No Result
View All Result
ପଞ୍ଚାୟତ ନିର୍ବାଚନ ଫେବ୍ରୁଆରି ୧୬ରୁ ମୋଟ୍ ୫ଟି ପର୍ଯ୍ୟାୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ

କରୋନା କଟକଣାରେ ହେବ ପଞ୍ଚାୟତ ନିର୍ବାଚନ, ନିର୍ବାଚନରେ କେବଳ ଭର୍ଚୁଆଲ୍ ପ୍ରଚାରକୁ ଅନୁମତି , ସର୍ବାଧିକ ୫ ଜଣରେ ହୋଇପାରିବ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- କରୋନା କଟକଣାରେ ହେବ ପଞ୍ଚାୟତ ନିର୍ବାଚନ ଫେବ୍ରୁଆରି ୧୬ରୁ ମୋଟ୍ ୫ଟି ପର୍ଯ୍ୟାୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ହେଲେ କରୋନା କଟକଣା ପାଇଁ ଏଥର ନିର୍ବାଚନରେ ରାଲି, ରୋଡ୍ ସୋ’, ସମାବେଶ ଆଦି ହୋଇପାରିବ ନାହିଁ । ପ୍ରାର୍ଥୀମାନଙ୍କୁ କେବଳ ଭର୍ଚୁଆଲ୍ ମୋଡ୍ ଯୋଗେ ପ୍ରଚାର କରିବାକୁ ଅନୁମତି ମିଳିଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା ହୋଇଛି । କରୋନା କଟକଣା ମଧ୍ୟରେ ଏଥର ଭୋଟ୍ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

କରୋନା କଟକଣା ପାଇଁ ଏଥର ପଞ୍ଚାୟତ ନିର୍ବାଚନରେ ରାଲି, ରୋଡ୍ ସୋ’ ଆଦିକୁ ବାରଣ କରାଯାଇଥିବା ବେଳେ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂକୁ ଅନୁମତି ଦିଆଯାଇଛି । ତେବେ ପ୍ରାର୍ଥୀଙ୍କୁ ମିଶାଇ ମୋଟ୍ ୫ ଜଣରେ ହିଁ ଏହି କ୍ୟାମ୍ପେନିଂ ହୋଇପାରିବ ବୋଲି ନିର୍ବାଚନ କମିଶନ କହିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ମୋଟ୍ ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬,୭୯୪ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ, ୬,୭୯୩ ପଞ୍ଚାୟତ ସମିତି ପାଇଁ, ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ ।

ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ କରିବେ । କୋଭିଡ୍ କାରଣରୁ ସକାଳ ୭ଟାରୁ ଅପରାହ୍ଣ ୧ଟା ଯାଏଁ ଭୋଟଗ୍ରହଣ କରାଯିବ ।
No Result
View All Result