ଛାତ୍ରଙ୍କ ଉତ୍ତରରେ ଖୁସି ହୋଇ ପ୍ରଦାନ କଲେ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ) ନୟାଗଡ଼ :-୫ଟି ବିଦ୍ୟାଳୟ ଗୁଡ଼ିକର ସମୀକ୍ଷା କରିବାକୁ ଯାଇ ବିଦ୍ୟାଳୟର ଛାତ୍ରଙ୍କୁ ପୁସ୍ତକ ଅର୍ପଣ କଲେ ନୟାଗଡ଼ ଜିଲ୍ଲାପାଳ । ଶିକ୍ଷା କ୍ଷେତ୍ରରେ ପ୍ରଗତି ପାଇଁ ୫ଟି ଆଧାରରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକୁ ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଦ୍ୱାରା ଗତକାଲି ଭର୍ଚୁଆଲ ମୋଡ଼ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ,ସରପଞ୍ଚ ,ଶିକ୍ଷକ ଏବଂ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପାରସ୍ପରିକ ପ୍ରତିକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ପ୍ରଗତି ପାଇଁ ୫ଟି ଆଧାରରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକୁ ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଦ୍ୱାରା ଗତକାଲି ଭର୍ଚୁଆଲ ମୋଡ଼ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ , ସରପଞ୍ଚ , ଶିକ୍ଷକ ଏବଂ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପାରସ୍ପରିକ ପ୍ରତିକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ

ଗୋପାଳପୁର ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଶୁଭ୍ରଶାଶ୍ୱତ ମାଝୀଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ – ୫ ଟି ସଚିବ
1. ଭବିଷ୍ୟତ ରେ କଣ ହେବେ ବୋଲି ପଚାରିବାରୁ ..?
ଉତ୍ତରରେ – ପାଇଲଟ ହେବାର ଜିଜ୍ଞାସା କୁ ପ୍ରକାଶ କରିଥିଲେ ଶୁଭ୍ର ଶାଶ୍ୱତ ମାଝୀ ।
ସଚିବ ପୁଣି ପ୍ରଶ୍ନ କରିଥିଲେ
2. ସଚିବ ପୁଣି ପ୍ରଶ୍ନ କରିଥିଲେ ଦେଶରେ ଜଣେ ସର୍ବଶ୍ରେଷ୍ଠ ପାଇଲଟଙ୍କ ନାମ କୁହତ …?
ଉତ୍ତରରେ – ବିଜୁ ପଟ୍ଟନାୟକ ଙ୍କ ନାମ କହିଥିଲେ – ଶୁଭ୍ରଶାଶ୍ୱତ ମାଝୀ ।
ସଚିବ ପଚାରିଥିବା ପ୍ରଶ୍ନର ସଠିକ ଉତ୍ତର ଦେଇ ଶାଶ୍ୱତ ପ୍ରଶଂସିତ ହେବା ସହ ୫ଟି ସଚିବ ଶୁଭ୍ରଶାଶ୍ୱତ ମାଝୀ ଙ୍କ ଉତ୍ତର ରେ ଖୁସି ହୋଇ ଆଜି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ନୟାଗଡ଼ ଜିଲ୍ଲାପାଳ ଡ଼.ପୋମା ଟୁଡୁ ଙ୍କ ଜରିଆରେ ଉକ୍ତ ଛାତ୍ର ଙ୍କ ପାଇଁ ଓଡ଼ିଶା ର ବର ପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜୀବନୀ ଆଧାରିତ ” ଦି ଟଲ୍ ମ୍ୟାନ୍ ” ପୁସ୍ତକ ପଠାଇଛନ୍ତି ।
ତେବେ ନୟାଗଡ଼ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଆଜି ଶୁଭ୍ରଶାଶ୍ୱତ ମାଝୀ ଙ୍କୁ ଡାକି ଗୋପାଳପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରକଳ୍ପ ନିର୍ଦେଶକ ଙ୍କ ଉପସ୍ଥିତି ରେ ସାହସୀ ପାଇଲଟ ବିଜୁ ପଟ୍ଟନାୟକ ଙ୍କ ପୁସ୍ତକ କୁ ଅର୍ପଣ କରିବା ସହ ଭବିଷ୍ୟତ ରେ ବିଜୁବାବୁଙ୍କ ଭଳି ସର୍ବଶ୍ରେଷ୍ଠ ପାଇଲଟ ହେବ ବୋଲି ଶୁଭେଚ୍ଛା ଜଣାଇଛନ୍ତି ।
















