No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଡିସେମ୍ବର ଶୁକ୍ରବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ଓ ବେରୁଆଁ ବାରୀ ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ହରିପୁର ପଞ୍ଚାୟତ ର ହରିପୁର କଲ୍ୟାଣ ମଣ୍ଡପ,ସୋମନାଥ ବିଦ୍ୟାପୀଠ ହାଇସ୍କୁଲ୍ ଗୃହ, ବାଉତି ଠାକୁରାଣୀ ମଣ୍ଡପ, ଭାଟସାହି ପମ୍ପ ହାଉସ, ଭାଟ ସାହି ସାଂସ୍କୃତିକ ମଣ୍ଡପ,ଭାଟ ସାହି ରୋଷେଇ ଗୃହ,ସିଆରି ମାଳ ବ୍ରାହ୍ମଣୀ ଦେବୀ ସାଂସ୍କୃତିକ ମଣ୍ଡପ,ସିଆରୀ ମାଳ ବାଲିସାହି ସାଂସ୍କୃତିକ ମଣ୍ଡପ,ହରିପୁର ବିଦ୍ୟାଳୟ ଗେଟ୍ ଭିତ୍ତି ପ୍ରସ୍ତର ସ୍ଥାପନ,

ହାତିଆ ଶିଳା ମହିଳା ସ୍ଵୟଂ ସହାୟକ ଗୃହ ଉଦ୍ଘାଟନ ସହ ବେରୁଆଁ ବାରି ପଞ୍ଚାୟତ ବନ୍ଧା ଭୂଇଁ ଶନିଶ୍ଚର ସାଂସ୍କୃତିକ ମଣ୍ଡପ, ବେରୁଆଁଵାରୀ ତୋଟା ସାହି କୋଠଘର,ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର କେନ୍ଦ୍ର ,ହରିଜନ ସାହି କୋଠଘର ଉଦ୍ଘାଟନ ସହ ,ଭାଗବତ ଗୃହ ୪ ଲକ୍ଷ ଭିତ୍ତି ପ୍ରସ୍ତର ସ୍ଥାପନ, ବାହାଡ ଝୋଲା ବଡ଼ ପଦା ହରିଜନ ସାହି କୋଠ ଘର ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,

ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ହରିପୁର ସରପଞ୍ଚ,ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସାହୁ,ପ୍ରକାଶ କୁମାର ସାହୁ, ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ, ବରିଷ୍ଠ ବିଜେଡ଼ି କର୍ମୀ ତ୍ରିନାଥ ସ୍ୱାଇଁ,ବିମଳ ପଟ୍ଟନାୟକ,ସଞ୍ଜୀବ କୁମାର ବେହେରା, ସନାତନ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ । ଦଶପଲ୍ଲା ବିଧାୟକ ଙ୍କୁ ହରିପୁର, ବେରୁଆଁ ବାରୀ , ବାହାଡ ଝୋଲା ପଞ୍ଚାୟତ ବାସୀ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ବିଧାୟକ ଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ ।


No Result
View All Result