• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାୟକମାନଙ୍କୁ “ଚାର୍ଟର ଅଫ୍ ଡିମାଣ୍ଡସ୍” ଉପସ୍ଥାପନ : ଶିଶୁ ସମସ୍ୟା ସମାଧାନ ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୃତି

Proprietor Abhimanyu Maharana by Proprietor Abhimanyu Maharana
December 8, 2021
in ଓଡ଼ିଶା, ମହାନଗର, ହୋମ୍
0
ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାୟକମାନଙ୍କୁ “ଚାର୍ଟର ଅଫ୍ ଡିମାଣ୍ଡସ୍” ଉପସ୍ଥାପନ : ଶିଶୁ ସମସ୍ୟା ସମାଧାନ ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୃତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ଓଡ଼ିଶାର ଶିଶୁ ଅଧିକାର ସୁରକ୍ଷା ସହ ସେମାନଙ୍କର ଜୀବନ ଧାରଣର ମାନରେ ସାମଗ୍ରୀକ ଉନ୍ନତି ଆଣିବା ପାଇଁ ଆଜି ୟୁନିସେଫ ମାଧ୍ୟମରେ ଶିଶୁ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭା ସଦସ୍ୟ ମାନଙ୍କୁ ଏକ “ଚାର୍ଟର ଅଫ୍ ଡିମାଣ୍ଡସ୍” ପ୍ରଦାନ କରିଛନ୍ତି । ସ୍ଥାନୀୟ ମେଫେୟାର ଲାଗୁନ ଠାରେ ୟୁନିସେଫ୍ ଦ୍ୱାରା ଆୟୋଜିତ ଏବଂ ଗ୍ଲୋବାଲ ପଲିସି ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ସଙ୍ଗଠିତ ଏହି ପାରସ୍ପରିକ କଥାବାର୍ତ୍ତାରେ ବିଶେଷତଃ ତୃଣମୁଳ ସ୍ତରରେ ଶିଶୁମାନଙ୍କର ଅଗ୍ରଗତିକୁ ତ୍ୱରାନ୍ନିତ କରିବା ପାଇଁ ଓଡ଼ିଶାର ବିଧାୟକମାନଙ୍କ ସହ ସହଭାଗିତା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଶିଶୁମାନଙ୍କର ବାସ୍ତବ ସମସ୍ୟା ଉପରେ ବିଧାନସଭା କମିଟି ମାଧ୍ୟମରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇ ସେମାନଙ୍କ ଦାବୀର ଯଥାର୍ଥ ପ୍ରତିଫଳନ କରାଯିବାକୁ ବିଧାୟକମାନେ ପ୍ରତିଶ୍ରୃତି ଦେଇଛନ୍ତି । ୟୁନିସେଫ୍ ଫିଲ୍ଡ ଅଫିସ ମୁଖ୍ୟ ଡ଼ଃ ମୋନିକା ନିଲସେନ ବିଧୟାୟକମାନଙ୍କୁ ସ୍ୱାଗତ କରିବା ସହ ଶିଶୁମାନଙ୍କ କଲ୍ୟାଣ ସମାଜର ନୈତିକ ଦାୟିତ୍ୱ ଅଟେ ଏବଂ ମାନ୍ୟବର ବିଧାୟକମାନେ ନୀତି ନିର୍ମାତା ଭାବେ ସେମାନଙ୍କ କଲ୍ୟାଣ ପାଇଁ ନିର୍ଦ୍ଦିଷ୍ଟ ଓ ସମୟୋଚିତ ପଦକ୍ଷେପ ନେଉଥିବାରୁ ବିଧାୟକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏ ଦିଗରେ ଆହୁରି ଅଧିକ କିଛି କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟର ପ୍ରଗତିରେ ଶିଶୁମାନଙ୍କର ଅଧିକାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଶିଶୁମାନଙ୍କ ସାମଗ୍ରିକ ଉନ୍ନତି ସରକାରଙ୍କ ଲକ୍ଷ୍ୟ ହେବା ଉଚିତ୍ ଏବଂ ସରକାରୀ ଯୋଜନା ବହୁ ସଂଖ୍ୟକ ଶିଶୁଙ୍କୁ ଉପକୃତ କରୁଥିବା ସେ କହିଛନ୍ତି । ତଥାପି ସେମାନଙ୍କ ପାଇଁ ଆହୁରି ଅଧିକ କଣ କରାଯାଇପାରିବ ସେ ସମ୍ପର୍କରେ ବିଧାନସଭା ଦ୍ୱାରା ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଶିଶୁମାମନଙ୍କ ମତାମତ ଆଧାରରେ ଶିଶୁ ଅଧିକାର ଉପଯୋଗୀ ଆଇନ ପ୍ରଣୟନ କରିବାର ଆବଶ୍ୟକତାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।

