No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଡିସେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଗତ ତିନି ଦିନ ଧରି ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ୱାର୍ଡ ରେ ପ୍ରାୟ ୧୦ କୋଟି ଟଙ୍କାର ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତୀପ୍ରସ୍ତର ସ୍ଥାପନ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜୁ ଆଦର୍ଶ କଲୋନୀ ବା ଜାଗା ମିଶନ ଯୋଜନା ରେ ୱାର୍ଡ ନଂ ୫୬ ର କଳ୍ପନା ମେଡିକାଲ ବସ୍ତି,ତେଲଗୁ ବସ୍ତି,ବିଜୟଲକ୍ଷ୍ମୀ କଲୋନୀ, ୱାର୍ଡ ନଂ ୫୭ ର କଳିଙ୍ଗ ବସ୍ତି, ୱାର୍ଡ ନଂ ୪୪ ବଡଗଡ ଶ୍ମଶାନ ଉନ୍ନତିକରଣ, ୱାର୍ଡ ନଂ ୫୮ ଚିଲ୍ଲି ପୋଖରୀ ବସ୍ତି,ସାମନ୍ତରାୟ ପୁର ତେଲଗୁ ବସ୍ତି ,

ୱାର୍ଡ ନଂ ୪୮ ର କନ୍ଧ ସାହି, ତୁଳସୀ ବସ୍ତି,କୃଷି ବିହାର , ଜଳେଶ୍ଵର ବସ୍ତି,ମୁଣ୍ଡାସାହି,ୱାର୍ଡ ୫୦ ଗଣ୍ଡମୁଣ୍ଡା ବସ୍ତି,ୱାର୍ଡ ୫୩ ର ଝରଣା ସାହି,ଆନନ୍ଦ ନଗର,ଭୀମ ପୁର ସାହି,କୁକୁଟେଶ୍ୱର୍ ବସ୍ତି,ୱାର୍ଡ ନଂ ୫୪ ରାମେଶ୍ବର ପାଟଣା ବସ୍ତି,ୱାର୍ଡ ନଂ ୬୨ ର କାରଗିଲ ବସ୍ତି, ତାରିଣୀ ବସ୍ତି, ୱାର୍ଡ ନଂ ୬୩ ର ବରବାରି ବସ୍ତି,ତପୋବନ ବସ୍ତି, ଜାଗମରା ଅଂଚଳ ପ୍ରଭୁତି ରେ ପେବର୍ ବ୍ଲକ ରାସ୍ତା, କଂକ୍ରିଟ ଡ୍ରେନ ସହ ସ୍ଲାବ କାର୍ଯ୍ୟ ଅନ୍ତର୍ଭୁକ୍ତ ।

ସେହିପରି ସିଟି ମହିଳା ମହାବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀ ଗୃହ କୁ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ ।କାର୍ଯ୍ୟକ୍ରମରେ ଉପଜିଲ୍ଲପାଳ ଦେବବ୍ରତ ସାହୁ,ପୂର୍ବତନ ଡେପୁଟି ମେୟର କେ ଶାନ୍ତି, ପୂର୍ବତନ କର୍ପୋରେଟର ପ୍ରତାପ ଜେନା,ଅବନିକନ୍ତ ପାଟସାଣି,ବନ୍ଦନା ସାହୁ,ପୁଷ୍ପା ଦାସ,ମହାମାୟା ସ୍ୱାଇଁ, ବିରଞ୍ଚି ନାରାୟଣ ମହାସୂପକର, ସୁଜିତ୍ ସ୍ୱାଇଁ, ହୃଦୟବଲଭ ସାମନ୍ତରାୟ,ରୁନୂ ଜେନ, ବିନୟିନି ଜେନା, ସମାଜ ସେବୀ ଦାଶରଥି ଗରାବଡୁ,ସନ୍ତୋଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।


No Result
View All Result