପତି : ରାଜ୍ୟ ସରକାରଙ୍କ “ମିଶନ ଶକ୍ତି ” କାର୍ଯ୍ୟକ୍ରମ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆତ୍ମସମ୍ମାନ ଫେରାଇ ଆଣିବାରେ ସର୍ବଶ୍ରେଷ୍ଠ ମାଧ୍ୟମ ସାଜିଛି

Proprietor Abhimanyu Maharana by Proprietor Abhimanyu Maharana
January 24, 2022
in ଓଡ଼ିଶା, ଗଜପତି, ହୋମ୍
0
କୃଷି ବିକାଶ ପଥେ ଗଜପତି : ରାଜ୍ୟ ସରକାରଙ୍କ “ମିଶନ ଶକ୍ତି ” କାର୍ଯ୍ୟକ୍ରମ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆତ୍ମସମ୍ମାନ ଫେରାଇ ଆଣିବାରେ ସର୍ବଶ୍ରେଷ୍ଠ ମାଧ୍ୟମ ସାଜିଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ପାରଳାଖେମୁଣ୍ଡି :- ସବୁଜ ବିପ୍ଲବ ର ଆଗମନ ପରେ , ସମସ୍ତ ଭାରତୀୟ ଙ୍କ ଖାଦ୍ୟ ସୁରକ୍ଷା ପ୍ରତି ଯଥାସମ୍ଭବ ଦୃଷ୍ଟି ଦେବାକୁ ଦେଶ ସର୍ବଦା ହୋଇଛି ଚେଷ୍ଟିତ ମୁଖ୍ୟତଃ ଖାଦ୍ୟଶସ୍ୟ ଉତ୍ପାଦନ ରେଓଡିଶାର ସ୍ଥାନ ଦେଶରେ ସ୍ବତନ୍ତ୍ର । ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇବା ଏହାର ଜ୍ବଳନ୍ତ ନିଦର୍ଶନ କୃଷିଭିତ୍ତିକ ନୂଆନୂଆ ଲୋକାଭିମୁଖୀ ଯୋଜନା ର ପ୍ରଣୟନ ଓ ସଫଳ ରୂପାୟନ କ୍ଷେତ୍ର ରେ ଗଜପତି ଜିଲ୍ଲା ଗ୍ରହଣ କରିଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହା ସେହି ଅଳ୍ପ କିଛି ଜିଲ୍ଲା ମାନଙ୍କ ମଧ୍ୟରୁ ଅନ୍ୟତମ ଯାହା ଗତ ୫ ରୁ ୧୦ ବର୍ଷ ମଧ୍ୟରେ କୃଷିକ୍ଷେତ୍ର ରେ ଲାଭ କରିଛି ଅଭୂତପୂର୍ବ ଉନ୍ନତି ଏବଂ ଅନ୍ୟ ଜିଲ୍ଲାମାନଙ୍କ ପାଇଁ ସାଜିଛି ପ୍ରେରଣାର ଉତ୍ସ । ବିଗତ ବର୍ଷ ମାନଙ୍କ ତୁଳନାରେ , ଚଳିତବର୍ଷ ଗଜପତି ଜିଲ୍ଲାରେ ମଣ୍ଡି ରେ ଧାନକ୍ରୟ ପ୍ରକ୍ରିୟାରେ ଆଖିଦୃଶିଆ ପ୍ରଗତି ପରିଲକ୍ଷିତ ହୋଇଛି ।

