No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ମଙ୍ଗଳବାର ) ନୂଆଗାଁ :- ବିଜୁ ପକ୍କାଘର ପାଇଥିବା ହିତାଧିକାରୀ ଘର ମରାମତି କାର୍ଯ୍ୟ ପାଇଁ ୩ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ୨୨ ଟି ପଞ୍ଚାୟତ ରେ ବିଜୁ ପକ୍କାଘର ପାଇଥିବା ହିତାଧିକାରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ନୂଆଗାଁ ବ୍ଲକ୍ ର ମାଳିସାହି, ଢେଙ୍କେଣା, ଚାହା ଳି , ସୀଙ୍ଗାର ପଲ୍ଲୀ, ବାହାଡ ଝୋଲା,
ମାଇଛେଳି, ବେରୁଆଁ ଵାରୀ, ହରିପୁର ଆଦି ପଞ୍ଚାୟତ ର ଯୋଗ୍ୟ ହିତାଧିକାରୀ ଙ୍କ ଘରକୁ ଯାଇ ନୂତନ ବର୍ଷ ୨୦୨୨ ର କ୍ୟାଲେଣ୍ଡର ଲଗାଇବା ସହ ୩ ହଜାର ଟଙ୍କା ର ଘର ମରାମତି ସହାୟତା ରାଶି ପ୍ରଦାନ କରିଥିଲେ । ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ । ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପା ଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result