ଶିଶୁ ଅଧିକାର ଜନିତ ବିଭିନ୍ନ ସମସ୍ୟା ବିଶେଷ କରି ଶିଶୁ ଶ୍ରମିକ ପ୍ରଥା ଏବଂ ବାଲ୍ୟ ବିବାହ ନିଷେଧ ତଥା ଶିଶୁଙ୍କ ପାଇଁ ଶିକ୍ଷା ଅଧିକାର ସୁନିଶ୍ଚିତ କରିବାକୁ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ମତ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଶିଶୁମାନଙ୍କ ସମସ୍ୟା ବିଧାନସଭାରେ ଯଥାଯଥ ଭାବେ ପ୍ରତିନିଧିତ୍ୱ ହେବା ପାଇଁ ପ୍ରତିଶ୍ରୃତି ଦେଇ ଶିଶୁମାନଙ୍କର ଆବଶ୍ୟକତାର ଯତ୍ନ ନେବା ପ୍ରତ୍ୟେକ ରାଜନୈତିକ ଦଳର ଦାୟିତ୍ୱ ବୋଲି କହିଛନ୍ତି ।

ବିଧାୟକମାନେ ଶିଶୁ ଅଧିକାର ସମ୍ପର୍କିତ ଉପସ୍ଥାପିତ ଚାର୍ଟରର ଉତ୍ତର ଦେଇଥିଲେ ଏବଂ ଶିଶୁମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କର ସମ୍ୱଳ ଏବଂ ବିଧାୟକ ପାଣ୍ଠି ବ୍ୟବହାର କରିବାକୁ ପ୍ରତିଶ୍ରୃତି ଦେଇଥିଲେ । ବିଶେଷତଃ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ସୁବିଧା ଯୋଗାଇ ଦେବା, ଉପଯୁକ୍ତ ଭିତ୍ତିଭୂମି ସୁନିଶ୍ଚିତ କରିବା ଏବଂ ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ବିଧାୟକମାନଙ୍କ ସହ ଆଲୋଚନାରେ ଉପସ୍ଥିତ ଶିଶୁମାନେ ସେମାନଙ୍କ ବିଦ୍ୟାଳୟ ଶିକ୍ଷା, ଅନଲାଇନ୍ କ୍ଲାସ, ଲିଙ୍ଗଗତ ସମାନତା, ବାଲ୍ୟ ବିବାହ ଲୋପ ଏବଂ ଶିଶୁ ଶ୍ରମିକ ନିରୋଧ ଉପରେ ବିଧାୟକମାନଙ୍କୁ ପ୍ରଶ୍ନ କରିଥିଲେ ।

ଶିଶୁମାନଙ୍କ ସହ ଆୟୋଜିତ ଭାବବିନିମୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶଶି ଭୂଷଣ ବେହେରା, ଲତିକା ପ୍ରଧାନ, ଉଷା ଦେବୀ, ସୀମାରାଣୀ ନାୟକ, ସୂର୍ଯ୍ୟମଣି ବୈଦ୍ୟ, ରୀତା ସାହୁ, ସୁନନ୍ଦା ଦାସ, ମଞ୍ଜୁଳା ସ୍ୱାଇଁ, ମିନାକ୍ଷୀ ମହନ୍ତ, ବାସନ୍ତୀ ହେମ୍ୱ୍ରମ, ମୁକେଶ ମହାଲିଙ୍ଗ, ସୁକାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version