No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଭାରତର ଅଗ୍ରଣୀ ଡିଜିଟାଲ୍ ଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ୍ ପକ୍ଷରୁ କୁହାଯାଇଛି ଯେ ୨୦୧୪ ବର୍ଷର ନିଲାମରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍ ବାବଦ ସମସ୍ତ ବକେୟା ଦେୟ ପାଇଁ ଟେଲିକମ୍ ବିଭାଗକୁ ଆଗୁଆ ୧୫,୫୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୧୪ ନିଲାମରେ ଟେଲିନର୍ର ସ୍ପେକ୍ଟ୍ରମ୍ ସହ ୧୯,୦୫୧ କୋଟି ଟଙ୍କା ମୂଲ୍ୟରେ କଂପାନି ୧୨୮.୪ ମେଗାହର୍ଚ ସ୍ପେକ୍ଟ୍ରମ୍ ହାସଲ କରିଥିଲା ।
ଏହି ଦେୟକୁ ବାର୍ଷିକ ୧୦% ହାରରେ ୨୦୨୦୬-୨୭ରୁ ୨୦୩୧-୩୨ ମଧ୍ୟରେ ଦେବାରେ ଥିଲା । ଏଥିପାଇଁ ହାରାହାରି ଅବଧି ୭ରୁ ଅଧିକ ବର୍ଷ ଥିଲା । କଂପାନି ହିସାବ କରି ଜାଣିବାକୁ ପାଇଥିଲା ଯେ ଆଗୁଆ ପେମେଂଟ୍ କଲେ ସୁଧ ବାବଦରେ ପ୍ରାୟ ୩୪୦୦ କୋଟି ଟଙ୍କା ସଂଚୟ ହୋଇପାରିବ ।
ଏକ ଦୃଢ଼ ଓ ପ୍ରଭାବୀ ପୁଂଜି ଢାଂଚା ପାଇଁ କଂପାନି ନମନିୟତାକୁ ବଜାୟ ରଖିବ । ଦେୟକୁ ଆଗୁଆ ଦେବା ଲାଗି ଶିଳ୍ପ ସଂସ୍ଥାକୁ ପ୍ରଦାନ କରିବା ଲାଗି ଟେଲିକମ୍ ବିଭାଗ ନେଇଥିବା ନିଷ୍ପତିକୁ ଟେଲିକମ୍ ବିଭାଗ ସ୍ୱାଗତ କରିଛି । ଏହା ଦ୍ୱାରା ଲାଇସେନ୍ସ ପାଇଥିବା ସଂସ୍ଥାଗୁନିକ ପ୍ରଭାବୀ ଯୋଜନା ପ୍ରସ୍ତୁତ କରିପାରିବେ ଏବଂ ନଗଦ ପ୍ରବାହକୁ ବ୍ୟବହାର କରିପାରିବେ ।
No Result
View All Result