୨୦୨୧-୨୨ ଖରିଫ ଋତୁ ପାଇଁ ୧୨୭୪୨ ପଂଜୀକୃତ କୃଷକ ମାନଙ୍କ ଠାରୁ ୫୬୧୧୯.୪୦୨ ମେଟ୍ରିକ ଟନ୍ ଧାନ ଓ ୩୭୬୦୦.୦୦୦ ମେଟ୍ରିକ ଟନ୍ ଚାଉଳ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସ୍ଥଳେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ପ୍ରତି କୁଇଣ୍ଟାଲ ଓ ଗ୍ରେଡ୍-ଏ ପାଇଁ ୧୯୬୦ ପ୍ରତି କୁଇଣ୍ଟାଲ୍ ସ୍ଥିର କରାଯାଇଛି କେବଳ ସେତିକି ନୁହେଁ ଜିଲ୍ଲାରେ “କୃଷକ କ୍ୟାଣ୍ଟିନ୍ ” ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ଯେଉଁଥିରେ ସ୍ବୟଂସହାୟକ ଗୋଷ୍ଠୀ ଙ୍କ ଦ୍ବାରା ଖାଦ୍ୟ ପ୍ରସ୍ତୁତ କରାଯାଇ କୃଷକମାନଙ୍କୁ ଧାନକ୍ରୟ ସମୟରେ ବିତରଣ କରାଯାଉଛି ଯଦ୍ଦ୍ବାରା କୃଷିକ୍ଷେତ୍ର ରେ ମନୋନିବେଶ ପାଇଁ ସେମାନଙ୍କ ଆଗ୍ରହ ବଢିବା ସହ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି ଗଜପତି ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ମଣ୍ଡି ରେ ଧାନକ୍ରୟ ପ୍ରକ୍ରିୟାରେ ନିୟୋଜିତ କରି ସେମାନଙ୍କୁ ଆହୁରି ଅଧିକ ସଶକ୍ତ କରିଛି । ଚାରୋଟି ବ୍ଲକ୍ ରେ ପ୍ରାୟ ୪୪ ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ଭାଗ ନେଇ ରାଜ୍ୟ ଅର୍ଥନୀତି କୁ ଆହୁରି ଅଧିକ ସୁଦୃଢ କରିଛନ୍ତି ।

ସେହିପରି ଧାନମଣ୍ଡି ର ସୁପରିଚାଳନା କରି ମହିଳା ମାନେ ବିକାଶର ମହାଧାରା ରେ ଆପଣାକୁ ସାମିଲ କରିବା ସହ ଦୃଢ କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଛନ୍ତି । ଏସଏଚଜି ଓ ଜିପିଏଲଏଫ ( ଗ୍ରାମପଂଚାୟତ ମହାସଂଘ ) ମଧ୍ୟରେ ୪୦:୬୦ ଅନୁପାତରେ ଲାଭାଂଶ ବଣ୍ଟନ ସମସ୍ତଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରେ । ଧାନ ସଂଗ୍ରହ , ମାନପରୀକ୍ଷଣ , ମିଲର୍ ମାନ ଙ୍କ ସହ ଯୋଗାଯୋଗ ଠାରୁ ଆରମ୍ଭ କରି ଭବିଷ୍ୟତ ପାଇଁ ଖାଦ୍ୟଶସ୍ୟ ସଂରକ୍ଷଣ କରି ରଖିବା ଆଦି ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ନିୟୋଜିତ ହୋଇଛନ୍ତି । ଏଭଳି ନିୟୋଜନ କେବଳ ଯେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିଛି ତାହା ନୁହେଁ , ପରନ୍ତୁ ଚାଷୀମାନଙ୍କ ହତାଶା ଭାବ ଦୂର କରିବା ସହ ସେମାନଙ୍କ ମୁଖରେ ହସ ଫୁଟାଇପାରିଛି । ଏହିପରି ଗୋଟିକ ପରେ ଗୋଟିଏ ଅଭିନବ ଯୋଜନା ଓ ପ୍ରୟାସ ନିଶ୍ଚିତ ରୂପେ ଗଜପତି ଜିଲ୍ଲା କୁ କୃଷିକ୍ଷେତ୍ର ରେ ସଫଳତା ର ଶୀର୍ଷସ୍ତର ରେ ଉପନୀତ କରାଇବ , ଏଥିରେ ସନ୍ଦେହର ଅବକାଶ ନାହିଁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version