No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଡିସେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବାହାଡ ଝୋଲା ସର୍କଲ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାହାଡ ଝୋଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଗିରିଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ରାଜ୍, ଜ୍ୟୋତ୍ସ୍ନା ରାଣୀ ସେଠୀ,ଉମେଶ ଚନ୍ଦ୍ର କର,ନୂଆଗାଁ ମିଳିତ ଶିକ୍ଷକ ସଂଘ ସଭାପତି ଚିନ୍ତାମଣି ମିଶ୍ର,ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କ ଉତ୍ସର୍ଗୀକୃତ ଜୀବନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ଏହି ଉତ୍ସବ ରେ ଅବସର ଗ୍ରହଣ କରିଥିବା ହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭବାନୀ ଚରଣ ପ୍ରଧାନ,ଭାଟ ସାହି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅବନ୍ତି ଚରଣ ବାହିନୀପତି, ବେରୁଆଁ ବାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ବସନ୍ତ କୁମାରୀ ସାହୁ,ତୋଟା ସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ ଏବଂ ଆମ୍ବପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜକୃଷ୍ଣ ସେନାପତି ଙ୍କୁ ଅତିଥି ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ସଂପାଦକୀୟ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ପ୍ରସନ୍ନ କୁମାର ସାହୁ,ପ୍ରତାପ ଚନ୍ଦ୍ର ସାହୁ, ସିମାଞ୍ଚଳ ସେନାପତି ଅବସରକଳୀନ ସମ୍ବର୍ଦ୍ଧନା ଉତ୍ସବ ସଫଳ ପରିଚାଳନା ରେ ସହଯୋଗ କରିଥିଲେ।

No Result
View All Result